ବିଶ୍ୱ ଟିମ୍‌ ଚେସ୍‌ ପାଇଁ ଭାରତୀୟ ଦଳରେ ପଦ୍ମିନୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଆସନ୍ତା ୫ ତାରିଖରୁ କାଜାକସ୍ତାନର ଆସ୍ତାନା ଠାରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱ ଚେସ୍‌ ଦୁନିଆର ସବୁଠୁ ବଡ଼ ପ୍ରତିଯୋଗିତା ବିଶ୍ୱ ଟିମ୍‌ ଚେସ୍‌ ଚମ୍ପିଆନ୍‌ସିପ୍‌ । ଓଡ଼ିଶା ପାଇଁ ଗର୍ବର ବିଷୟ ଯେ ପଦ୍ମିନୀ ରାଉତ ଏହି ପ୍ରତିଯୋଗିତାରେ ଖେଳିବା ପାଇଁ ଭାରତୀୟ ଦଳରେ ସୁଯୋଗ ପାଇଛନ୍ତି । ଏହି ପ୍ରତିଯୋଗିତାରେ ଭାରତ ପକ୍ଷରୁ ୫ଜଣିଆ ମହିଳା ଦଳ ଯୋଗଦେବାକୁ ଯାଉଛି । ଆଇଏମ୍‌ ପଦ୍ମିନୀଙ୍କ ସହ ଆଇଏମ୍‌ ସୌମ୍ୟା, ତାନିଆ, ଇଶା ଏବଂ ଓମେନ୍‌ ଗ୍ରାନ୍ଦମାଷ୍ଟର ଭକ୍ତି କୁଲକର୍ଣ୍ଣି ମହିଳା ଦଳରେ ସ୍ଥାନ ପାଇଛନ୍ତି । ପୁରୁଷ ଦଳରେ ଦେଶର ୩ ବଡ଼ ଚେସ୍‌ ଖେଳାଳି ବିଶ୍ୱନାଥନ ଆନନ୍ଦ, ପି. ହରିକି୍ରଷ୍ଣା ଏବଂ ଭିଦିତ ଗୁଜୁରାଟି ସ୍ଥାନ ପାଇନାହାଁନ୍ତି କାରଣ ସେମାନେ ଅନ୍ୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତିରେ ଅଛନ୍ତି । ସେମାନଙ୍କ ଅନୁପସ୍ଥିିତିରେ ବି ଅଧିବାନ, ସୂର୍ଯ୍ୟ ଶେଖର ଗାଙ୍ଗୁଲି, କେ ଶଶିକରନ, ସେଥୁରମଣ ଏବଂ ଅରବିନ୍ଦ ଚିତାମ୍ବରମ ଭାରତୀୟ ପୁରୁଷ ଦଳରେ ସୁଯୋଗ ପାଇଛନ୍ତି । ପୁରୁଷ ଦଳର କୋଚ୍‌ ଓ ନନ୍‌ପ୍ଲେଇଂ କ୍ୟାପ୍‌ଟେନ୍‌ ହୋଇଛନ୍ତି ଗ୍ରାନ୍ଦମାଷ୍ଟର ଶ୍ରୀନାଥ ନାରାୟଣନ । ମହିଳା ଦଳର କୋଚ୍‌ ହୋଇଛନ୍ତି ଗ୍ରାନ୍ଦମାଷ୍ଟର ସ୍ୱପ୍ନିଳ ଧୋପାଡେ । ପ୍ରତି ୨ବର୍ଷରେ ଥରେ ଏହି ବିଶ୍ୱ ଟିମ୍‌ ଚେସ୍‌ ପ୍ରତିଯୋଗିତା ଅନୁଷ୍ଠିତ ହୁଏ ଓ ମହିଳା ତଥା ପୁରୁଷ ବର୍ଗରେ ୧୦ଟି ଲେଖାଏଁ ଦଳ ଖେଳିବାର ସୁଯୋଗ ପାଆନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*