ବିଶ୍ୱ ଆଥ୍‌ଲେଟିକ୍ସ : ସ୍ୱାମୀ-ସ୍ତ୍ରୀଙ୍କୁ ରୌପ୍ୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସି : ଦୋହା

ସ୍ଥାନୀୟ ଖଲିଫା ଷ୍ଟାଡିୟମ୍‌ରେ ଚାଲିଥିବା ବିଶ୍ୱ ଆଥ୍‌ଲେଟିକ୍ସ ପ୍ରତିଯୋଗିତାରେ ଭାରତୀୟ ଖେଳାଳିମାନଙ୍କର ଦୁର୍ବଳ ପ୍ରଦର୍ଶନ ଜାରି ରହିଛି । ଏକାଧିକ ମହିଳା ଖେଳାଳି ଖରାପ କଲାପରେ ପୁରୁଷମାନେ ମଧ୍ୟ କିଛି ବାଗ ପ୍ରଦର୍ଶନ କରି ନାହାନ୍ତି । ଏସିଆନ୍‌ ଗେମ୍ସରେ ସ୍ୱର୍ଣ୍ଣ ପଦକ ପାଇଥିôବା ସଟ୍‌ପୁଟ୍‌ ଖେଳାଳି ତେଜିନ୍ଦର ପାଲ୍‌ସିଂ ତୁର ଏବଂ ଧାବକ ଜିନ୍‌ସନ୍‌ ଜନ୍‌ସନ୍‌ ଯୋଗ୍ୟତା ପର୍ଯ୍ୟାୟରୁ ହିଁ ବାହାର ହୋଇଯାଇଛନ୍ତି । ଗ୍ରୁପ୍‌ ବି’ ଯୋଗ୍ୟତା ପର୍ଯ୍ୟାୟରେ ସାମିଲ ଥିବା ତୁର ୨୦.୪୩ ମିଟର୍‌ ସଟ୍‌ପୁଟ୍‌ ପକାଇ ୮ରେ ରହିଥିଲେ । ଆଉ ସବୁ ୩୪ ପ୍ରତିଯୋଗୀଙ୍କ ଭିତରେ ୧୮ତମ ସ୍ଥାନରେ ରହି ପଦକ ଦୌଡ଼ରେ ହୋଇପାରି ନଥିଲେ ସାମିଲ । ପୁରୁଷ ୧୫୦୦ ମିଟର୍‌ରେ ସାମିଲ୍‌ ଥିବା ଜନ୍‌ସନ୍‌ ପ୍ରଥମ ରାଉନ୍ଦ ହିଟ୍‌ରେ ୧୦ମ ସ୍ଥାନରେ ରହି ଆଗକୁ ବଢ଼ି ନାହାନ୍ତି । ୪୩ ଜଣ ଧାବକଙ୍କ ଭିତରେ ସେ ୩୪ତମ ସ୍ଥାନରେ ରହିଥିଲେ ।
ଏଥରର ବିଶ୍ୱ ଆଥଲେଟିକ୍ସ ପ୍ରତିଯୋଗିତାରେ ସ୍ୱାମୀ-ସ୍ତ୍ରୀ ଯୋଡ଼ିଙ୍କର ପଦକ ଜିତା ଚର୍ଚ୍ଚାରେ ରହିଛି । ଦୁଇଟି ଭିନ୍ନଭିନ୍ନ ଦେଶ ପାଇଁ ସେମାନେ ଜିତିଛନ୍ତି ରୌପ୍ୟ ପଦକ । ଏସ୍ତୋନିଆ ପକ୍ଷରୁ ଏଠାରେ ଖେଳିବାକୁ ଆସିଥିବା ମାଇକେଲ୍‌ ଉଇବୋ ପୁରୁଷ ଡେକାଥଲନର ପାଇଛନ୍ତି ରୌପ୍ୟ ପଦକ । ଅନ୍ୟପଟେ ତାଙ୍କ ପତ୍ନୀ ସାଓନି ମିଲର ଉଇବୋ ଯିଏ ବାହାମାସ୍‌ ପକ୍ଷରୁ ଖେଳିବାକୁ ଆସିଛନ୍ତି ସେ ମହିଳା ୪୦୦ ମିଟର ଦୌଡ଼ରେ ଜିତିଛନ୍ତି ରୌପ୍ୟ । ଦୁଇଜଣ ଯାକ ପ୍ରାୟ ଏକା ସମୟରେ ଗୋଟିଏ ସନ୍ଧ୍ୟାରେ ରୌପ୍ୟ ଜିତିବା ବଡ଼ ନିଆରା ସଂଯୋଗ ବନିଛନ୍ତି । ପତ୍ନୀ ମିଲର ଉଇବୋ ନିଜ ଫାଇନାଲ୍‌ ରେସ୍‌ ଶେଷ କରୁଥିଲା ବେଳେ ଅନ୍ୟପଟେ ସ୍ୱାମୀ ମାଇକେଲ ନିଜର ଶେଷ ଇଭେଣ୍ଟ ୧୫୦୦ ମିଟର ଆରମ୍ଭ କରିବାକୁ ଯାଉଥିଲେ । ଖଲିଫା ଷ୍ଟାଡିୟମ୍‌ରେ ନିଜର ମେଡାଲ ଜିତା ପରେ ନିଜ ନିଜ ଦେଶର ଜାତୀୟ ପତାକା ଧରି ସ୍ୱାମୀ-ସ୍ତ୍ରୀ ମାରିଥିଲେ ଚକ୍କର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*