ବିଶ୍ୱଶିଳ୍ପୀ ଦିବସରେ ସମ୍ବର୍ଦ୍ଧିତ ହେଲେ ଶିଳ୍ପୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ବିଶ୍ୱଶିଳ୍ପୀ ଦିବସ ଅବସରରେ ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ତରଫରୁ ଶିଳ୍ପୀ ସମ୍ବର୍ଦ୍ଧନା ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବିଶେଷ ଅତିଥି ଭାବରେ ଉକ୍ରଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର କମଳ କାନ୍ତ ମିଶ୍ର ଏବଂ ଭାରତୀୟ ବିଦ୍ୟାଭବନର ଉପ-ସଭାପତି ଡ ଏସ୍‌କେ ତାମୋଟିଆ ଓ ଗୌରାଙ୍ଗ ବାରିକ ଯୋଗ ଦେଇ ଓଡ଼ିଶାରେ ଚିତ୍ରକଳାର ବିକାଶ ଏବଂ ଚିତ୍ରଶିଳ୍ପୀଙ୍କ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ଗଠନ ମୂଳକ ପରାମର୍ଶ ଦେଇଥିଲେ । ଏହି ଅବସରରେ ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ତରଫରୁ ଆୟୋଜିତ ଜାତୀୟ ଚିତ୍ରକଳା ପ୍ରଦର୍ଶନୀରେ ଅଂଶଗ୍ରହଣ କରିଥିବା ୪୦ ଜଣ ଚିତ୍ରଶିଳ୍ପୀଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଓଡ଼ିଶାର ବିଶିଷ୍ଟ ଚିତ୍ରଶିଳ୍ପୀ ସ୍ୱର୍ଗତଃ ହରିଶ ଚନ୍ଦ୍ର ସିଂହଙ୍କ ପରିବାର ତରଫରୁ ଚଳିତ ବର୍ଷର ହରିଶ ଚନ୍ଦ୍ର ସ୍ମୃତି ସମ୍ମାନରେ ଚିତ୍ରଶିଳ୍ପୀ ରାମାନୁଜ ଶେଖରଙ୍କୁ ମାନପତ୍ର, ଉପଢୌକନ ଓ ଦଶ ହଜାର ଟଙ୍କା ଅର୍ଥ ରାଶି ଦ୍ୱାରା ସମ୍ମାନିତ କରାଯାଇଥିଲା । ଏହି ଉତ୍ସବରେ ଓଡ଼ିଶା ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ତରଫରୁ ଡ. ଆଶିଷ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବାବେଳେ ପ୍ରତିଷ୍ଠାତା ତାରାକାନ୍ତ ପରିଡ଼ା ଓ ପ୍ରଶାନ୍ତ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଅବସରରେ ଶିଶୁକିଶୋର ଚିତ୍ରଶିଳ୍ପୀଙ୍କୁ ନେଇ ଏକ ବିଶେଷ ଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*