‘ବିଶ୍ୱର ସର୍ବପୁରାତନ ଗବେଷଣାଗାର ରାଷ୍ଟ୍ର ପାଇଁ ଗର୍ବ’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ବାଲେଶ୍ୱର

ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ବିଭାଗର ପ୍ରୁଫ୍ ଏନ୍ଦ ଏକ୍ସପେରିମେଣ୍ଟାଲ ଏଷ୍ଟାବ୍ଲିସମେଣ୍ଟ ‘ପିଏକ୍ସଇ’ର ୧୨୫ତମ ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ଚାନ୍ଦିପୁରଠାରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ ‘ଡିଆରଡିଓ’ର ଚେୟାରମ୍ୟାନ୍ ତଥା କେନ୍ଦ୍ର ସରକାରଙ୍କ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ବିଭାଗ ସଚିବ ବିଶିଷ୍ଟ ବୈଜ୍ଞାନିକ ଡକ୍ଟର ଜି ସଥୀଶ ରେଡ୍ଡି ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ପ୍ରତିରକ୍ଷା ଗବେଷଣା ଓ ଯୁଦ୍ଧାସ୍ତ୍ର ପରୀକ୍ଷଣ କ୍ଷେତ୍ରରେ ପିଏକ୍ସଇର ଦୀର୍ଘକାଳୀନ ଅବଦାନ ଅତୁଳନୀୟ ବୋଲି ସେ ବକ୍ତବ୍ୟରେ କହିଥିଲେ । ବିଶ୍ୱର ସର୍ବପୁରାତନ ପ୍ରତିରକ୍ଷା ଗବେଷଣାଗାର ଭାବେ ଏହି ପିଏକ୍ସଇ ଦେଶ ପାଇଁ ଗୌରବମୟ ଇତିହାସ ସୃଷ୍ଟି କରିପାରିଛି ବୋଲି ଡକ୍ଟର ରେ‡ି ମତପ୍ରକାଶ କରିଥିଲେ । ଡିଆରଡିଓର ମାନବ ସମ୍ବଳ ବିଭାଗ ମହାନିଦେ୍ର୍ଦଶକ କେଏସ ବରପ୍ରସାଦ, ନିଦେ୍ର୍ଦଶକ ଆଲୋକ ମାଲି, ଡିଓପି ନିଦେ୍ର୍ଦଶକ ଜିଏସ ଗୁପ୍ତା ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦେଶର ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ପିଏକ୍ସିର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ପିଏକ୍ସଇର ନିଦେ୍ର୍ଦଶକ ଡିକେ ଯୋଶୀ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଏହି ଅବସରରେ ପିଏକ୍ସଇର ଟେକ୍ନିକାଲ ଅଫିସର ବନମାଳି ଜେନାଙ୍କୁ ଚଳିତ ବର୍ଷର ଶ୍ରେଷ୍ଠ ପ୍ରୁଫ୍ମ୍ୟାନ୍ ଓ ଡକ୍ଟର କମଳାକାନ୍ତ ଚାନ୍ଦଙ୍କୁ ଶ୍ରେଷ୍ଠ ବୈଜ୍ଞାନିକ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*