ବିଶ୍ୱର ସବୁଠୁ ଶସ୍ତା କରୋନା ଟେଷ୍ଟ କିଟ୍‌ ପ୍ରସ୍ତୁତ କଲା ଆଇଆଇଟି ଦିଲ୍ଲୀ ମୂଲ୍ୟ ୩୯୯, ୩ ଘଣ୍ଟାରେ ରେଜଲ୍ଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ
ଦେଶରେ କରୋନା ଭାଇରସ୍‌ ମାମଲା ଦ୍ରୁତବେଗରେ ବୃଦ୍ଧି ପାଉଥିଲା ବେଳେ ଆଇଆଇଟି ଦିଲ୍ଲୀ ପକ୍ଷରୁ ଏକ ନୂଆ ଟେଷ୍ଟିଂ କିଟ୍‌ ବିକଶିତ କରାଯାଇଛି । ଏହି କିଟ୍‌ର ନାମ ‘କରୋସିଓର’ ରହିଥିଲା ବେଳେ ଏହାର ମୂଲ୍ୟ ମାତ୍ର ୩୯୯ ଟଙ୍କା ଅଛି । ୩ଘଣ୍ଟା ଭିତରେ କରୋନା ଯାଞ୍ଚ ରିପୋର୍ଟ ଦେବାରେ ଏହି କିଟ୍‌ ସମର୍ଥ । ବୁଧବାର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍‌ ନିଶଙ୍କ ଏହି କିଟ୍‌କୁ ଉନେ୍‌ମାଚନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଲକ୍ଷ୍ୟ ପୂରଣ ଦିଗରେ ଏହା ଏକ ଅଭିନବ ପ୍ରୟାସ ବୋଲି ନିଶଙ୍କ କହିଛନ୍ତି । ଖୁବ୍‌ଶୀଘ୍ର ବିଶ୍ୱର ସବୁଠୁ ଶସ୍ତା ଏହି କୋଭିଡ୍‌ ଡାଇଗ୍ନୋଷ୍ଟିକ୍‌ କିଟ୍‌ ବଜାରରେ ଉପଲବ୍ଧ ହେବ ।
ମେକ୍‌ ଇନ୍‌ ଇନ୍ଦିଆ ଅନ୍ତର୍ଗତ ବିନିଥିବା ଏହି କିଟ୍‌କୁ ଆଇସିଏମ୍‌ଆର୍‌ ଏବଂ ଡିସିଜିଆଇ ଅନୁମୋଦନ କରିଛି । ଏହାର ମୂଲ୍ୟ ମାତ୍ର ୩୯୯ ଟଙ୍କା ଥିଲା ବେଳେ ବଜାରରେ ପହଞ୍ଚିଲା ବେଳେକୁ ଏହା ୬୫୦ ଟଙ୍କା ହେବ । ଆଇଆଇଟି ଦିଲ୍ଲୀ ପକ୍ଷରୁ ଦାବି କରାଯାଇଛି ଯେ, ‘କରୋସିଓର’ ମାଧ୍ୟମରେ ମାତ୍ର ୩ଘଣ୍ଟାରେ କରୋନା ଭାଇରସ୍‌ ଟେଷ୍ଟ ରେଜଲ୍ଟ ସାମ୍ନାକୁ ଆସିବ । ଆଇଆଇଟି ଦିଲ୍ଲୀ ପକ୍ଷରୁ ଏବେ ଏହି କିଟ୍‌ ପ୍ରସ୍ତୁତି ପାଇଁ ନୁ୍ୟଟେକ୍‌ ମେଡିକାଲ ଡିଭାଇସ୍‌ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ଫଳରେ ପ୍ରତିମାସରେ ୨୦ଲକ୍ଷ ଟେଷ୍ଟ ଦେଶରେ ସମ୍ଭବ ହୋଇପାରିବ ।ପୂର୍ବରୁ କରୋନା ଟେଷ୍ଟିଂ କିଟ୍‌ ଏବଂ ଟେଷ୍ଟିଂ ଟୁଲ୍ସକୁ ବିଦେଶରୁ ମଗାଯାଉଥିଲା । ହେଲେ ଦେଶରେ ଏହାର ଆବଶ୍ୟକତା ବଢ଼ୁଥିବାରୁ ଭାରତରେ ମଧ୍ୟ ଏହାର ତିଆରି ଆରମ୍ଭ ହୋଇଛି । ବର୍ତ୍ତମାନ ଭାରତରେ ବିଭିନ୍ନ ପ୍ରକାରର କରୋନା ଟେଷ୍ଟ କରାଯାଉଛି । ଏଗୁଡ଼ିକ ମଧ୍ୟରେ ଆର୍‌ଟିପିସିଆର୍‌, ଆଣ୍ଟିଜେନ୍‌, ପୁଲ୍‌ ଟେଷ୍ଟିଂ ଆଦି ସାମିଲ । ଅନ୍ୟ ଏକ ଆଶ୍ୱସ୍ତିକର ଖବର, କରୋନାକୁ ନେଇ ଆସିଛି ତାହା ହେଉଛି ଭାରତୀୟ କମ୍ପାନୀ ଜାଇଡସ୍‌ କରୋନା ଟୀକାର ମାନବ ପରୀକ୍ଷଣ ଆରମ୍ଭ କରିବା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*