ବିଶ୍ୱର ସବୁଠୁ ଲମ୍ବା ଦାନ୍ତ, ଗିନିଜ ବୁକ୍‌ରେ ସାମିଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ
ଜର୍ମାନୀର ଅଫେନ୍‌ବାକ୍‌ ସହରରେ ରହୁଥିବା ଜଣେ ଦାନ୍ତ ଡାକ୍ତର ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ଦାନ୍ତକୁ ଅପରେସନ୍‌ କରି ବାହାର କରିଛନ୍ତି । ଆଉ ଏହି ଦାନ୍ତଟି ଏବେ ଗିନିଜ ବୁକ୍‌ ରେକର୍ଡ ବହିରେ ସାମିଲ ହୋଇଛି ।
ରିପୋର୍ଟ ଅନୁସାରେ ଡାକ୍ତର ମ୍ୟାକ୍ସ ଲୁକାସ୍‌ଙ୍କ ନିକଟକୁ ଜଣେ ରୋଗୀ ଦାନ୍ତ ଉପାଡିବାକୁ ଆସିଥିଲେ । ତାଙ୍କ ପାଟିରୁ ୩୭.୨ ମିଲିମିଟର ଅର୍ଥାତ୍‌ ୧.୪୬ ଇଞ୍ଚର ଦାନ୍ତ ବାହାରିଥିଲା । ଲୁକାସ୍‌ ଏହି ଦାନ୍ତକୁ ୨୦୧୮ରେ ବାହାର କରିଥିଲା ବେଳେ ଗିନିଜ ବୁକ୍‌ରେ ସାମିଲ ହେବା ପାଇଁ ଆବଶ୍ୟକୀୟ କାର୍ଯ୍ୟ ପୂରଣ ନିମନ୍ତେ ତାଙ୍କୁ ବର୍ଷେ ସମୟ ଲାଗିଯାଇଥିଲା । ଏବେ ଗିନିଜ ବୁକ୍‌ ଅଧିକାରୀମାନେ ପ୍ରମାଣପତ୍ର ଦେଇଛନ୍ତି । ଡାକ୍ତରଙ୍କ କହିବା ଅନୁସାରେ ଦାନ୍ତର ତିନି ଚତୁର୍ଥାଂଶ ମାଢି ଭିତରେ ଥିଲା । ପୂର୍ବରୁ ଆମେ ଅନେକ ଦାନ୍ତ ଉପାଡି ଥିଲା ବେଳେ ଏହି ଦାନ୍ତଟି ବର୍ତ୍ତମାନ ସୁଦ୍ଧା ସବୁଠୁ ଲମ୍ବା ଦାନ୍ତ ଅଟେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*