ବିଶ୍ୱର ସବୁଠୁ ବଡ଼ ବିମାନବନ୍ଦର ଖର୍ଚ୍ଚ ହୋଇଛି ୧୭ ଶହ କୋଟି ଡଲାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ବେଜିଂ

ଚୀନର ବେଜିଂଠାରେ ଏକ ନୂଆ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟିତ ହୋଇଛି । ଦେଶରେ କମୁ୍ୟନିଷ୍ଟ ଶାସନର ୭୦ ବର୍ଷ ପୂରଣ ଅବସରରେ ବୁଧବାର ରାଷ୍ଟ୍ରପତି ଜିନ୍‌ପିଙ୍ଗ ଏହାର ଉଦ୍‌ଘାଟନ କରିଥିଲେ । ଏହାର ନାମ ଦାକିଜଙ୍ଗ ବିମାନବନ୍ଦର ରହିଛି ।
୧୭୩ ଏକର ସ୍ଥାନରେ ନିର୍ମିତ ହୋଇଥିବା ଏହି ବିମାନବନ୍ଦରର ଆକାର ୧୦୦ରୁ ଅଧିକ ଫୁଟବଲ ପଡ଼ିଆ ଭଳି । ଏହି ବନ୍ଦର ଭିତରେ ଏକ ବୃହତ ଗାର୍ଡେନ ରହିଥିଲା ବେଳେ ଘରୋଇ ଓ ବିଦେଶୀ ବିମାନ ପାଇଁ ସ୍ୱତନ୍ତ୍ର ଟର୍ମିନାଲ ରହିଛି । ଏହାର ଡିଜାଇନ୍‌ ମହାକାଶ ଯାନ ଭଳି କରାଇଥିଲା ବେଳେ ଏହି ବିମାନବନ୍ଦରର ଟର୍ମିନାଲ ତଳେ ଟ୍ରେନ ଲାଇନ୍‌ ଏବଂ ମେଟ୍ରୋ ଲାଇନ୍‌ ମଧ୍ୟ ରହିଛି । ଯାହା ଫଳରେ ଯାତ୍ରୀଙ୍କୁ ସହରର ମଧ୍ୟଭାଗକୁ ଯିବାରେ ସହଜ ହେବ । ବ୍ରିଟେନର ବାସ୍ତୁକାର ଜାହା ହଦିଦ୍‌ ଏହି ବିମାନବନ୍ଦରର ଡିଜାଇନ୍‌ କରିଥିଲା ବେଳେ ୫ ବର୍ଷ ଭିତରେ ଏହାର ନିର୍ମାଣ ସରିଛି । ଏ ବାବଦରେ ଖର୍ଚ୍ଚ ହୋଇଛି ୧୭ ବିଲିଅନ୍‌ ଡଲାର । ଅଥାର୍ଥ ୧୭ ଶହ କୋଟି ଡଲାର । ତେଣୁ ଏହି ବିମାନବନ୍ଦରକୁ ବିଶ୍ୱର ସବୁଠୁ ମହଙ୍ଗା ବିମାନବନ୍ଦର କୁହାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*