ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ଭାରତର ଆଫଗାନ ଲଢେଇ ଆଜି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

କାତାର ଫିଫା ବିଶ୍ୱକପ୍‌ ସକାଶେ ଯୋଗ୍ୟତା ଅର୍ଜନ କରିବାର ଯେଉଁ ବଡ଼ ଆଶା ଭାରତୀୟ ଦଳ ରଖିଛି ସେଦିଗରେ ଆଗେଇବାକୁ ହେଲେ ଗୁରୁବାର ହେବାକୁ ଥିବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ଭଲ ଭାବରେ ଦଳକୁ ଜିତିବାକୁ ପଡିବ । ତାଜିକସ୍ଥାନର ଦୁସାନବେ ଠାରେ ଭାରତ ଓ ଆଫଗାନିସ୍ଥାନ ବିପକ୍ଷରେ ଲଢେଇ ହେବାକୁଯାଉଛି ଗୁରୁବାର । ଭାରତ ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ରାଉନ୍ଦର ମ୍ୟାଚ୍‌ ଖେଳିବା ଆରମ୍ଭ କରିଛି । ଏହି ଦ୍ୱିତୀୟ ରାଉନ୍ଦର ପ୍ରଥମ ମ୍ୟାଚ୍‌ରେ ଭାରତ ଓମାନ ପାଖରୁ ୧-୨ରେ ହାରିଥିଲା । ତେବେ ଆଫଗାନିସ୍ଥାନର ଏହି ମ୍ୟାଚ୍‌ ପୂର୍ବରୁ ଭାରତ ଅକ୍ଟୋବର ୧୫ରେ କୋଲକାତା ଠାରେ ବାଂଲାଦେଶ ସହ ୧-୧ରେ ମ୍ୟାଚ୍‌ ଡ୍ର’ କରିବା ବଡ଼ ଚିନ୍ତାର ବିଷୟ ହୋଇଛି । ବର୍ତ୍ତମାନ ଗ୍ରୁପ୍‌ ଇ ଭାରତ ୪ର୍ଥ ସ୍ଥାନରେ ରହିଛି । ତେଣୁ ଆଗକୁ ବଢିବାର ଆଶା ରଖିବାକୁ ହେଲେ ଆଫଗାନିସ୍ଥାନକୁ ଗୁରୁବାର ହରାଇବାକୁ ପଡିବ । ଫିଫା ଦଳ ତାଲିକାରେ ଭାରତ ଏବେ ୧୦୬ ଏବଂ ଆଫଗାନିସ୍ଥାନ ୧୪୯ତମ ସ୍ଥାନରେ ଅଛି । କାଗଜରେ ଏହା ଭାରତ ପାଇଁ ସୁବିଧାଜନକ ଦୁଶୁଥିଲେ ମଧ୍ୟ ପ୍ରକୃତରେ ତାହା ନୁହେଁ । ଅନେକ ଅକ୍ଷମଣୀୟ ତ୍ରୁଟି ଭାରତୀୟ ଖେଳାଳି ଗତ ଦୁଇଟି ମ୍ୟାଚ୍‌ରେ କରିଛନ୍ତି । ତେଣୁ ଏକ ଭଲ ବିଜୟ ହାସଲ ନକଲେ ସବୁକିଛି ଭାରତ ପାଇଁ ସରିଯିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*