ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ନଖେଳିଲେ ଭାରତର କ୍ଷତି ହେବ: ଗାଭାସ୍କର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ପୁଲୱାମା ଆତଙ୍କୀ ହାମ୍ଲାରେ ୪୦ ସିଆର୍ପିଏଫ୍ ଯବାନଙ୍କ ମୃତୁ୍ୟ ହେବା ପରେ ଉଭୟ ଦେଶରେ ରାଜନୈତିକ ପରିସ୍ଥିତି ବେଶ୍ ଗରମାଗରମ ରହିଛି । ତେଣୁ ଦ୍ୱିପାକ୍ଷିକ ସିରିଜ ଭାରତ ଓ ପାକିସ୍ତାନ ମଧ୍ୟରେ ନିକଟ ଭବିଷ୍ୟତରେ ହେବାର କୌଣସି ସୁଯୋଗ ନାହିଁ । ତେବେ ଆଗାମୀ ଭାରତ ଓ ପାକିସ୍ତାନ ମଧ୍ୟରେ ବିଶ୍ୱକପ୍ରେ ଭେଟାଭେଟି ହେବାର ଅଛି । ଏହାକୁ ନେଇ ଏବେ ଆଉ ଏକ ବିବାଦ ମୁନ୍ଦ ଟେକିଲାଣି । କିଛି ଭାରତ ଏହି ମ୍ୟାଚକୁ ବର୍ଜନ କରୁ ବୋଲି କହୁଥିବାବେଳେ ଆଉ କିଛି ମ୍ୟାଚ ପୂର୍ବବତ୍‌ ହେଉ ବୋଲି ମତ ରଖିଲେଣି । ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂହଙ୍କ ସହ ଆଉ କିଛି ପାକିସ୍ତାନ ସହ କି୍ରକେଟ୍ ସଂପର୍କ ରଖା ନଯାଉ ବୋଲି ଦାବିର ଜୋର ଧରିଛି । ଗୁରୁବାର ପୂର୍ବତନ ଅଧିନାୟକ ସୁନିଲ୍ ଗାଭାସ୍କର ବିପରୀତ ମନ୍ତବ୍ୟ ଦେଇଛନ୍ତି । ତାଙ୍କ ମତରେ ଭାରତ ପାକିସ୍ତାନ ବିପକ୍ଷରେ ନଖେଳିଲେ ଭାରତର କ୍ଷତି ହେବ । ସେ କହିଛନ୍ତି ପାକିସ୍ତାନକୁ ସମସ୍ତ ବିଶ୍ୱକପ୍ରେ ଆମେ ହରାଇ ଆସିଛେ । ଯଦି ଆମେ ଏଥର ନଖେଳିବା ତେବେ ଆମେ ୨ପଏଣ୍ଟ ହରାଇବା । ଆମେ ସବୁଥର ଭଳି ଏଥର ବି ପାକିସ୍ତାନକୁ ହରାଇ ସୁନିଶ୍ଚିତ କରିପାରିବା ଯେ ସେମାନଙ୍କୁ ଆମେ ଆଗକୁ ବଢ଼ିବାକୁ ନହେବା । ସବୁ ପରେ ବି ମୁଁ ସବୁବେଳେ ଦେଶ ସହିତ ରହିଛି ଓ ରହିବି । ସରକାର ଯାହା ବି ନିଷ୍ପତ୍ତି ନେବେ ମୁଁ ପୂର୍ଣ୍ଣ ଭାବେ ସମର୍ଥନ କରିବି । ଯଦି ଆମ ସରକାର ଚାହିଁବେ ପାକିସ୍ତାନ ସହ ନଖେଳିବା ପାଇଁ ତେବେ ବି ମୁଁ ଦେଶ ସହ ରହିବି । ଭାରତ ଓ ପାକିସ୍ତାନ ମଧ୍ୟରେ ୨୦୧୨ପରଠାରୁ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳାଯାଇନାହିଁ । ଶେଷ ଥର ପାଇଁ ୨୦୦୭ରେ ଏକ ପୂର୍ଣ୍ଣ ସିରିଜ ଖେଳାଯାଇଥିଲା । ସେ କହିଛନ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଦ୍ୱିପାକ୍ଷିକ ସିରିଜ ନଖେଳିଲେ କ୍ଷତି ପାକିସ୍ତାନର ହେବ । କିନ୍ତୁ ଆଇସିସି ପ୍ରତିଯୋଗିତା ଗୁଡିକରେ ନଖେଳିଲେ କୌଣସି କ୍ଷତି ସେମାନଙ୍କର ହେବ ନାହିଁ । ଏହି ପୁରା ମାମଲାର ଗମ୍ଭୀରତାର ସହ ବିଚାର ହେବା ଆବଶ୍ୟକ । ଭାରତ ପାକିସ୍ତାନ ବିପକ୍ଷରେ ନଖେଳିଲେ ବି ୨ପଏଣ୍ଟ ହରାଇବାର ବ୍ୟବଧାନ ଭାରତକୁ ଅଟକାଇ ପାରିବ ନାହିଁ କ୍ୱାଲିଫାଏ କରିବାରେ । କାରଣ ଦଳର ଫର୍ମ ଭଲ ଅଛି । ଅନ୍ୟ ମ୍ୟାଚଗୁଡିକ ଜିତିବାର କ୍ଷମତା ଆମ ଟିମ୍ ରଖେ । ତେବେ ପାକିସ୍ତାନକୁ ହରାଇ ତାଙ୍କୁ ଜଣାଇ ଦେବାକୁ ହେବ ଯେ ତୁମେ ଆଗକୁ ବଢ଼ିବାର ଯୋଗ୍ୟତା ପାଇପାରିବ ନାହିଁ ବୋଲି । ଆଗାମୀ ମାର୍ଚ୍ଚ ୨୭ରେ ହେବାକୁ ଥିବା ଆଇସିସି ବୈଠକରେ ବିସିସିଆଇକୁ ବିଶ୍ୱକପ୍ରୁ ବିଦା କରିବା ପାଇଁ ଦାବି କରିପାରେ । ହେଲେ ମୋତେ ଲାଗୁନାହିଁ ଅନ୍ୟ ଦେଶର ବୋର୍ଡମାନେ ଏଥିରେ ସହଯୋଗ କରିବେ ବୋଲି । ମୁଁ ଅପିଲ କରୁଛି ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ଙ୍କ ନିକଟରେ ଯେ ସେମାନେ ଦ୍ୱିପାକ୍ଷିକ ସୁଧାର ପାଇଁ ପ୍ରଥମ ପଦକ୍ଷେପ ନିଅନ୍ତୁ ବୋଲି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*