ବିଶିଷ୍ଟ ଶାୟର ରାହତ ଇନ୍ଦୋରଙ୍କ ପରଲୋକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ନୂଆଦିଲ୍ଲୀ

ପ୍ରସିଦ୍ଧ ଉର୍ଦ୍ଦୁ ସାୟର ରାହତ ଇନେ୍ଦାରିଙ୍କ ୭୦ ବର୍ଷ ବୟସରେ ହୃଦଘାତ ଯୋଗୁଁ ପରଲୋକ ଘଟିଛି । ଶରୀରରେ ସ୍ୱଳ୍ପ ଲକ୍ଷଣ ଦେଖାଯିବାରୁ ସେ କରୋନା ପରୀକ୍ଷା କରିଥିଲେ । ଏହାପରେ ରିପୋର୍ଟ ପଜିଟିଭ୍‌ ଆସିବା ସହ ତାଙ୍କୁ ଅରବିନ୍ଦ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମଙ୍ଗଳବାର ସକାଳେ ରାହତ ନିଜେ ଟ୍ୱିଟ୍‌ କରି ମଧ୍ୟ ଜଣାଇଥିଲେ । ଏହାସହ ଖୁବ୍‌ଶୀଘ୍ର ଆରୋଗ୍ୟ ଲାଭ କରିବାକୁ ସମସ୍ତଙ୍କ ଆଶିର୍ବାଦ ଲୋଡିଥିଲେ । ହେଲେ ସମସ୍ତଙ୍କ ପ୍ରାର୍ଥନା ତାଙ୍କୁ ମୃତୁ୍ୟକବଳରୁ ବଞ୍ଚାଇ ପାରିନାହିଁ । ସେ ନିମୋନିଆରେ ଆକ୍ରାନ୍ତ ହେବା ପରେ ମଙ୍ଗଳବାର ସନ୍ଧ୍ୟାରେ ହୃଦ୍‌ଘାତ କାରଣରୁ ଆରପାରିକୁ ଚାଲିଯାଇଥିଲେ ।
ସୂଚନାନୁଯାୟୀ ଇନେ୍ଦାରର ରଫତୁଲ୍ଲାହ କୁରେଶି ଠାରେ ୧୯୫୦ମସିହା ଜାନୁଆରୀ ୧ରେ ଜନ୍ମଗ୍ରହଣ କରିଥିବା ରାହତ ଇନେ୍ଦାରର ଉର୍ଦ୍ଦୁର ଲୋକପ୍ରିୟ ଓ ପ୍ରସିଦ୍ଧ ସାୟର କବି ସହ ବଲିଉଡର ଚର୍ଚ୍ଚିତ ସଙ୍ଗୀତକାର ଭାବେ ଖ୍ୟାତିଅର୍ଜନ କରିଥିଲେ । ମାତ୍ର ପିଲାଦିନଟି ତାଙ୍କର ବହୁତ ଅଭାବ କଷଣ ମଧ୍ୟରେ କଟିଥିଲା । ଏମିତି ସମୟ ଥିଲା ଯେ ନିଜେ ଅଟୋ ଚଳାଇବା ସହ ମିଲ୍‌ରେ ମଧ୍ୟ କାମ କରିଥିଲେ । ମଧ୍ୟପ୍ରଦେଶ ଭୋଜ ୟୁନିଭରସିଟିରେ ଉଦ୍ଧ୍ୱର୍ ସାହିତ୍ୟରେ ସେ ପିଏଚ୍‌ଡି କରିଥିଲେ । ତାଙ୍କ ବିଷୟରେ ଆଉ ଏକ ଖାସ୍‌ କଥା ହେଲା ଯେ ସେ ଖୁବ୍‌ ସୁନ୍ଦର ଚିତ୍ର ଆଙ୍କିପାରୁଥିଲେ । ପାଖାପାଖି ୪୫ବର୍ଷଧରି ସେ ଗାଳ୍ପିକ ଓ କବି ସମ୍ମେଳନରେ ଭାଗ ନେଇ କେବଳ ଭାରତ ନୁହେଁ ବରଂ ସାରା ପୃଥିବୀରେ ତାଙ୍କର ପ୍ରଶଂସକ ସୃଷ୍ଟିକରିପାରିଥିଲେ । ସମ୍ମେଳନ ଲାଗି ସେ ଆମେରିକା, ବି୍ରଟେନ୍‌, ସଂଯୁକ୍ତ ଆରବ ଅମିରାତ୍‌, ଅଷ୍ଟ୍ରେଲିଆ, କନ୍ନାଡା, ସିଙ୍ଗାପୁର, ମରିଶମ, କୁୱେଥ, କାତର, ବହରୀନ, ଓମାନ୍‌, ପାକିସ୍ତାନ, ବାଙ୍ଗାଲାଦେଶ୍‌, ନେପାଳ ସମେତ ଅନ୍ୟ ଦେଶ ଭ୍ରମଣ କରିପାରିଥିଲେ । ସାୟରଙ୍କ ମୃତୁ୍ୟଖବରରେ ସମଗ୍ର ଦେଶ ଏକ ମହାନ୍‌ ବ୍ୟକ୍ତିଙ୍କ ହରାଇବା ଦୁଃଖରେ ଭାଙ୍ଗିପଡ଼ିଥିବାବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ନେତା ରାହୁଳ ଗାନ୍ଧୀ, ସମ୍ପତ ସାରଳ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ୱାନ୍‌, ବଲିଉଡ଼୍‌ ବରିଷ୍ଠ ଅଭିନେତା ଅନୁପମ ଖେର,ଜାଭେଦ ଅଖ୍‌ତର, ଅଭିନେତ୍ରୀ ଉର୍ମିଳା ମାତୋନ୍ଦକର,ଡ. କୁମାର ବିଶ୍ୱାସଙ୍କ ସମେତ ବହୁ ପ୍ରଭାବଶାଳୀ ବ୍ୟକ୍ତି ଟ୍ୱିଟ କରି ଅମର ଆତ୍ମାକୁ ଶାନ୍ତି ମିଳିବା ଲାଗି ପ୍ରାର୍ଥନା କରିବା ସହ ତାଙ୍କ ପରିବାରକୁ ଭଗବାନ ସାହା ହୁଅନ୍ତୁ ବୋଲି କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*