ବିଶିଷ୍ଟ ପର୍ବତାରୋହୀ କଳ୍ପନାଙ୍କୁ ଅଶ୍ରୁଳ ବିଦାୟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଓଡିଶା ପଏଣ୍ଟ : ଭୁବନେଶ୍ୱର

ଓଡ଼ିଶାର ଅନ୍ୟତମ ଗୌରବ ଏଭରେଷ୍ଟ ବିଜୟିନୀ କଳ୍ପନା ଦାସଙ୍କୁ ରବିବାର ଅଶ୍ରୁଳ ବିଦାୟ ପ୍ରଦାନ କରାଯାଇଛି । ତାଙ୍କ ପାର୍ଥିବ ଶରୀର ରବିବାର ଆସି ପହଞ୍ଚôବା ପରେ ଶ୍ରଦ୍ଧାଞ୍ଜଳି ଜଣାଇବା ସକାଶେ ବିଭିନ୍ନ ବର୍ଗର ଲୋକେ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ । ସକାଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ତାଙ୍କ ପାର୍ଥିକ ଶରୀର ଆସିବା ସମୟରେ ସେଠାରେ ଉପସ୍ଥିତ ଥିବା ତାଙ୍କ ପରିବାର ଲୋକଙ୍କର ଅଶ୍ରୁ ଭିଜା ଚେହେରା ପୁରା ପରିବେଶକୁ ଖୁବ୍‌ ଗମ୍ଭୀର କରିଦେଇଥିଲା । ବିଶେଷ କରି କଳ୍ପନାଙ୍କା ମା’ କାନ୍ଦି ଉଠିବାରେ ସମସ୍ତଙ୍କ ଆଖିରେ ବି ଆସିଯାଇଥିଲା ଅଶ୍ରୁ । ତାଙ୍କୁ ବଡ଼ କଷ୍ଟରେ ବୋଧ କରାଯାଇଥିଲା । କଳ୍ପନାଙ୍କ ପାର୍ଥିକ ଶରୀରକୁ ବିମାନ ବନ୍ଦରରୁ ନିଆଯାଇଥିଲା କଳିଙ୍ଗ ଷ୍ଟାଡିୟମ ପରିସରକୁ । ଯେଉଁଠାରେ ବହୁ ରାଜନେତାଙ୍କ ସହ ଖେଳାଳି ଓ ସାଧାରଣବର୍ଗର ଲୋକେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ରାଜ୍ୟ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମନ୍ତ୍ରୀ ଟୁକୁନି ସାହୁ, ବିଧାୟକ ଡ. ନୃସିଂହ ସାହୁ, ସୁଧୀର ସାମଲ, ଧାବିକା ଦୂତୀ ଚାନ୍ଦ, କ୍ରୀଡ଼ା ଓ ଯୁବସେବା ବିଭାଗର କମିଶନର ତଥା ସଚିବ ବିଶାଳ ଦେବ ଏବଂ କ୍ରୀଡ଼ା ନିଦେ୍ର୍ଦଶକ ଭିନିଲ୍‌ କ୍ରିଷ୍ଣାଙ୍କ ସହ ବହୁ ପଦାଧିକାରୀ ଓ ଖେଳାଳିମାନେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ । ୨୦୦୮ ମସିହାରେ ପ୍ରଥମ ଓଡ଼ିଆ ଭାବରେ ବିଶ୍ୱର ସର୍ବୋଚ୍ଚ ଗିରିଶୃଙ୍ଗ ଏଭରେଷ୍ଟ ଆରୋହଣ କରିଥିବା କଳ୍ପନା ଗତ ୨୩ତାରିଖ ଦିନ ଦ୍ୱିତୀୟ ବାର ଶିଖରରେ ପହଞ୍ଚô ଫେରୁଥିଲାବେଳେ ବଡ଼ ଦୁଃଖଦାୟକ ପରିସ୍ଥିତିରେ ପ୍ରାଣ ହରାଇଥିଲେ । ତାଙ୍କ ପାର୍ଥିବ ଶରୀରକୁ ଓଡ଼ିଶା ଆଣିବା ପାଇଁ ରାଜ୍ୟ ସରକାର ଏଭରେଷ୍ଟ ବିଜେତା ଗଣେଶ ଜେନାଙ୍କ ନେତୃତ୍ୱରେ ୩ଜଣିଆ ଦଳ କାଠମାନ୍ଦୁ ପଠାଇଥିଲେ । ବହୁ ପରିଶ୍ରମ ପରେ ଏଭରେଷ୍ଟ ବାଲକୋନି ଅଞ୍ଚଳରୁ କଳ୍ପନାଙ୍କ ପାର୍ଥିବ ଶରୀର କାଠମାନ୍ଦୁକୁ ଅଣାଯାଇଥିଲା । ଶନିବାର ତାଙ୍କ ପାର୍ଥିକ ଶରୀର ଭୁବନେଶ୍ୱର ପହଞ୍ଚôବାର ଥିଲା । କଳିଙ୍ଗ ଷ୍ଟାଡିୟମରୁ ତାଙ୍କ ମରଶରୀରକୁ ନିଆ ଯାଇଥିଲା ଢେଙ୍କାନାଳ । ସେଠାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ ପରେ ପାର୍ଥିବ ଶରୀର ଶେଷକୃତ୍ୟ ସମ୍ପନ୍ନ୍‌ ସକାଶେ ପୁରୀ ସ୍ୱର୍ଗଦ୍ୱାର ନିଆଯାଇଥିବା ଜଣାପଡିଛି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*