ବିଶାଲ ଭରଦ୍ୱାଜଙ୍କୁ ଭେଟିଲେ ଶାହିଦ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail
  • ଶାହିଦ୍‌ କପୁର ନିଜର ନୂଆ ଫିଲ୍ମ ‘ଜର୍ସି’ ପାଇଁ ଯେବେଠାରୁ ପ୍ରସ୍ତୁତି ଆରମ୍ଭ କରିଲେଣି ସେବେଠୋରୁ ମିଡ଼ିଆ ଠାରୁ ଆରମ୍ଭ କରି ପ୍ରଶଂସକଙ୍କ ନଜର ତାଙ୍କରି ଠାରେ ହିଁ ଅଟକି ରହିଛି । ଏଇ କିଛି ଦିନ ହେବ ଶାହିଦ୍‌ କପୁରଙ୍କୁ ନିଦେ୍ର୍ଦଶକ ବିଶାଲ ଭରଦ୍ୱାଜ୍‌ଙ୍କ ସହିତ କାମ କରିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି । ଏଇ ନିକଟରେ ଶାହିଦ୍‌ଙ୍କୁ ବିଶାଲଙ୍କ ସହିତ ଏକାଠି ଦେଖିବାକୁ ମିଳିଛି । ଆକ୍ଟର-ଡିରେକ୍ଟରଙ୍କ ଏହି ଭେଟ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଉଭୟେ ଦ୍ୱିତୀୟ ଥର ଲାଗି ଏକାଠି କାମ କରଇବାକୁ ଯାଉଥିବା ନେଇ ଖବର ଶୁଣିବାକୁ ମିଳୁଛି । ଶାହିଦ୍‌ ବିଶାଲଙ୍କୁ ଭେଟିବା ଲାଗି ତାଙ୍କ ଅଫିସ୍‌ ନିକଟକୁ ଯାଇଥିଲେ । ସୂଚନା ଥାଉ ଯେ, ଦୁହେଁ ପୂର୍ବେ ଏକାଠି କାମ କରିଥିଲେ । ତେବେ ଏହି ଯୋଡ଼ିକୁ ପୁନର୍ବାର ବଡ଼ ପରଦାରେ ଦେଖିବା ଲାଗି ଫ୍ୟାନ୍ସଙ୍କ ମଧ୍ୟ ଉତ୍ସୁକତା ଭରିରହିଥିବା ଜଣାପଡ଼ିଛି । ବିଶାଲ ଭରଦ୍ୱାଜଙ୍କ ସହିତ ଫିଲ୍ମ ‘କମିନେ’, ‘ରଙ୍ଗୁନ୍‌’, ଏବଂ ‘ହୈଦର୍‌’ରେ କାମ କରିଥିଲେ । ଏହି ସମସ୍ତ ଫିଲ୍ମ ଫ୍ୟାନ୍ସଙ୍କୁ ବେଶ୍‌ ପସନ୍ଦ ମଧ୍ୟ ହୋଇଥିଲା । ଏହି ଯୋଡ଼ି ଜନତାଙ୍କ ପସନ୍ଦିଦାର ମଧ୍ୟରୁ ଗୋଟିଏ । ଶାହିଦ୍‌ କପୁରଙ୍କ ଫିଲ୍ମ ପ୍ରୋଜେକ୍ଟର କଥା କହିବାକୁ ଗଲେ, ଶାହିଦ୍‌ ତେଲୁଗୁ ଫିଲ୍ମ ‘ଜର୍ସି’ର ହିନ୍ଦୀ ରିମେକ୍‌ରେ ଅଭିନୟ କରୁଛନ୍ତି । ଏଥିପାଇଁ ଶାହିଦ୍‌ କ୍ରିକେଟ୍‌ ଟ୍ରେନିଂ ନେଉଛନ୍ତି । ଏଥିସହିତ ରେଗୁଲାର୍‌ ଜିମ୍‌ ମଧ୍ୟ ଯାଉଛନ୍ତି । ଶାହିଦ୍‌ ନିଜର କ୍ରିକେଟ ସେସନ୍‌ର ଫଟୋଗୁଡ଼ିକ ସର୍ବଦା ସୋଶିଆଲ ମିଡ଼ିଆରେ ଭାଇରାଲ ହେଉଛି । ଶାହିଦ୍‌ ଏହି ଫିଲ୍ମ ଲାଗି ଜୋର୍‌ସୋରରେ ପ୍ରସ୍ତୁତି ଚଲାଇଥିବା ଜଣାପଡ଼ିଛି । ଏହାପୂର୍ବରୁ ଶାହିଦ୍‌ କପୁର ନିଜ କ୍ୟାରିୟର୍‌ର ସବୁଠାରୁ ବଡ଼ ବ୍ଲକ୍‌ବଷ୍ଟର ହିଟ୍‌ ଫିଲ୍ମ ‘କବୀର ସିଂ’ ଦେଇଥିଲେ । ଏହି ଫିଲ୍ମଟି ପ୍ରାୟ ୩୩୨ କୋଟି ଟଙ୍କାର ବ୍ୟବସାୟ କରିଥିଲା । ଫିଲ୍ମ ‘କବୀର ସିଂ’ରେ ଶାହିଦ୍‌ଙ୍କ ଅପୋଜିଟ୍‌ରେ ପ୍ରଥମ ଥର ଲାଗି କିଆରା ଆଡ୍‌ଭାଣୀଙ୍କୁ ଦେଖିବାକୁ ମିଳିଥିଲା ।
FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*