ବିଲ୍‌ରେ ଶୌଚ କରିବାରୁ ମାଆ-ପୁଅଙ୍କୁ ହତ୍ୟା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ପାଟନା

ବିହାରର ଏକ ଗ୍ରାମରେ ବିଲରେ ଶୌଚ କରିବା ଘଟଣାକୁ ନେଇ ମାଆ-ପୁଅକୁ ପିଟିପିଟି ହତ୍ୟା କରିବା ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ପୁଲିସ୍‌ ।
ରବିବାର ବିଲରେ ଶୌଚ କରୁଥିବା ସମୟରେ ଜଣେ ଯୁବକଙ୍କୁ କିଛି ଗ୍ରାମବାସୀ ଧରିଥିଲେ । ପରେ ତାଙ୍କୁ ମାର୍‌ପିଟ୍‌ କରିଥିଲେ । ଏହାକୁ ନେଇ ଗ୍ରାମରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ସୋମବାର ଏହି ଘଟଣା ଆହୁରି ଜୋର ଧରିଥିଲା । ଗ୍ରାମର କିଛି ଯୁବକ ଶୌଚ କରିଥିବା ଯୁବକ ଏବଂ ତାଙ୍କ ମାଆ ରଞ୍ଜୁ ଦେବୀଙ୍କୁ ମାର୍‌ପିଟ୍‌ କରିଥିଲେ । ଏହି ଘଟଣାରେ ଉଭୟଙ୍କର ମୃତୁ୍ୟ ହୋଇଥିଲା । ତାଙ୍କୁ ସୁରକ୍ଷା ଦେବା ପାଇଁ ଆସିଥିବା ଆଉ ଦୁଇଜଣ ମଧ୍ୟ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୁଲିସ୍‌ ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*