ବିରଳ ପ୍ରଜାତିର ପାରାଙ୍କ ସୁରକ୍ଷା ପାଇଁ ବଦଳାଇଲେ ଗାଁ ର ନାମ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : କୋଝିକୋର୍ଡ

କେରଳର କାସରଗୋଡ ସ୍ଥିତ ଏକ ଗ୍ରାମପଞ୍ଚାୟତ ପକ୍ଷୀମାନଙ୍କ ସଂରକ୍ଷଣ ପାଇଁ ଉଠାଇଛି ଏକ ନିଆରା ପଦକ୍ଷେପ । କୁମ୍ବଲା ଗ୍ରାମପଞ୍ଚାୟତର କିଦୁର ଗ୍ରାମର ଏକ ରାସ୍ତାର ନାମ ଗଳାରେ ନାରାଙ୍ଗି ଦାଗ ଥିବା ପାରା ନାମରେ ରଖାଯାଇଛି । ଏହି ସ୍ୱତନ୍ତ୍ର ପ୍ରଜାତିର ପାରା ଏବେ ବିଲୁପ୍ତ ଅବସ୍ଥାରେ । କେରଳରେ ଏହା ହାତଗଣତି ଦେଖିବାକୁ ମିଳୁଛି । ତେବେ କିଦୁର ଅଞ୍ଚଳକୁ ଏହି ପାରାମାନେ ଏକ ପ୍ରକାର ନିଜର ଘର ବନାଇଛନ୍ତି ।
ଗ୍ରାମବାସୀଙ୍କ କହିବା ଅନୁସାରେ ୨୦୧୬ରେ ପ୍ରଥମ ଥର ପାଇଁ ଆମ ଅଞ୍ଚଳରେ ଏହି ନାରାଙ୍ଗି ଦାଗ ଥିବା ପାରା ଦେଖିବାକୁ ମିଳିଥିଲା । ୨୦୧୭ରେ ଗାଁ ରେ ୩୧ଟି ପାରାକୁ ଆମେ ଦେଖିଥିଲୁ । ପରେ ଏମାନଙ୍କ ସଂଖ୍ୟା ବଢିଛି । ଏହି ପାରାମାନଙ୍କ ପାଇଁ ଆମ ଗାଁ ମଧ୍ୟ ଲୋକଲୋଚନକୁ ଆସିଛି । ତେଣୁ ସେମାନଙ୍କ ସୁରକ୍ଷା ହେଉଛି ଆମର ଦାୟିତ୍ୱ ଓ କର୍ତ୍ତବ୍ୟ । ଗାଁର ପରିଚୟକୁ ଅଧିକ ମଜବୁତ କରିବା ପାଇଁ ଆମେ ପାରା ଅନୁସାରେ ଗାଁର ସଡ଼କ ନାମ ବଦଳାଇଛୁ । ସୂଚନାଯୋଗ୍ୟ ଯେ, କିଦୁର ଅଞ୍ଚଳରେ ବର୍ଷର ବିଭିନ୍ନ ସମୟରେ ଭିନ୍ନଭିନ୍ନ ପ୍ରଜାତିର ପକ୍ଷୀମାନଙ୍କର ଆଗମନ ହୋଇଥାଏ । ଦେଶର ବୋଧହୁଏ ଏହା ପ୍ରଥମ ଘଟଣା ଯେଉଁଠି ପକ୍ଷୀ ନାମରେ ସଡ଼କର ନାମ ରଖାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*