ବିରଜା ମହୋତ୍ସବ ଉଦ୍ୟାପିତ ସାମ୍ବାଦିକ ପ୍ରସନ୍ନ ମହାନ୍ତିଙ୍କୁ ବିରଜାଶ୍ରୀ ସମ୍ମାନ ଓ ଅଧ୍ୟାପିକା ବିନ୍ଦୁ ରେଖାଙ୍କୁ ବିରଜା ସେବାଶ୍ରୀ ସମ୍ମାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ଯାଜପୁର ଟାଉନ

ଯାଜପୁର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମହାଷ୍ଟମୀ ଅବସରରେ ମା’ଟିଭି ପକ୍ଷରୁ ବିରଜା ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶା ସାମ୍ବାଦିକ ୟୁନିଅନର ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କୁ ବିରଜା ଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ସେହିପରି ଏହି ଉତ୍ସବରେ ଅଧ୍ୟାପିକା ବିନ୍ଦୁରେଖା ମହାପାତ୍ରଙ୍କୁ ତାଙ୍କ ଦ୍ୱାରା ରଚିତ ଭାଗବତ, କୁସୁମାରାଣୀ ଓ ଅପରାହ୍ନର ନାୟକ ପୁସ୍ତକ ନିମନ୍ତେ ତାଙ୍କୁ ବିରଜା ସେବାଶ୍ରୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ତଥା ବିରଜା ସେବା ସମିତି ସଭାପତି ବିଶ୍ୱମ୍ବର ମିଶ୍ର, ମା’ ଟିଭିର ଉପଦେଷ୍ଟା ତଥା ବିରଜା ସଂସ୍କୃତି ପ୍ରଚାର ସମିତିର ସଭାପତି ପନ୍ଦିତ ଭୂପତି ଭୂଷଣ ମିଶ୍ର, ବୈତରଣୀ କୁମ୍ଭ ମେଳା ସମିତିର ସମ୍ପାଦକ ଆଇନଜୀବୀ ବିବେକାନନ୍ଦ ମହାନ୍ତି, ପ୍ରାଧ୍ୟାପକ ଡଃ. ବଟକୃଷ୍ଣ ମହାପାତ୍ର, ପ୍ରେସ କ୍ଲବର ସଭାପତି ରାଜୀବ ମହାନ୍ତି, ପ୍ରଶାସକ ଅନୁପ କୁମାର ବେହେରା, ତହସିଲଦାର ସୁନୀଲ କୁମାର ମେହେର ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ପନ୍ଦିତ ଭୂପତି ଭୂଷଣ ମିଶ୍ର ଓ ବିରଜା ସେବା ସମିତିର ସଭାପତି ବିଶ୍ୱମ୍ବର ମିଶ୍ର, ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ମହାନ୍ତିଙ୍କୁ ବିରଜା ଶ୍ରୀ ସମ୍ମାନରେ ସମ୍ମାନିତ କରିବା ସହ ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*