ବିରଜା ଅଗ୍ନେଶ୍ୱର ହାଟ ବ୍ୟବସାୟୀ ସଂଘର ଦାବିପତ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ଯାଜପୁର ଟାଉନ

ଯାଜପୁରର ବିରଜା ଅଗ୍ନେଶ୍ୱର ହାଟ ବ୍ୟବସାୟୀ ସଂଘ ତରଫରୁ ବହୁ ପୁରାତନ ବିରଜା ହାଟକୁ ନିୟନ୍ତ୍ରିତ ବଜାର କମିଟିକୁ ହସ୍ତାନ୍ତର ନିମନ୍ତେ ଜାରି ହୋଇଥିବା ସର୍ବସାଧାରଣ ନୋଟିସ୍ ସମ୍ବନ୍ଧରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଉଦେ୍ଦଶ୍ୟରେ ନିଜାରତ ଅଧିକାରୀ ଅରୂପ କୁମାର ଜେନାଙ୍କୁ ସମ୍ପାଦକ ଶରତ କୁମାର ସାହୁ ଏବଂ ଉପଦେଷ୍ଟା ହୃଷିକେଶ ପତି ତାଙ୍କର କାର୍ଯ୍ୟାଳୟରେ ପ୍ରଦାନ କରିଥିଲେ । ଦୀର୍ଘ ୧୭ ବର୍ଷ ଧରି ବିରଜା ହାଟ କୌଣସି ସରକାରୀ କିମ୍ବା ବେସରକାରୀ ଅନୁଦାନ ପାଇନଥିଲେ ମଧ୍ୟ ପ୍ରାୟ ସଂଘ ତରଫରୁ ୧୭ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ହାଟ ମଧ୍ୟରେ ରାସ୍ତାରେ ପଥରଗୁନ୍ଦ, ବଜୁରୀ ଓ ଇଟା ଖଜିରା ଦ୍ୱାରା ପ୍ରଶସ୍ତ କରାଯାଇଛି । ଗ୍ରାହକମାନଙ୍କର ସୁବିଧା ନିମନ୍ତେ ପାନୀୟ ଜଳ ବ୍ୟବସ୍ଥା, ପରିସ୍ରାଗାର ଓ ଶୌଚାଳୟ ୪ଟି ସ୍ଥାନରେ ନିର୍ମିତ ହୋଇଛି । ବିରଜା ହାଟ ମଧ୍ୟରେ ମା’ ଗଜଲକ୍ଷ୍ମୀଙ୍କ ପୂଜାମନ୍ଦପ ନୂତନ ଭାବେ ୨୨୦୦ ସ୍କୋୟାର ଫୁଟ୍ ପରିମିତ ଜାଗାରେ ନିର୍ମିତ ହୋଇଛି ଏବଂ ପ୍ରାୟ ୨୫ଟି ଗଛ ହାଟର ବିଭିନ୍ନ ସ୍ଥାନରେ ରୋପଣ କରାଯାଇ ବର୍ଷା, ଖରାରୁ ଗ୍ରାହକ ଓ ବ୍ୟବସାୟୀଙ୍କୁ ସୁବିଧା କରାଯାଇଛି । ଏହିସବୁ ତଥ୍ୟକୁ ଆଧାର କରି ଆରଏମ୍ସି ହାଟକୁ ନିଜ ନିୟନ୍ତ୍ରଣକୁ ନେବା ସମୟରେ ବ୍ୟବସାୟୀ ଓ ସଂଘର ସ୍ୱାର୍ଥ ରକ୍ଷା ନିମିତ୍ତ ସଂଘ ଅଫିସ ଗୃହ ନିମନ୍ତେ ୨ ଗୁଣ୍ଠ ଜମି ପ୍ରଦାନ ସହ ସଂଘ କମିଟିକୁ ହାଟ ପରିଚାଳନା ଅନ୍ତର୍ଭୁକ୍ତ କରିବା ପାଇଁ ଜିଲ୍ଲାପାଳଙ୍କୁ ମେମୋରେନ୍ଦମ ପ୍ରଦାନ କରାଯାଇଛି । ସଭାପତି ବିରଜା ପ୍ରସାଦ ବସୁଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆସନ୍ତା ୨୫ ତାରିଖରେ ହାଟରେ ବସି ସମସ୍ତ ବିଷୟରେ ନିଷ୍ପତ୍ତି ନିଆଯିବ ବୋଲି ଉପସଭାପତି ଅଶୋକ କୁମାର ଦାସ ଜଣାଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*