ବିମାନ ଭଡ଼ା ଆକାଶ ଛୁଆଁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଶରେ ବଢୁଥିଲାବେଳେ ଘରୋଇ ରୁଟରେ ବିମାନ କମ୍ପାନୀମାନେ ଯାତ୍ରୀଙ୍କଠାରୁ ମନ ଇଚ୍ଛା ଦର ଅସଲୁଥିବା ଅଭିଯୋଗ ହେଲାଣି । ଭୟ କାରଣରୁ ଲୋକେ ଟିକେଟ୍‌ ବାତିଲ କରୁଥିଲାବେଳେ ଅନେକ ସଂକ୍ରମିତ ପ୍ରଭାବିତ ରାଜ୍ୟରୁ ନିଜ ଅଞ୍ଚଳକୁ ଫେରୁଛନ୍ତି । ଏପରି ସ୍ଥିତିରେ ବିମାନ କମ୍ପାନୀମାନେ ଖାଲି ବିମାନ ଭଡ଼ା ବୃଦ୍ଧି କରିନାହାନ୍ତି ବରଂ ବଡ଼ ପରିମାଣର ବାତିଲ ଶୁଳ୍କ ମଧ୍ୟ ଆଦାୟ କରୁଛନ୍ତି । ପରିସ୍ଥିତି ଏପରି ହେଲାଣି ଯେ, ଦିଲ୍ଲୀରୁ ପାଟନା ବିମାନ ଭଡ଼ା ୩୭ହଜାର ଟଙ୍କା ଛୁଇଁଲାଣି ।
ନୂଆଦିଲ୍ଲୀରୁ ପାଟନା ଭଡ଼ା ସର୍ବନିମ୍ନ ୨୮୦୦ ଟଙ୍କା ପାଖାପାଖି ରହୁଥିଲା ବେଳେ ବର୍ତ୍ତମାନ ୪୪୦୦ଟଙ୍କାରୁ ଆରମ୍ଭ ହେଉଛି । ହେଲେ ଏହାର ସର୍ବାଧିକ ମୂଲ୍ୟ ଏବେ ରହିଛି ୩୭ହଜାର ଟଙ୍କା । ଯଦି ଆପଣ ମାର୍ଚ୍ଚ ୨୦ରେ ଦିଲ୍ଲୀରୁ ପାଟନା ଯିବାକୁ ଚାହାଁନ୍ତି ତେବେ ଗୋ ଏୟାରର ସର୍ବନିମ୍ନ ମୂଲ୍ୟ ୪୪୧୬ଟଙ୍କା ରହିଥିଲାବେଳେ ସ୍ପାଇସ୍‌ ଜେଟ୍‌ ୫୧୦୬ଟଙ୍କା,ଇନ୍ଦିଗୋ ୫୧୪୫ଟଙ୍କା ଏବଂ ଏୟାର ଇନ୍ଦିଆ ୭୨୧୯ଟଙ୍କାରେ ଟିକେଟ୍‌ ବିକୁଛି । ଅନ୍ୟପଟେ ଏୟାରଇନ୍ଦିଆର ସର୍ବାଧିକ ମୂଲ୍ୟ ୩୭୦୦ହଜାର ଟଙ୍କା ରହିଛି । ସେହିପରି ଚେନ୍ନାଇ-ଗୌହାଟୀ ରୁଟରେ ସାଧାରଣ ମୂଲ୍ୟ ୬ହଜାର ଟଙ୍କା ପାଖାପାଖି ଥିଲାବେଳେ ଏବେ ଯାତ୍ରୀଙ୍କଠାରୁ ଆଦାୟ ହେଉଛି ୧୫ହଜାର ଟଙ୍କା । ପ୍ରାୟ ପ୍ରତିଟି ରୁଟରେ ବିମାନ କମ୍ପାନୀ ଯାତ୍ରୀଙ୍କ ଠାରୁ ଅଧିକ ଭଡ଼ା ନେଉଥିବା ଅଭିଯୋଗ ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*