ବିମାନ ଇଣ୍ଡଷ୍ଟ୍ରି ପାଇଁ ବର୍ତ୍ତମାନ ହେଉଛି ସ୍ୱର୍ଣ୍ଣିମ ସମୟ: ଇଣ୍ଡିଗୋ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ମଜଭୁତ ଭିତ୍ତିଭୂମି ସହ ବର୍ତ୍ତମାନ ସମୟ ଭାରତୀୟ ବିମାନ ଇଣ୍ଡଷ୍ଟ୍ରି ପାଇଁ ସ୍ୱର୍ଣ୍ଣିମ ସମୟ ବୋଲି କହିଛନ୍ତି ଦେଶର ସବୁଠୁ ବଡ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ରଂଜୟ ଦତ୍ତା । ବର୍ତ୍ତମାନ ଦେଶର ଘରୋଇ ବିମାନ ଇଣ୍ଡଷ୍ଟ୍ରି ତୀବ୍ର ପ୍ରତିଯୋଗିତାର ସମ୍ମୁଖୀନ ହେଉଥିଲାବେଳେ ଘରୋଇ ଯାତ୍ରୀଙ୍କ ବୃଦ୍ଧି ଦର ହ୍ରାସ ପାଇବାରେ ଲାଗିଛି । ଏହି ପରିସ୍ଥିତିରେ ଦତ୍ତାଙ୍କ ସୂଚନା ବେଶ ଚକିତ କଲା ଭଳି ।
ସଦ୍ୟତମ ରିପୋର୍ଟ ଅନୁସାରେ ସେପ୍ଟେମ୍ବରରେ ବିମାନ ଯାତ୍ରୀଙ୍କ ସଂଖ୍ୟାରେ ମାତ୍ର ୧.୧୮% ବୃଦ୍ଧି ଘଟିଛି । ଏହି ସମୟରେ ଇଣ୍ଡିଗୋର ବଜାର ଭାଗିଦାରୀ ୪୮.୨% ରହିଛି । ତେବେ ଦତ୍ତା କହିଛନ୍ତି ଯେ, ଅନେକ ଅସୁବିଧା ଯଦିଓ ଇଣ୍ଡଷ୍ଟ୍ରି ଆଗରେ ଦେଖାଯାଇଛି ତଥାପି ଆଗକୁ ବଢ଼ିବା ପାଇଁ ବର୍ତ୍ତମାନ ସମୟ ହେଉଛି ସବୁଠୁ ଭଲ ସମୟ । ଆମେ ଭାରତୀୟ ବିମାନ ଇଣ୍ଡଷ୍ଟ୍ରି ସ୍ୱର୍ଣ୍ଣିମ ସମୟରେ ରହିଛୁ । ଆଗକୁ ସଂପ୍ରସାରଣର ବ୍ୟାପକ ସମ୍ଭାବନା ରହିଛି । ସମସ୍ୟା ସବୁବେଳେ ରହିବ । ବିମାନ ଇନ୍ଧନକୁ ଜିଏସ୍‌ଟି ପରିସରକୁ ଆଣିବା ପାଇଁ ଦାବି ଦୀର୍ଘଦିନର । ତେବେ ଏହାସତ୍ତ୍ୱେ ଇନ୍ଦିଗୋ ଆଗକୁ ବଢ଼ୁଛି । ନିକଟରେ ଆମେ ଏୟାରବସ୍‌କୁ ୩୦୦ ନୂଆ ବିମାନର ଅର୍ଡର ମଧ୍ୟ ଦେଇଛୁ । ବିଶ୍ୱର ପ୍ରତିଟି ଏୟାରଲାଇନ୍ସ କମ୍ପାନୀ ପ୍ରତିଯୋଗିତା ମାହୋଲ ଦେଇ ଗତି କରୁଥିଲାବେଳେ ଘରୋଇ ଏୟାରଲାଇନ୍ସ ମଧ୍ୟ ଏହି ସ୍ଥିତିରେ ଗତି କରୁଛି । ତେବେ ଭାରତରେ ଯେଉଁଭଳି ମଜଭୁତ ଭିତ୍ତିଭୂମି ରହିଛି ତାହା ଆମକୁ ଆଗକୁ ଯିବାକୁ ବାଧ୍ୟ କରୁଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*