ବିମାନ ଅପହରଣ ଧମକ ପରେ ସବୁ ବିମାନ ବନ୍ଦରରେ ହାଇ ଆଲର୍ଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ପୁଲୱାମା ଆତଙ୍କୀ ହମଲା ପରେ ପାକିସ୍ତାନ ବିରୋଧରେ ବଢୁଥିବା ଆକ୍ରୋଶ ମଧ୍ୟରେ ଶନିବାର ଦେଶର ସବୁ ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଥିଲା । ଶନିବାର ମୁମ୍ବାଇସ୍ଥିତ ଏୟାରଇନ୍ଦିଆ ଅପରେସନ୍‌ ସେଣ୍ଟରକୁ ଫୋନ୍‌ରେ ଏକ ଭାରତୀୟ ବିମାନକୁ ହାଇଜ୍ୟାକ୍‌ କରାଯିବ ବୋଲି ଧମକ ଦିଆଯିବା ପରେ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ ବିମାନବନ୍ଦରରେ ହାଇ ଆଲର୍ଟ ଜାରି କରାଯାଇଥିଲା । ସବୁଠାରୁ ଖାସ୍‌ କଥା ହେଲା ଯେ, ଫୋନ୍‌ କରିଥିବା ବ୍ୟକ୍ତିଜଣକ ବିମାନକୁ ହାଇଜ୍ୟାକ୍‌ କରି ପାକିସ୍ତାନ ନିଆଯିବ ବୋଲି କହିଥିଲା । ଏହାପରେ ସମସ୍ତ ବିମାନବନ୍ଦରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଦିଆଯାଇଥିଲା । ଯାତ୍ରୀଙ୍କୁ କଡାକଡି ଚେକିଂ ସହ ପାର୍କିକୁ ଯାଉଥିବା ଗାଡିଗୁଡିକର ବ୍ୟାପକ ଯାଞ୍ଚ କରାଯାଇଥିଲା ।
ଶନିବାର ଉକ୍ତ ଧମକପୂର୍ଣ୍ଣ କଲ୍‌ ମିଳିବା ପରେ ବୁ୍ୟରୋ ଅଫ୍‌ ସିଭିଲ ଏଭିଏସନ୍‌ ସିକୁ୍ୟରିଟୀ(ବିସିଏଏସ) ବିମାନଗୁଡିକ ଟର୍ମିନାଲ, ଅପରେସନ କ୍ଷେତ୍ରକୁ ଯିବା ପୂର୍ବରୁ ଯାଞ୍ଚ କରାଯାଉ, ବିମାନବନ୍ଦରକୁ ଆସିଥିବା ଗାଡିର ବ୍ୟାପକ ଯାଞ୍ଚ ସହିତ ଯାତ୍ରୀ, କର୍ମଚାରୀ, କ୍ୟାଟରିଙ୍ଗ ଆଦିର ଯାଞ୍ଚ କଡାକଡି ଭାବେ କରିବାକୁ ନିଦେ୍ର୍ଦଶ ଦେଇଥିଲା । ଉକ୍ତ ଧମକପୂର୍ଣ୍ଣ କଲ୍‌ ଜାଲ ଅବା କିଏ ବଦମାସୀରେ କରିଥାଇପାରେ, ହେଲେ ସୁରକ୍ଷା ଏଜେନ୍ସୀ କୌଣସି ଧମକକୁ ହାଲୁକା ଭାବେ ନେବାକୁ ଚାହାନ୍ତିନି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*