ବିମାନ ଅପହରଣ ଉଦ୍ୟମକୁ ପଣ୍ଡ କଲେ ବାଂଲାଦେଶୀ ସୁରକ୍ଷାକର୍ମୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଢାକା

ଦୁବାଇ ମୁହାଁ ଏକ ବିମାନର ଅପହରଣ ଉଦ୍ୟମକୁ ବାଂଲାଦେଶୀ ସୁରକ୍ଷାକର୍ମୀ ରବିବାର ବିଫଳ କରିଦେଇଛନ୍ତି । ଏହାପରେ ବିମାନଟି ଚାତଗ୍ରାମ ବିମାନବନ୍ଦରରେ ଜରୁରୀ ଅବତରଣ କରିଥିଲା । ପୁଲିସ୍‌, ସେନା ବିମାନଟିକୁ କର୍ଡନ କରିବା ସହ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତଭାବେ ବାହାରକୁ ଆଣିଥିଲେ । ଅପହରଣ ଉଦ୍ୟମ କରିଥିବା ବ୍ୟକ୍ତିଙ୍କୁ କମାନେ୍ଦାମାନେ କାବୁ କରିନେଇ ଅଟକ ରଖିଥିବା କୁହାଯାଉଛି । ହେଲେ ଆଉ କେତେକ ଗଣମାଧ୍ୟମରେ ଅପହରଣକାରୀଙ୍କୁ ସୁରକ୍ଷାକର୍ମୀ ଗୁଳି କରି ହତ୍ୟା କରିଥିବା ରିପୋର୍ଟ ପ୍ରକାଶ ପାଇଛି ।
ରିପୋର୍ଟ ଅନୁଯାୟୀ, ବାଂଲାଦେଶୀ ବିମାନ ବାଂଲାଦେଶ ଏୟାରଲାଇନ ଫ୍ଲାଇଟ୍‌ ବିଜି-୧୪୭ ଢାକାରୁ ଦୁବାଇ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ମଝିରେ ଏହା ଚାତଗ୍ରାମଠାରେ ଅବତରଣ କରିଥିଲା । କିନ୍ତୁ ଚାତଗ୍ରାମଠାରୁ ପୁଣିଥରେ ଉଡାଣ ଆରମ୍ଭର କିଛି ସମୟ ପରେ ହିଁ ବିମାନଟି ପୁଣିଥରେ ସେଠାରେ ଜରୁରୀକାଳୀନ ଅବତରଣ କରିଥିଲା । ତୁରନ୍ତ ବିମାନର ଜରୁରୀକାଳୀନ ଦ୍ୱାରା ଦେଇ ଯାତ୍ରୀଙ୍କୁ ବାହାରକୁ ଅଣାଯାଇଥିଲା ।
ଅପହରଣକାରୀର ପରିଚୟ ଏପର୍ଯ୍ୟନ୍ତ ମିଳିନଥିଲେ ମଧ୍ୟ ସେ ଜଣେ ବିଦେଶୀ ନାଗରିକ ଏବଂ ତା ପାଖରେ ଏକ ବନ୍ଧୁକ ଥିଲା ବୋଲି ଜଣାପଡିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*