ବିମାନର କବରସ୍ତାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୁ୍ୟୟର୍କ

ବିଶ୍ୱରେ ଅନେକ ବଡ଼ବଡ଼ କବରସ୍ତାନ ରହିଛି । ଯେଉଁଠାରେ ଲକ୍ଷାଧିକ ଲୋକଙ୍କୁ କବର ଦିଆଯାଇଛି । ହେଲେ ବିମାନ ପାଇଁ ମଧ୍ୟ ରହିଛି ଏପରିକି ଏକ କବରସ୍ତାନ । ଆମେରିକାର ଏହି କବରସ୍ଥାନରେ ୪ ହଜାରରୁ ଅଧିକ ବେକାର ପଡିଥିବା ସୈନ୍ୟ ବାହିନୀ ବିମାନ ରଖାଯାଇଛି । ଏଠାରେ ମଧ୍ୟ ଅଛି କିଛି ମହାକାଶ ଯାନ ।
ଏରିଜୋନାର ଟସକନ୍‌ ମରୁଭୂମିରେ ରହିଛି ଏହି କବରସ୍ତାନଟି । ୨୬୦୦ଏକର ପରିମିତ ସ୍ଥାନ ଅର୍ଥାତ୍‌ ୧୪୦୦ ଫୁଟବଲ ପଡିଆ ବରାବର ଏହି କବରସ୍ତାନଟି ବୋନୟାର୍ଡ ନାମରେ ପରିଚିତ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ବ୍ୟବହାର ହୋଇଥିବା ଅନେକ ବିମାନ ମଧ୍ୟ ଏଠାରେ ରହିଛି । ଏଠାକୁ ଆସୁଥିବା କିଛି ବିମାନକୁ ମରାମତି କରାଯାଇ ପୁଣି ଥରେ ଉଡାଣ ଯୋଗ୍ୟ କରାଯାଉଥିଲା ବେଳେ ଯେଉଁ ବିମାନ କାର୍ଯ୍ୟକ୍ଷମ ହୋଇପାରିବ ନାହିଁ ସେଗୁଡିକୁ ଏଠାରେ ରଖାଯାଉଛି ।
ଆମେରିକା ସରକାର ଏଠାରୁ ପୁରୁଣା ବିମାନ କ୍ରୟ କରିବା ପାଇଁ ଅନ୍ୟ ଦେଶମାନଙ୍କୁ ମଧ୍ୟ ଦେଇଛନ୍ତି ଅନୁମତି । ବିଶେଷଜ୍ଞଙ୍କ ମତରେ ଏହି ସ୍ଥାନଟି ଅଧିକ ଉଚ୍ଚରେ ଏବଂ ଶୁଷ୍କ ପରିସ୍ଥିତିରେ ଥିବାରୁ ଏଠାରେ ବିମାନ ବାହାରେ ରଖିଲେ ଦୀର୍ଘ ସମୟ ଧରି ଖରାପ ହୋଇନଥାଏ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*