ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଭିତ୍ତିପ୍ରସ୍ତର, ନାପକିନ୍‌ ମେସିନ ବିତରଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ
ଭୁବନେଶ୍ୱର

ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ଅବହେଳା କରାଯାଉଥିବାର ଯେଉଁ ଦାବି ସବୁ ସମୟରେ ବିଜୁ ଜନତା ଦଳ ଉଠାଉଥିଲା ତାକୁ ସୋମବାର ଖନ୍ଦନ କରିଛନ୍ତି କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା । ରାଜ୍ୟରେ ରେଳପଥର ବିକାଶରେରାଜ୍ୟ ସରକାର ହିଁ ବାଧକ ବୋଲି କହିବା ସହ ରାଜ୍ୟ ସରକାରଙ୍କ ଉପରେ ମଧ୍ୟ ସେ ବର୍ଷିଛନ୍ତି ।
ସ୍ଥାନୀୟ ରେଳବାଇ ଅଡିଟୋରିୟମଠାରେ ଭୁବନେଶ୍ୱର, ବ୍ରହ୍ମପୁର ଓ ତାଳଚେର ଷ୍ଟେସନଠାରେ ବିଭିନ୍ନ ଯାତ୍ରୀ ସୁବିଧା କାର୍ଯ୍ୟର ଉଦ୍‌ଘାଟନ ଓ ଲୋକାର୍ପଣ ଭିଡିଓ କନଫରେନ୍ସିଂ ମାଧ୍ୟମରେ କରିଥିଲେ ଶ୍ରୀ ସିହ୍ନା ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ସିହ୍ନା କହିଥିଲେ ଯେ, ଓଡ଼ିଶାରେ ରେଳପ୍ରକଳ୍ପର ବିକାଶ ପାଇଁ କେନ୍ଦ୍ର ସରକାର ଅଦ୍ୟାବଧି ୨୭ହଜାର କୋଟି ଟଙ୍କା ଦେଇସାରିଛନ୍ତି । ମାତ୍ର ରାଜ୍ୟ ସରକାର ଏହାକୁ ଖର୍ଚ୍ଚ କରିପାରୁନାହାନ୍ତି । ଖୋର୍ଦ୍ଧା – ବଲାଙ୍ଗୀର ରେଳପଥ ପ୍ରସଙ୍ଗ ଉଠାଇ ସେ କହିଥିଲେ ଯେ, ଏହି ରେଳପଥ ପ୍ରକଳ୍ପରେ ବାଧକ ହେଉଛନ୍ତି ନିଜେ ରାଜ୍ୟ ସରକାର । କାରଣ ଅଦ୍ୟାବଧି ସେ ଏହି ପ୍ରକଳ୍ପ ପାଇଁ ଜମି ଯୋଗାଇ ପାରୁନାହାନ୍ତି । ଯଦି ରାଜ୍ୟ ସରକାର ଜମି ଯୋଗାଇ ଦେବେ ତେବେ ଏହି ପ୍ରକଳ୍ପ ଖାଲି ଶେଷ ହେବା ନାହିଁ ବରଂ ରାଜ୍ୟର ବିକାଶ ଆହୁରି ତ୍ୱରାନ୍ୱିତ ହେବ । ୱାଲଟିୟର ଡିଭିଜନ ବିଭାଜନ ସମ୍ପର୍କରେ ସେ କହିଛନ୍ତି ଯେ, ଓଡ଼ିଶାର ଇଞ୍ଚେ ମାତ୍ର ରେଳବାଇ ବାହାରକୁ ଦିଆଯିବ ନାହିଁ । ଶ୍ରୀ ସିହ୍ନା ଏବଂ ଶ୍ରୀ ପ୍ରଧାନ ଭୁବନେଶ୍ୱର ରେଳଷ୍ଟେସନରେ ନୂଆ ଏସ୍‌କାଲେଟର ଭିତ୍ତିପ୍ରସ୍ତର ସ୍ଥାପନ, ବ୍ରହ୍ମପୁର ରେଳଷ୍ଟେସନଠାରେ ଏସକାଲେଟର ଏବଂ ଫୁଟ୍‌ ଓଭରବି୍ରଜ ଏବଂ ତାଳଚେର ଷ୍ଟେସନଠାରେ ଯାତ୍ରୀ ସୁବିଧାକୁ ସମର୍ପିତ କରିଥିଲେ । କିଛି ଟ୍ରେନର ସମ୍ପ୍ରସାରଣ ସହ ଚଳାଚଳ ଦିବସରେ ବୃଦ୍ଧି ଏବଂ ଅତିରିକ୍ତ ରହଣୀ ସମ୍ପର୍କରେ ମଧ୍ୟ ଶ୍ରୀ ସିହ୍ନା ଘୋଷଣା କରିଥିଲେ । ସମ୍ବଲପୁର ସାଲିମାର ମଧ୍ୟରେ ନୂଆ ଟ୍ରେନ ଚଳାଚଳର ଘୋଷଣା କରିଥିଲାବେଳେ ଅନୁଗୁଳ ଦେଇ ଯାଉଥିବା ଭୁବନେଶ୍ୱର – ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଢେଙ୍କାନାଳଠାରେ ରହିବ ।
ଘରେ ଘରେ ପହଞ୍ଚôବ ସିଲିନ୍ଦର : ଧର୍ମେନ୍ଦ୍ର
ସୋମବାର ତୈଳ କମ୍ପାନୀ ଏବଂ କମନ୍ ସର୍ଭିସ ସେଂଟର (ସିଏସ୍ସି) ଭିତରେ ଏକ ବୁଝାମଣା ପତ୍ର ସ୍ୱାକ୍ଷର ହୋଇଛି । ଫଳରେ ଓଡିଶାର ୨ ହଜାର କମନ ସର୍ଭିସ୍ ସେଂଟରରେ ଏଲପିଜି ବିତରଣର ଉପକେନ୍ଦ୍ର ତିଆରି କରାଯିବା ସହ ସାନିଟାରୀ ନାପକିନ୍ ପ୍ରସ୍ତୁତି କେନ୍ଦ୍ର ମଧ୍ୟ ଖୋଲାଯାଇଛି । ଯାହା ଫଳରେ ଗାଁରେ କମନ ସର୍ଭିସ୍ ସେଂଟର ମାଧ୍ୟମରେ ଗ୍ୟାସ ସିଲିନ୍ଦର ପହଁଚିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଭୁବନେଶ୍ୱର ଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ ଓ ଭିତିପ୍ରସ୍ତର ସ୍ଥାପନ ଏବଂ ଉଜ୍ଜଳା ସାନିଟାରୀ ନାପକିନ୍ ପ୍ରସ୍ତୁତି ମେସିନ ବିତରଣ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଶିବ ରାତ୍ରିରେ ଓଡିଶା ପାଇଁ ଅନେକ ଗୁଡିଏ ଉପହାର ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା ଦେଇଛନ୍ତି । ଦୁଇଟି ଟ୍ରେନ୍ ତଥା ଗନ୍ଦୁଆନା ଏକ୍ସପ୍ରେସ ଭାୟା ଦିଲ୍ଲୀରୁ ଆସି ଛତିଶଗଡର ବିଳାସପୁର ପର୍ଯ୍ୟନ୍ତ ଆସୁଥିଲା । ଏଣିକି ଏହି ଟ୍ରେନ୍ ପ୍ରତିଦିନ ସମ୍ବଲପୁର ପର୍ଯ୍ୟନ୍ତ ଆସିବ । ଓଡିଶାକୁ ଦିଲ୍ଲୀ ପାଇଁ ଆଉ ଗୋଟିଏ ନୂଆ ଟ୍ରେନ୍ ମଧ୍ୟ ଯୋଡାଗଲା । ଜଗତସିଂହପୁର ଜିଲ୍ଲାରେ ଅନେକ ପଂଚାୟତକୁ ୱାଇ-ଫାଇ କରାଗଲା । ଦିଲ୍ଲୀ, ଭୁବନେଶ୍ୱର ଭଳି ଓଡିଶାର ଗାଁଗନ୍ଦାରେ ୱାଇ-ଫାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନାଙ୍କ ମାଧ୍ୟମରେ ବ୍ୟବସ୍ଥା କରାଗଲା । ଗୁଜୁରାଟର ଖାକ୍ରା ଯଦି ବିଶ୍ୱର ଅନ୍ୟ ଅଂଚଳକୁ ଯାଇପାରୁଛି ତେବେ ଓଡିଶାର, ରାଶି ଲଡୁ, କାକେରା ପିଠା, ଆରିସା ପିଠା କାହିଁକି ବିଶ୍ୱ ବାଜରରେ ବିକ୍ରି ହେବା ନାହିଁ ଏବଂ କାହିଁକି କମନ ସର୍ଭସ ସେଂଟର ଏହାର ପ୍ରାଥମିକତା ନହେବ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରଛନ୍ତି । ଭାରତବର୍ଷର କମନ ସର୍ଭିସ୍ ସେଂଟର ଗୁଡିଏ ବ୍ୟବସ୍ଥାକୁ ପାରଦର୍ଶିତା କରିବାକୁ ଯାଉଛି । ୩୦ ବର୍ଷ ପରେ ନରେନ୍ଦ୍ର ମୋଦି କମନ ସର୍ଭିସ୍ ସେଂଟରକୁ ଭରସା କରି କମନ ସର୍ଭିସ୍ ସେଂଟର ମାଧ୍ୟମରେ ଗରିବ ଲୋକଙ୍କ ସାହାଯ୍ୟ କରୁଛନ୍ତି ।ନରେନ୍ଦ୍ର ମୋଦିଙ୍କ ସରକାର କମନ ସର୍ଭିସ୍ ସେଂଟର ମାଧ୍ୟମରେ ମା ଭଉଣୀ ମାନଙ୍କ ପାଇଁ ୩ ଲକ୍ଷ ଟଙ୍କା ୟୁନିଟ୍ ଦେଇ ବ୍ୟବସାୟ ବଢାଇବା ପାଇଁ ପୁଞ୍ଜି ଦେବା ପାଇଁ କହିଲେ । ଏନଟିପିସି ଆଜି ୧୦୦ ଟି ମେସିନ ଦେବାର ନୀତିଗତ ନିଷ୍ପତି କଲା । ସେହିପରି ନାଲକୋ ମଧ୍ୟ ୧୦୦ଟି ମେସିନ୍ ଦେବାର ବ୍ୟବସ୍ଥା କଲା । ଏଭଳି ୨୫୬ଟି ମେସିନ୍ ଆଜି ସୁଦ୍ଧା ଲାଗିବାର ବ୍ୟବସ୍ଥା ହେଲା । ସେହିପରି ଖୁବ ଶୀଘ୍ର ଆଉ ୨୫୦ଟି ମେସିନ୍ କମନ ସର୍ଭିସ ସେଂଟରକୁ ଆସିବ । ମୋଟ ୫୦୬ଟି ଏପ୍ରକାର ମେସିନ୍ ଆସିବା ଫଳରେ ଓଡିଶାର ଗୋଟେ ବି ବ୍ଲକ ନଥିବ, ଯେଉଁ ବ୍ଲକରେ କମନ୍ ସର୍ଭିସ ସେଂଟର ନେତୃତ୍ୱରେ ଗୋଟିଏ ଭେନ୍ଦିଂ ମେସିନ୍ ଲାଗିନଥିବ । ଏହି ଭେନ୍ଦିଂ ମେସିନ୍କୁ ଆଧାର କରି ଓଡିଶାର ମାଆ ଭଉଣୀ ମାନଙ୍କୁ ଉଜ୍ଜଳା ନାପକିନର ସେବା ଦିଆଯିବ । ସେହିପରି ଶ୍ରୀ ପ୍ରଧାନ କହିଛନ୍ତି ଯେ ନରେନ୍ଦ୍ର ମୋଦି ଓଡିଶାର ଦାୟିତ୍ୱ ନେବା ପରେ ଓଡିଶାରେ ୨୦ ଲକ୍ଷ ପରିବାରରେ ଏଲପିଜି କନେକ୍ସନ ଥିଲା । ଏବେ ସେ କନେକ୍ସନ ସଂଖ୍ୟା ୮୦ ଲକ୍ଷ ପହଁଚିଥିବା ବେଳେ ତନ୍ମଧ୍ୟରୁ ଉଜ୍ଜଳା ଯୋଜନାରେ ୪୦ ଲକ୍ଷ ପରିବାରରେ ଗ୍ୟାସ ପହଁଚିଲାଣି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*