ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ବରୀ
ବରୀ ବିଧାୟକ ଦେବାଶିଷ ନାୟକ ବରୀ ବ୍ଲକ ବାଲିବିଲ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିବା ସହିତ ଶିଳାନ୍ୟାସ କରିଛନ୍ତି । ବିଧାୟକ ବାଲିବିଲରେ ପୂର୍ବାହ୍ନରେ ପହଞ୍ଚି ଅଙ୍ଗନବାଡି କେନ୍ଦ୍ରର ଶୁଭ ଉଦଘାଟନ କରିଥିଲେ । ଏହାପରେ ଉଷାରାଣୀ ବାଳିକା ବିଦ୍ୟାଳୟର ନୂତନ ଗୃହ ଉଦ୍ଘାଟନ କରିବା ସହିତ କାଦମ୍ବିନୀ ପାଳ ମହିଳା ମହାବିଦ୍ୟାଳୟର ନୂତନ ଗୃହର ଶିଳାନ୍ୟାସ କରିଥିଲେ । ଏହି ସମୟରେ ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରୀମାନେ ଉପସ୍ଥିତ ଥିଲେ । ୮୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଆରଏମସି ଗୃହର ଶୁଭ ଉଦଘାଟନ କରିଥିଲେ ବିଧାୟକ । ଏହା ପରେ ବିଧାୟକ କୋରଡାପିପ୍ପଳ ଠାରେ ନିର୍ମାଣ ହେବାକୁ ଥିବା ନୂତନ କଲ୍ୟାଣ ମନ୍ଦପର ଶିଳାନ୍ୟାସ କରିବା ସହିତ ଗ୍ରାମ୍ୟ ଜଳ ଯୋଗାଣ କେନ୍ଦ୍ରର ମଧ୍ୟ ଶିଳାନ୍ୟାସ କରିଥିଲେ । ବାଲିବିଲ ଗସ୍ତ ସମୟରେ ବିଧାୟକ କେଁକରଡା ଠାରେ ଆୟୋଜିତ ହେଉଥିବା ଯଜ୍ଞ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଧାୟକ ଆୟୋଜକମାନଙ୍କ ସହିତ ଯଜ୍ଞ ବିଷୟରେ ଆଲୋଚନା କରି ଆଶୀର୍ବାଦ କାମନା କରିଥିଲେ । ବିଧାୟକଙ୍କ ସହିତ ବାଲିବିଲ ସରପଞ୍ଚ ସନ୍ତୋଷ କୁମାର ସାମଲ, ବିଶିଷ୍ଠ ଶିକ୍ଷାବିତ ବୃନ୍ଦାବନ ସାମଲ, ମନିନ୍ଦ୍ର ସାମଲ, ସାଂସଦ ପ୍ରତିନିଧି କେଦାର ସାମଲ ପ୍ରମୁଖ ସାମିଲ ଥିଲେ । ବିଧାୟକଙ୍କ ଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ଜନସାଧାରଣ ବିପୁଳ ସଂଖ୍ୟାରେ ଯୋଗଦାନ କରିଥିବା ଦେଖିବାକୁ ମିଳିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*