ବିବାହ ପରେ ରୋଷେଇରେ ଏକ୍ସପର୍ଟ ହୋଇଗଲେଣି ସୋନମ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଆନନ୍ଦ ଅହୁଜାଙ୍କ ସହ ବିବାହ କରିବା ପରେ ଲନ୍ଦନ୍‌ ସିଫ୍ଟ ହୋଇଯାଇଥିବା ସୋନମ୍‌ କପୁରଙ୍କୁ ନେଇ ଏକ ରୋଚକ ଖବର ଜଣାପଡ଼ିଛି । ଏହି ଖବରଟି ପାପା ଅନିଲ କପୁର ମିଡ଼ିଆକୁ ଜଣାଇଛନ୍ତି । କଥା କ’ଣ କି, ବିବାହ ପରେ ସୋନମ୍‌ଙ୍କ ନିକଟରେ ବହୁ ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି ଅନିଲ କପୁର । ସୋନମ୍‌ ରୋଷେଇ କରୁଥିବା କହିଛନ୍ତି ଅନିଲ କପୁର । ସେ କହିଛନ୍ତି ଯେ, ବିବାହ ପରେ ସୋନମ୍‌ କାମ ଯୋଗୁଁ ଭାରତ ଯିବା ଆସିବା କରିଥାନ୍ତି ଏବଂ ସମୟ ମିଳିଲେ ଲନ୍ଦନରେ ସ୍ୱାମୀ ଆନନ୍ଦଙ୍କ ସହ ସମୟ ବିତାଇଥାନ୍ତି । ଏହି ଭିତରେ ସେ ରୋଷେଇ ମଧ୍ୟ କରିବା ଶିଖି ଯାଇଛନ୍ତି । ତେବେ ଝିଅ ସୋନମ୍‌ ହାତ ରନ୍ଧା ଖାଦ୍ୟ ଏପର୍ଯ୍ୟନ୍ତ ଚାଖି ନଥିବା କହିଛନ୍ତି ଅନିଲ । ହେଲେ ସୋନମ୍‌ ଭଲ ରାନ୍ଧୁଥିବା ଶୁଣିଛନ୍ତି ଅନିଲ ।
ସୋନମ୍‌ କପୁର ଏଇ ନିକଟରେ ଫିଲ୍ମ ‘ଜୋୟା ଫ୍ୟାକ୍ଟର’ରେ ନଜର ଆସିଥିଲେ । ତାଙ୍କ ଅପୋଜିଟ ଦଲକୀର ସଲମାନ ହିରୋ ଭୂମିକାରେ ନଜର ଆସିଥିଲେ । ଫିଲ୍ମଟି ବକ୍ସଅଫିସ୍‌ରେ ଫ୍ଲପ୍‌ ହୋଇଥିଲା । ଏହା ପୂର୍ବରୁ ସୋନମ୍‌ ଅନିଲ କପୁରଙ୍କ ସହିତ ‘ଏକ ଲଡ୍‌କି କୋ ଦେଖା ତୋ ଐସା ଲଗା’ରେ ନଜର ଆସିଥିଲେ । ଏଥିରେ ସୋନମ୍‌ ଜଣେ ସମଲିଙ୍ଗୀ ଝିଅର ଭୂମିକା ନିଭାଇଥିଲେ । ଏହି ଫିଲ୍ମଟିକୁ ମଧ୍ୟ ଖାସ୍‌ ପ୍ରତିକ୍ରିୟା ମିଳିନଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*