ବିବାହ ଏବଂ ପ୍ରେମ ସମ୍ପର୍କ କାରଣରୁ ହେଉଛି ଅଧିକ ଆତ୍ମହତ୍ୟା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଭାରତରେ ଆତ୍ମହତ୍ୟା ମାମଲା ଏବେ ହ୍ରାସ ପାଇଛି । ୨୦୧୦ରେ ଆତ୍ମହତ୍ୟା ମାମଲାରେ ବଡ଼ ବୃଦ୍ଧି ଘଟିଥିଲା । ୨୦୧୦-୧୫ ମଧ୍ୟରେ ଏହା ଏକ ଚିନ୍ତାଜନକ ସ୍ଥିିତି ମଧ୍ୟ ସୃଷ୍ଟି କରିଥିଲା । ନ୍ୟାସନାଲ କ୍ରାଇମବୁ୍ୟରୋ ପକ୍ଷରୁ ୨୦୧୬ ବର୍ଷର ତଥ୍ୟ ଜାରି କରାଯାଇଛି । ଏଥିରେ ଆତ୍ମହତ୍ୟାର କାରଣକୁ ମଧ୍ୟ ଉଲ୍ଲେଖ କରାଯାଇଛି ।
ରିପୋର୍ଟରେ ଦର୍ଶାଯାଇଛି ଯେ, ମହିଳା ଏବଂ ପୁରୁଷଙ୍କ ମଧ୍ୟରେ ଆତ୍ମହତ୍ୟାର କାରଣ ଭିନ୍ନଭିନ୍ନ ଅଟେ । ଆତ୍ମହତ୍ୟାର ସବୁଠୁ ବଡ଼ ଦୁଇଟି କାରଣ ହେଉଛି ଅସୁସ୍ଥତା ଏବଂ ପାରିବାରିକ ସମସ୍ୟା । ଏଥିସହ ମହିଳା ଏବଂ ପୁରୁଷଙ୍କ କ୍ଷେତ୍ରରେ ଆତ୍ମହତ୍ୟାର ଅଲଗା ଅଲଗା କାରଣ ରହୁଛି । ମହିଳାଙ୍କ କ୍ଷେତ୍ରରେ ଆତ୍ମହତ୍ୟାର ସବୁଠୁ ବଡ଼ କାରଣ ହେଉଛି ବିବାହ, ପ୍ରେମ ପ୍ରସଙ୍ଗ ଏବଂ ପରୀକ୍ଷାରେ ବିଫଳ ହେବା । ଅନ୍ୟପଟେ ପୁରୁଷଙ୍କ କ୍ଷେତ୍ରରେ ବଡ଼ କାରଣ ହେଉଛି ନିଶା, ଦେବାଳିଆ ହେବା ଏବଂ ବିବାହକୁ ନେଇ ସମସ୍ୟା । ୨୦୧୬ ବର୍ଷରେ ବିବାହକୁ ନେଇ ସମସ୍ୟା, ଅସୁସ୍ଥତା, ସମ୍ପତ୍ତି ବିବାଦ ଏବଂ ପ୍ରେମ ପ୍ରସଙ୍ଗ କାରଣରୁ ଆତ୍ମହତ୍ୟା ମାମଲା ବଢିଥିଲା । ରିପୋର୍ଟ ଅନୁସାରେ ପୁରୁଷଙ୍କର ଆତ୍ମହତ୍ୟା କରିବାର ସମ୍ଭାବନା ମହିଳାମାନଙ୍କ ତୁଳନାରେ ଅଧିକ ରହିଛି । ଅଧିକାଂଶ ପୁରୁଷ ଦଉଡି ଲଗାଇ ଏବଂ ବିଷ ପିଇ ଆତ୍ମହତ୍ୟା କରୁଛନ୍ତି । ସୂଚନାଯୋଗ୍ୟ ଯେ, ଭାରତରେ ଆତ୍ମହତ୍ୟା ହାର ଋଷ, ଜାପାନ, ଫ୍ରାନ୍ସ, ଆମେରିକା, ଜର୍ମାନୀ, ଦକ୍ଷିଣ ଆଫି୍ରକା ତୁଳନାରେ କମ୍‌ ରହିଥିଲା ବେଳେ ଚୀନ, ସ୍ପେନ, ଇଂଲନ୍ଦ, ବା୍ରଜିଲ ଠାରୁ ଅଧିକ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*