ବିବାଦ ଘେରରେ ବାସୁଦେବପୁର ପୌରପାଳିକା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ବାସୁଦେବପୁର

ବିବାଦ ଘେରରେ ବାସୁଦେବପୁର ପୌରପାଳିକା । ପୁଣି ଏକ ବିବାଦ ସାମନାକୁ ଆସିଛି । ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ ମାନେ ଟଙ୍କା ପାଉନଥିବାବେଳେ ମାଲେମାଲ ହେଉଛନ୍ତି ପୌରପାଳିକା ତରଫରୁ ଫଟୋ ଉଠାଇବାକୁ ଯାଉଥିବା କର୍ମଚାରୀ । ହିତାଧିକାରୀମାନେ କାର୍ଯ୍ୟାଦେଶ ପାଇବା ପାଖରୁ ଥରେ ଫଟୋ ଉଠାଇବାକୁ ନେଉଛନ୍ତି ୧୦୦କିମ୍ବା ୨୦୦ଟଙ୍କା । ପୁଣି ଫାଇନାଲ ବିଲ ପାଇଁ ୨ହଜାରରୁ ୩ହଜାର ଟଙ୍କା ଦେବାକୁ ପଡୁଛି ବୋଲି ହିତାଧିକାରୀମାନେ ଅଭିଯୋଗ ବାରମ୍ବାର କରୁଛନ୍ତି । ହେଲେ ହିତାଧିକାରୀ ବିଲ୍ ପାଉନାହାନ୍ତି ବୋଲି କୋହଭରା କଣ୍ଠରେ କହୁଛନ୍ତି ହିତାଧିକାରୀ । ଫଟୋ ଉଠା କର୍ମଚାରୀ ନାମରେ ବାରମ୍ବାର ଅଭିଯୋଗ ଆସୁଥିଲେ ବି କାର୍ଯ୍ୟନିର୍ବାହି ଅଧିକାରୀ ଚୁପ ହୋଇ ବସୁଥିବା ବେଳେ ହିତାଧିକାରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ପ୍ରକାଶ କରିଛନ୍ତି । ପ୍ରକାଶ ଥାଉକି, ବାସୁଦେବପୁର ମୁନସିପାଲଟିରେ ୨୦୧୭ ମସିହାରେ ବହୁ ହିତାଧିକାରୀମାନେ ଆବାସ ଯୋଜନା ଘର ପାଇଁ ଆବେଦନ କରିଥିଲେ । ଏହି ସମୟରେ ମନ୍ଦାରୀ ୬ ନମ୍ବର ୱାର୍ଡର ମନ୍ଦାରୀ ସେଠୀସାହି ଗ୍ରାମର ବାଇଧର ସେଠିଙ୍କ ପୁଅ କୈଳାସ ସେଠୀ ଆବାସ ଘର ପାଇଁ ଆବେଦନ କରି ଯୋଗ୍ୟ ବିବେଚିତ ହୋଇଥିଲେ । ମୁନସିପାଲଟିରୁ ୨୦୧୭ ମସିହା ନଭେମ୍ବର ୨୮ ତାରିଖରେ ଏହି ହିତାଧିକାରୀଙ୍କ କାର୍ଯ୍ୟାଦେଶ ସଂଖ୍ୟା ୪୧୬୮ ମୁଳେ ଆଦେଶ ପାଇଥିଲେ । ଘରପାଇ କୈଳାସଙ୍କ ମୁନସିପାଲଟିରୁ ଅମିନ ଆସି ଘର ଜାଗା ଚିହ୍ନଟ କରି ଏକ କାଗଜ ଲେଖିଯାଇଥିଲେ । ପରେ ମୁନସିପାଲଟିରୁ ଫଟୋ ଉଠାବାକୁ ଆସିଥିବା କର୍ମଚାରୀ ପହଞ୍ଚି ତୁରନ୍ତ ଘର ବିଲ୍ କରିଦେବା ଆଳରେ କୈଳାସଠାରୁ ହାତଗୁଞ୍ଜା ନେଇ କିଛି ଫଟୋ ଉଠାଇ ଫେରିଆସିଥିଲେ । ହେଲେ କୈଳାସ ଘର କରିବାକୁ ଅର୍ଥ ଅଭାବରୁ କିଛିଦିନ ଡେରି ହୋଇଯାଇଥିଲା । ପରେ କୈଳାସ ତୁରନ୍ତ ଘର କରିବା ପାଇଁ ଗାଁ ମହାଜନ ଠାରୁ ଆରମ୍ଭ କରି ସାଙ୍ଗସାଥିଙ୍କଠାରୁ କରଜ ଆଣି ତରବରିଆ ଭାବେ ଘର କାର୍ଯ୍ୟ କରାଇଥିଲେ । ହେଲେ କୈଳାସ ଦିର୍ଘଦିନ ଧରି ମୁନସିପାଲଟିକୁ ଦଉଡି ଦଉଡି ନୟାନ୍ତ ହୋଇ ୩ଟି କିସ୍ତିର ଅର୍ଥ ବହୁ କଷ୍ଟରେ ପାଇଥିବା ବେଳେ ଆଉ ଗୋଟିଏ କିସ୍ତି ୪୦ ହଜାର ଟଙ୍କା ଅଟକିଯାଇଛି । ୨୦୧୭ରୁ ଆଜି ପର୍ଯ୍ୟକ୍ତ ମୁନସିପାଲଟିକୁ ଦଉଡି ଦଉଡି ବିରକ୍ତ ହୋଇ ଶେଷରେ କୈଳାସଙ୍କ ପରିବାର ଲୋକେ ରବିବାର ଦିନ ମୁନସିପାଲଟି କାର୍ଯ୍ୟାଳୟରେ ପହଞ୍ଚି ନିଜର ବିରକ୍ତି ମନଭାବ ପ୍ରକାଶ କରିଥିଲେ । ଏହାକୁ ନେଇ ସଂପୃକ୍ତ କର୍ମଚାରିଙ୍କୁ ପଚାରିବାରୁ ସେ କହନ୍ତି, ଏପରି ଅଭିଯୋଗ ଆସିଲେ ଆମେ କଣ କରିବୁ । ଆମ କାର୍ଯ୍ୟାଳୟର ଅଫିସର ନଥିବା ହେତୁ ଏପରି ସମସ୍ୟା ଲାଗିରହିଥିଲା । ଏବେ ସମସ୍ତ ସମସ୍ୟାର ସମାଧାନ କରିବୁ ବୋଲି କହିଛନ୍ତି । ଅନ୍ୟପକ୍ଷରେ ଆସିଷ୍ଟାଣ୍ଟ ଡିଲିଂ ଅଧିକାରୀ କେବଳ କୈଳାସକୁ ଏପରି କରିନାହାନ୍ତି ବରଂ ଏପରି ବହୁ ହିତାଧିକାରୀଙ୍କୁ ସମପରି ସମସ୍ୟା କରୁଥିବା ଅଭିଯୋଗ ଆସୁଛି । ଏସମ୍ପର୍କରେ କାର୍ଯ୍ୟନିର୍ବାହି ଅଧିକାରୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଦୀର୍ଘ ଦିନ ଧରି ପୌରପାଳିକାକୁ ଆସୁନଥିବାରୁ ତାଙ୍କ ମତାମତ ମିଳିପାରି ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*