ବିବାଦୀୟ ଜମିରେ ପୋଖରୀ ଖନନ ଜିଲ୍ଲା ପ୍ରକଳ୍ପ ନିର୍ଦେଶକଙ୍କୁ ଅଭିଯୋଗ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ
ରସୁଲପୁର

ରସୁଲପୁର ବ୍ଲକ ଅନ୍ତର୍ଗତ ଓଡିଶୋ ଗ୍ରାମରେ ଜଳ ବିଭାଜିକା ବିଭାଗ ପକ୍ଷରୁ ଏକ ପୋଖରୀ ଖନନ କରାଯାଉଛି । ପୋଖରୀ ଖନନ କରାଯାଉଥିବା ଜମି ଏକ ବିବାଦୀୟ ଜମି ବୋଲି ଜଣାପଡିଛି । ଉକ୍ତ ଜମିକୁ ନେଇ ମାମଲା କୋର୍ଟରେ ରହିଛି । ଜମିର କିସମକୁ ନେଇ ବିବାଦ ଲାଗି ରହିଛି । ଏ ଯାବତ୍ କୋର୍ଟ ପକ୍ଷରୁ ମାମଲାକୁ ନେଇ କୌଣସି ରାୟ ଶୁଣାଯାଇ ନାହିଁ । ହେଲେ ଗ୍ରାମର କିଛି ଠିକାଦାର ବିଭାଗୀୟ ଅଧିକାରୀଙ୍କୁ ହାତ କରି ପୋଖରୀ ଖନନ କାର୍ଯ୍ୟ ଜାରି ରଖିଛନ୍ତି । ବିଭାଗ ପକ୍ଷରୁ ଜମିଜମା ସମ୍ପର୍କିତ କାଗଜପତ୍ର କ୍ଷମତାପ୍ରାପ୍ତ ଅଧିକାରୀଙ୍କ ନିକଟରୁ ସଂଗ୍ରହ ନକରି ପୋଖରୀ ଖନନ କରିବା ଘଟଣା ବିଭାଗୀୟ ଅଧିକାରୀଙ୍କୁ ବିବାଦ ଭିତରକୁ ଟାଣି ଆଣିଛି । ଏହା ଛଡା କୋର୍ଟରେ ମାମଲା ରହିଥିଲେ ବି ତାକୁ ଅଣଦେଖା କରି ପୋଖରୀ ଖୋଳିବା ଦ୍ୱାରା ବିଭାଗ ଆଇନକୁ ହାତକୁ ନେଇଛି ବୋଲି କୁହାଯାଉଛି । ଏ ଦିଗରେ ତଦନ୍ତ କରାଯାଇ ବିଭାଗୀୟ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଅଭିଯୋଗକାରୀଙ୍କୁ ନ୍ୟାୟ ପ୍ରଦାନ କରାଯିବାକୁ ଜିଲ୍ଲା ପ୍ରକଳ୍ପ ନିଦେ୍ର୍ଦଶକଙ୍କ ନିକଟରେ ଦାବି ହୋଇଛି । ଘଟଣାରୁ ପ୍ରକାଶ ଏହି ଗ୍ରାମ ନଢିଆଳି ମୌଜାର ଖାତା ନଂ-୧୪୦, ପ୍ଲଟ ନଂ-୦୭,୦୯,୧୯,୪୬୩-୬୪-୬୭ରେ ଅଶୋକ ବାରିକଙ୍କର ସତ୍ୱ ରହିଛି । ଏ ନେଇ ଅଶୋକଙ୍କ ନିକଟରେ ପଟ୍ଟା ବି ରହିଛି । ଏ ନେଇ ସମସ୍ତ ପୁରଣା ଦାସ୍ତାବିଜ୍ ଅଭିଯୋଗକାରୀଙ୍କ ନିକଟରେ ରହିଛି । ଜମିର କିସମ ପରିବର୍ତ୍ତନ ହୋଇ ଅନାବାଦି ହୋଇଛି ବୋଲି ଜାଣିବା ପରେ ଅଶୋକଙ୍କ ପକ୍ଷରୁ ସିଭିଲ କେସ୍ ନଂ-୯୧୫/୧୪ରେ କୋର୍ଟରେ ମାମଲା ରହିଛି । ଉକ୍ତ ମାମଲା ସମାଧାନ ହୋଇନଥିବା ବେଳେ ବିଭାଗ ପକ୍ଷରୁ ପୋଖରୀ ଖନନକୁ ନେଇ ପ୍ରଶ୍ନ କରାଯାଇଛି । ଏହାଛଡା ପୋଖରୀରୁ ବାହାରୁଥିବା ମାଟିକୁ ପୋଖରୀ ହୁଡା ସୁଦୃଢିକରଣରେ ବ୍ୟବହାର କରାଯିବାର ବିଧିକୁ ପାଳନ କରାଯାଉ ନାହିଁ । ମାଟିକୁ ଅନ୍ୟତ୍ର ବିକ୍ରି କରାଯାଇ ଠିକାଦାରମାନେ ମାଲେମାଲେ ହେଉଛି । ଏହିଭଳି ନାନା ଅନିୟମିତତା ରହିଥିବା ଜମିରେ ପୋଖରୀ ଖନନକୁ ତୁରନ୍ତ ବନ୍ଦ କରାଯିବା ସହ ପୋଖରୀ ଖନନ ପଛରେ ମନ୍ଦ ଉଦେଶ୍ୟ ରଖିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*