ବିନା ସୂଚନା ଫଳକ ଓ ତଦାରଖରେ ଚାଲିଛି ଅଟ୍ଟାଳିକା ନିର୍ମାଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କାକଟପୁର

କାକଟପୁରବାସିନୀ ମା’ମଙ୍ଗଳାଙ୍କ ପୀଠରେ ରାଜ୍ୟ ପର୍ଯ୍ୟଟନ ବିଭାଗ ତରଫରୁ ଗତ ନବକଳେବର ସମୟରୁ ଗଚ୍ଛିତ ଅନୁଦାନରେ ମନ୍ଦିରର ଉତ୍ତର ପଟେ ଚାଲିଛି ପ୍ରାୟ ୨୦୦୦ ସ୍କୋୟାର ଫୁଟର ୨ ମହଲାର ନିର୍ମାଣ କାର୍ଯ୍ୟ । ଆନୁମାନିକ ୫୬ ଲକ୍ଷ ଟଙ୍କାରୁ ଊଦ୍ଧ୍ୱର୍ ଅର୍ଥର ନିର୍ମାଣ ଚାଲିଛି । ତାହା ପୁଣି ବିନା ସୂଚନା ଫଳକ ଓ ବିନା ତଦାରଖରେ । ନିର୍ମାଣ କାର୍ଯ୍ୟ ନେଇଥିବା ଠିକାଦାର ବେଧଡକରେ ନିର୍ମାଣ କାର୍ଯ୍ୟ ଜାରି ରଖିଥିଲେ ମଧ୍ୟ ସେଥିପ୍ରତି କାହାରି ଦୃଷ୍ଟି ଥିବା ଦେଖାଯାଉ ନାହିଁ । ନିମ୍ନମାନର ସାମଗ୍ରୀ ତଥା ବିନା ତଦାରଖରେ ନିର୍ମାଣ କରାଯାଉଥିବା ଅଟ୍ଟାଳିକାର ସ୍ଥାୟୀତ୍ୱ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି । ନିର୍ମାଣରେ ବ୍ୟବହୃତ ହୋଇଥିବା ସିମେଣ୍ଟ,ଇଟା,ବାଲି,ଚିପ୍ସ ନିମ୍ନମାନର ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ରାଜ୍ୟ ପର୍ଯ୍ୟଟନ ବିଭାଗର ଅଧିକାରୀମାନେ ବାକି ରହିଯାଇଥିବା କାର୍ଯ୍ୟର ମାନ ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*