ବିନା ନୋଟିସରେ ଭାଙ୍ଗିଲା ଘର ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡିଆ : ଟାଙ୍ଗି/ଚୌଦ୍ୱାର

ଚୌଦ୍ୱାର ଥାନା ଅନ୍ତର୍ଗତ ଗୁନ୍ଦଚା ବିହାର ରେ ଥିବା ଅନାବାଦି ଜମିରେ ଏକ ଘରକୁ କିଛି ନିର୍ଦ୍ଧିଷ୍ଟ ତାଜନୈତିକ ଦଳର କାଉନସିଲର ତହସିଲ ଓ ପୌରପାଳିକାର ସହାୟତା ନେଇ ଅଚାନକ ବିନା ନୋଟିସରେ ତରବରରେ ଭାଙ୍ଗିବା ଘଟଣାରେ ଗୁରୁବାର ଦମ୍ପତି ଦ୍ୱୟ ନିରାଶ୍ରୟ ହୋଇ ରାଜ ରାସ୍ତାରେ ଶୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯାହାକି ସମଗ୍ର ଅଂଚଳଳରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରକାଶ ଯେ, ଗୁଣ୍ଢିଚା ବିହାରରେ ବହୁ ଲୋକମାନେ ଅନାବାଦି ଜମିରେ ଜବର ଦଖଲ କରି ଘର କରିଛନ୍ତି । ଏପରିକି ତହସିଲ ତରଫରୁ ୯୯ ଜଣଙ୍କୁ ଚିହ୍ନଟ କରାଯାଇଛି । କିନ୍ତୁୁ ସେମାନଙ୍କୁ ନୋଟିସ ଦିଆଯାଇ ନାହିଁ । ସେମାନଙ୍କ ମଧ୍ୟରୁ ଗୋଟିଏ ପରିବାରର ଘରକୁ ଭାଙ୍ଗିଦେବାର ପ୍ରୟାସକୁ ଅଂଚଳବାସୀଙ୍କ ହଜମ କରିପାରୁନାହାନ୍ତି । ପୌରପାଳିକାର କିଛି କାଉନସିଲର ଘର କରିବା ସମୟରେ ୫୦ ହଜାର ଟଙ୍କା ମାଗିଥିଲେ ବୋଲି ଅଜୟ କୁମାର କର ଲିଖିତ ଅଭିଯୋଗ କରିଛନ୍ତି । ଏହାକୁ ନଦେବାରୁ ଓ ମୁନ୍ଦମାଳ ପୁଜା କମିଟରେ ହୋଇଥିବା ଆର୍ଥିକ ଅନିୟମିତତାକୁ ପଦାରେ ପକାଇବାରୁ ଉଭୟ ମୋ ଉପରେ ରାଗ ରଖି ମୋର ଘରକୁ ତହସିଲ ଓ ପୌର ପ୍ରଶାସନର ସହେଯାଗରେ ଅତି ନିର୍ଦ୍ଦୟ ଭାବରେ ଭାଙ୍ଗି ଦେଇଥିଲେ । ଏହି ଘଟଣା ପରେ ସେମାନେ ବାସ ହୀନ ହୋଇ ରାସ୍ତା ଅବରୋଧ କରିଥିଲେ । କିଛି ସମୟ ପାଇଁ ଜାତୀୟ ରାଜପଥରେ ଗାଡିଚଳାଚଳ ସମ୍ପୂର୍ଣ ବାଧାପ୍ରାପ୍ତ ହୋଇଥିଲା । ପୁଲିସ ଘଟଣା ସ୍ଥଳରେ ଦମ୍ପତିଙ୍କୁ ଥାନାକୁ ଆଣି ତଦନ୍ତ ଜାରି ରଖିବା ସହିତ ଯାତାୟତ ସ୍ୱାଭାବିକ କରିଥିଲେ । ଏହି ଘଟଣା ସମ୍ପର୍କରେ କାଉନସିଲର ମାନଙ୍କୁ ପଚାରିବାରୁ ସେ ଏହାକୁ ଭିତ୍ତିହୀନ ଓ ଏଥିରେ ତାଙ୍କର ଭୁମିକା ନାହିଁ ବୋଲି କହିବା ସହିତ ଯେହେତୁ ଅନାବାଦି ଜାଗାରେ ଘର ହୋଇଥିଲା ସେଥିପାଇଁ ପ୍ରଶାସନ ଘର ଭାଙ୍ଗିଥିଲା । ଅନ୍ୟପକ୍ଷରେ ସମ୍ପୃକ୍ତ ଦମ୍ପତି ଏହି ଘଟଣାରେ ନ୍ୟାୟ ନପାଇଲେ ଆତ୍ମହତ୍ୟା କରିବେ ବୋଲି ଗଣମାଧମରେ ପ୍ରକାଶ କରିଛନ୍ତି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*