ବିଧାୟିକାଙ୍କ ନିଆରା ଘୋଷଣା ୧ କିଲୋ ପ୍ଲାଷ୍ଟିକ ବଦଳରେ ପାଆନ୍ତୁ ୧ କିଲୋ ଚାଉଳ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ:ଚିତ୍ତୁର
ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବାର ଅଭିଯାନ ଏବେ ଧିରେଧିରେ ଜୋର ଧରିବାରେ ଲାଗିଛି । ଏହିକ୍ରମରେ ଆନ୍ଧ୍ରପ୍ରଦେଶର ଜଣେ ବିଧାୟିକା ନିଜ ନିର୍ବାଚନ ମନ୍ଦଳୀରେ ଲୋକଙ୍କୁ ୧ କିଲୋ ପ୍ଲାଷ୍ଟିକ ବଦଳରେ ୧ କିଲୋ ଚାଉଳ ଦେବାର ଘୋଷଣା କରିଛନ୍ତି । ଚଳଚ୍ଚିତ୍ର ଅଭିନେତାରୁ ନେତ୍ରୀ ବନିଥିବା ଆରକେ ରୋଜା କହିଛନ୍ତି ଯେ, ଏହି ଅଭିଯାନ ୩୦ ଦିନ ଧରି ଚାଲିବ ।
ରୋଜା କହିଛନ୍ତି ଯେ, ପ୍ରତି ୱାର୍ଡ ଏବଂ ପଞ୍ଚାୟତରେ ପ୍ଲାଷ୍ଟିକ ଆବର୍ଜନା ସଫା କରିବାର ଅଭିଯାନ ଆରମ୍ଭ କରାଯିବ । ଯଦି ଆପଣମାନେ ମୋ ନିକଟକୁ ଏହି ଆବର୍ଜନା ନେଇ ଆସିବେ ତେବେ ପ୍ରତି ୧ କିଲୋ ପ୍ଲାଷ୍ଟିକ ବଦଳରେ ମୁଁ ଆପଣଙ୍କୁ ୧ କିଲୋ ଚାଉଳ ଦେବି । ମୋ ଜନ୍ମଦିନ ନଭେମ୍ବର ୧୭ରୁ ମୁଖ୍ୟମନ୍ତ୍ରୀ ଜଗନମୋହନ ରେ‡ୀଙ୍କ ଜନ୍ମଦିନ ଡିସେମ୍ବର ୨୧ ପର୍ଯ୍ୟନ୍ତ ଏହି ଅଭିଯାନ ଜାରି ରହିବ । ସ୍ୱଚ୍ଛ ଏବଂ ସୁସ୍ଥ ଭବିଷ୍ୟତ ପାଇଁ ଆରମ୍ଭ ହେବାକୁ ଥିବା ଏହି ଅଭିଯାନର ନାମ ହେବ ‘ନୋ ପ୍ଲାଷ୍ଟିକ-ନୁ୍ୟ ନାଗରୀ’ । ସୂଚନାଯୋଗ୍ୟ ଯେ ରୋଜା ନାଗରୀ ବିଧାନସଭାରୁ ଦ୍ୱିତୀୟ ଥର ପାଇଁ ବିଧାୟକ ନିର୍ବାଚିତ ହୋଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*