ବିଧାୟକ ପ୍ରିୟଙ୍କୁ ସୁବାସଙ୍କ ଖୋଲା ଚାଲେଞ୍ଜ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ବିଜୁ ଜନତା ଦଳରେ ଗୋଷ୍ଠୀ କନ୍ଦଳ ଓ ଟିକଟ ଦାବିଦାରଙ୍କ ସଂଖ୍ୟା ସେତିକି ବଢିବାରେ ଲାଗିଛି । ବିଭିନ୍ନ ନିର୍ବାଚନ ମନ୍ଦଳୀରେ ବିଜୁ ଜନତା ଦଳର ବିଧାୟକ ନିଜ ଦଳ ମଧ୍ୟରୁ ବିରୋଧର ସମ୍ମୁଖୀନ ହେଉଛନ୍ତି । ଲୋକପି୍ରୟତା ହ୍ରାସ ତଥା କର୍ମୀଙ୍କ ସହ ସଂପର୍କ କମ୍‌ କାରଣରୁ ବିଧାୟକମାନେ ନିଜ ନିର୍ବାଚନ ମନ୍ଦଳୀରେ ବିରୋଧର ସମ୍ମୁଖୀନ ହେଉଥିବା ଦେଖାଯାଉଛି । କେଉଁଠି ବିଧାୟକଙ୍କ ବିରୋଧରେ ଦଳୀୟ କର୍ମୀ ଓ ନେତାମାନେ ମେଳି କରୁଛନ୍ତି ତ ଆଉ କେଉଁଠି ବିଧାୟକଙ୍କୁ ଖୋଲାଖୋଲି ଚାଲେଞ୍ଜ କରାଯାଉଛି । ବିଧାୟକଙ୍କ ବିରୋଧରେ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ଠାରୁ ସୁପି୍ରମୋଙ୍କ ପର୍ଯ୍ୟନ୍ତ ଫେରାଦ ହେବା ସହ ଆସନ୍ତା ନିର୍ବାଚନରେ ଟିକଟ ନଦେବାକୁ ଦାବି ହେଉଛି । ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଏବେ ନିଜ ନିର୍ବାଚନ ମନ୍ଦଳୀରେ ଦଳୀୟ କର୍ମୀଙ୍କ ବିରୋଧର ସମ୍ମୁଖୀନ ହୋଇଛନ୍ତି । ପି୍ରୟଙ୍କୁ ବିଭିନ୍ନ ସ୍ଥାନରେ ଦଳୀୟ କର୍ମୀମାନେ ବିରୋଧ କରୁଥିବା ଦେଖାଯାଉଛି ।
ଗୁରୁବାର ପି୍ରୟଙ୍କ ବିରୋଧରେ ଏକ ବଡ଼ଧରଣର ମେଳି ଦେଖିବାକୁ ମିଳିଛି । ଦଳର ଟିକଟ ଆଶାୟୀ ତଥା ନିର୍ବାଚନ ମନ୍ଦଳୀର ଅନ୍ୟତମ ନେତା ସୁବାସ ମହାପାତ୍ର ଚନ୍ଦ୍ରଶେଖରପୁର କଲ୍ୟାଣ ମନ୍ଦପଠାରେ ଏକ ବିଶାଳ ମହିଳା କର୍ମୀ ସମ୍ମିଳନୀର ଆୟୋଜନ କରି ପି୍ରୟଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି । ଏହି ସମ୍ମିଳନୀରେ ନିର୍ବାଚନ ମନ୍ଦଳୀର ଶହଶହ ମହିଳା ର୍କମୀଙ୍କ ସହ ଛାମୁଆ ନେତା ଓ କର୍ମୀ ଯୋଗଦେଇ ପ୍ରିୟଙ୍କ ବିରୋଧରେ ଥିବା ସେମାନଙ୍କ ଅସନ୍ତୋଷଙ୍କୁ ପ୍ରକାଶ କରିଛନ୍ତି । ସୁବାସଙ୍କୁ ସେମାନଙ୍କ ସମର୍ଥନ ଥିବା ଖୋଲାଖୋଲି ଭାବେ ସମ୍ମିଳନୀରେ ଦର୍ଶାଇଛନ୍ତି । ସୁବାଷଙ୍କ ଏହି ସଫଳ ମହିଳା ସମାବେଶ ନିର୍ବାଚନ ମନ୍ଦଳୀରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ପ୍ରିୟଙ୍କ ପାଇଁ ଏକ ସତର୍କଘଣ୍ଟି ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*