ବିଧାୟକ ଘରଡିହ ପଟ୍ଟା ବାଣ୍ଟିଲେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଚିତ୍ରଡ଼ା

ମୋରଡ଼ା ତହସିଲର ଚିତ୍ରଡା କାର୍ଯ୍ୟାଳୟରେ ତହସିଲଦାର ସମ୍ବିତ ସଂଗ୍ରାମଜିତ ସାହୁଙ୍କ ଦ୍ୱାରା ଆୟୋଜିତ ଘରଡିହ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ମୋରଡ଼ା ବିଧାୟକ ରାଜକିଶୋର ଦାସ ଯୋଗଦାନ କରି ଭୂମିହୀନ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କରିଥିଲେ । ବସୁନ୍ଧରା ଯୋଜନାରେ ୨୪ ଜଣଙ୍କ ପାଇଁ ପଟ୍ଟା ପ୍ରସ୍ତୁତ କରାଯାଇଥିବା ବେଳେ ମାତ୍ର ୪ ଜଣ ଉପସ୍ଥିତ ହୋଇ ବିଧାୟକଙ୍କଠାରୁ ପଟ୍ଟା ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ସଭ୍ୟା ମଞ୍ଜୁଲତା ମହାନ୍ତ, ବ୍ଲକ ଉପାଧ୍ୟକ୍ଷ ସଚ୍ଚିଦାନନ୍ଦ ମହାନ୍ତ ପ୍ରମୁଖ ଉପସ୍ଥିତ ଥିଲେ । ତହସିଲ କର୍ମଚାରୀ ଅନିରୁଦ୍ଧ ପ୍ରଧାନଙ୍କ ସହ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*