ବିଧାନ ପରିଷଦ ବଦଳରେ ୩ ରାଜ୍ୟସଭା ଆସନ ଭାଜପାକୁ ଛାଡ଼ିବାକୁ ପ୍ରସ୍ତୁତ ବିଜଦ!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

‘ଏତେ ଦାବି ଥାଉଥାଉ ବିଜଦକୁ ହଠାତ୍‌ ବିଧାନ ପରିଷଦ କଥା ମନେ ପଡ଼ିଗଲା କାହିଁକି?’

• ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡା ବିଜଦର ବିଧାନ ପରିଷଦ ଦାବିକୁ ସମାଲୋଚନା କରିଛନ୍ତି । ଅସନ୍ତୁଷ୍ଟ ଥଇଥାନ କଥା ଉଠାଇଛନ୍ତି । କିନ୍ତୁ ୩ଟି ରାଜ୍ୟସଭା ଆସନ ଦଳକୁ ମିଳିଗଲେ, କଳାହାଣ୍ଡିର ଲୋକସଭା ସଦସ୍ୟ ତଥା ରାଜ୍ୟ ସଭାପତି ବିଧାନ ପରିଷଦ ଗଠନ ଡିଲ୍‌କୁ ବିରୋଧ କରିପାରିବେ ତ?

ନିର୍ଭୟ ମିଡିଆ : ଭୁବନେଶ୍ୱର/ନୂଆଦିଲ୍ଲୀ

ସୋମବାର ଦିନ ଠାରୁ ଆରମ୍ଭ ହେଉଛି ସଂସଦର ଶୀତକାଳୀନ ଅଧିବେଶନ । ସେଥିପାଇଁ ରବିବାର ଦିନ ବାଚସ୍ପତି ଓମ୍‌ ବିର୍ଲା ଡାକିଥିଲେ ସର୍ବଦଳୀୟ ବୈଠକ । ଏହି ବୈଠକରେ ବିଜୁ ଜନତା ଦଳର ଲୋକସଭା ଦଳପତି ପୁରୀ ସାଂସଦ ପିନାକୀ ମିଶ୍ର ଯୋଗ ଦେଇଥିଲେ । ବୈଠକ ଶେଷରେ ପିନାକୀଙ୍କ ପ୍ରତିକି୍ରୟା ହେଲା ଯେ, ଏଥର ତାଙ୍କ ଦଳ ବିଧାନ ପରିଷଦ ଗଠନ ପାଇଁ ଦାବି କରିବ । ଏଥିପାଇଁ ସମ୍ବିଧାନ ସଂଶୋଧନ କରିବାକୁ ସର୍ବଦଳୀୟ ବୈଠକରେ ଦାବି କରିଛି ବିଜଦ । ବିଜଦ ଚାହେଁ, ଓଡ଼ିଶାର ଏହି ପ୍ରସ୍ତାବକୁ ସବୁ ଦଳର ସମର୍ଥନ ମିଳୁ ।
ମାତ୍ର କିଛିଦିନ ଆଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଦିଲ୍ଲୀ ଯାଇଥିବା ବେଳେ ଫାଇଭ୍‌-ଟି ଉପରେ ସମୀକ୍ଷା କରିଥିଲେ । କେନ୍ଦ୍ର ପାଖରେ ଅଟକି ରହିଥିବା କିଛି ପ୍ରକଳ୍ପ ବାବଦରେ ମଧ୍ୟ ସେ ନିଜ ଅଫିସରମାନଙ୍କ ସହ କରିଥିଲେ ଆଲୋଚନା । କୋଇଲା ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଓଡ଼ିଶା ଆସିଥିବା ବେଳେ କୋଇଲା ରୟାଲିଟି ବଢ଼ାଇବା ପାଇଁ ମଧ୍ୟ ଦାବି କରିଥିଲେ ସରକାର । ଏହାଛଡ଼ା ସ୍ୱତନ୍ତ୍ର ଶ୍ରେଣୀ ରାଜ୍ୟ ପାହ୍ୟା ଦାବି ଉପରେ ମୁଖ୍ୟମନ୍ତ୍ରୀ ଏକାଧିକ ଚିଠି ଲେଖି ସାରିଛନ୍ତି । ବାଣିଜ୍ୟ କରିଡର୍‌କୁ ନେଇ ମଧ୍ୟ ଓଡ଼ିଶା ବହୁବାର କେନ୍ଦ୍ରକୁ ଆକ୍ଷେପ କରିଆସିଛି । ଏତେସବୁ ଦାବି ଥିବା ସତ୍ତ୍ୱେ ବିଜୁ ଜନତା ଦଳ ସର୍ବଦଳୀୟ ବୈଠକରେ ବିଧାନ ପରିଷଦ କଥା ଉଠାଇବା ବାସ୍ତବିକ ଆଶ୍ଚର୍ଯ୍ୟଜନକ । କ’ଣ ପାଇଁ ବିଧାନ ପରିଷଦ ସକାଶେ ଏତେ ବ୍ୟଗ୍ର ବିଜୁ ଜନତା ଦଳ?
ନିର୍ଭୟକୁ ମିଳିଥିବା ଅତ୍ୟନ୍ତ ବିଶ୍ୱସ୍ତ ସୂତ୍ର ଅନୁସାରେ ବିଧାନ ପରିଷଦ ଗଠନ ଲାଗି ଯେକୌଣସି ସ୍ୱାର୍ଥ ତ୍ୟାଗ କରିବାକୁ ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ଭାବୀ ଉତ୍ତରାଧିକାରୀ ପ୍ରସ୍ତୁତ । ଆସନ୍ତା ରାଜ୍ୟସଭା ନିର୍ବାଚନରେ ତିନିଟି ଆସନ ଭାରତୀୟ ଜନତା ପାର୍ଟିକୁ ଛାଡ଼ିଦେବା ପାଇଁ ଏକ ଡିଲ୍‌ କରିବା ସକାଶେ ନବୀନ ଆଗ୍ରହୀ । ଏସଂକ୍ରାନ୍ତରେ ଏକ ପ୍ରସ୍ତାବ ମଧ୍ୟ ଭାଜପା ହାଇକମାନ୍ଦଙ୍କ ଆଗରେ ଦିଆଯାଇ ସାରିଛି । ପ୍ରତିବଦଳରେ ଆବଶ୍ୟକ ବିଧାନ ପରିଷଦ । ନୂଆ କ୍ଷମତା ହସ୍ତାନ୍ତର ପ୍ରକି୍ରୟା ସମ୍ପୂର୍ଣ୍ଣ କରିବା ସକାଶେ ଅସନ୍ତୁଷ୍ଟମାନଙ୍କର ଥଇଥାନ ଜରୁରୀ । ଏଥିପାଇଁ ଭାଜପା ଆଗରେ ଦିଆଯାଇଛି ରାଜ୍ୟସଭା ଆସନ ଥୋପ ।
ରାଜ୍ୟସଭାରେ ଭାଜପାର ସଂଖ୍ୟାଗରିଷ୍ଠତା ଅତି ଜରୁରୀ । କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ପାଶ୍‌ କରାଇ ନେବାଲାଗି ରାଜ୍ୟସଭାରେ ସଂଖ୍ୟା ଗରିଷ୍ଠତା ଜରୁରୀ ଥିବାରୁ ବିଜଦର ଥୋପ ମୋଦୀ ଏବଂ ଶାହା ଗିଳିବେ ବୋଲି ନବୀନ ଏବଂ ତାଙ୍କ ମାର୍ଗଦର୍ଶକ ମନେ କରୁଛନ୍ତି ।

ପ୍ରତିବଦଳରେ ବିଧାନ ପରିଷଦ ଗଠନ ପ୍ରସ୍ତାବ ସଂସଦରେ ଭାଜପା ଅନୁମୋଦିତ କରାଇପାରେ ।
ଆସନ୍ତା ବର୍ଷ ୪ଟି ରାଜ୍ୟସଭା ଆସନ ଖାଲି ପଡ଼ୁଛି । ନରେନ୍ଦ୍ର ସ୍ୱାଇଁ, ସରୋଜିନୀ ହେମ୍ବ୍ରମ୍‌ ଏବଂ ରଞ୍ଜୀବ ବିଶ୍ୱାଳଙ୍କ କାର୍ଯ୍ୟକାଳ ପୁରୁଛି । ଅନୁଭବ ମହାନ୍ତି କେନ୍ଦ୍ରାପଡ଼ା ଲୋକସଭା ଆସନରୁ ଜିଣିଥିବା କାରଣରୁ ଗତ ମେ’ ମାସରୁ ତାଙ୍କ ରାଜ୍ୟସଭା ଆସନଟି ଖାଲି ପଡ଼ିଛି । ଏହି ୪ଜଣଙ୍କ ମଧ୍ୟରୁ ରଞ୍ଜୀବ ହେଉଛନ୍ତି ଏକମାତ୍ର କଂଗ୍ରେସ ସଦସ୍ୟ । ସଂଖ୍ୟା ଦୃଷ୍ଟିରୁ ଆସନ୍ତା ରାଜ୍ୟସଭା ନିର୍ବାଚନରେ ବିଜୁ ଜନତା ଦଳ ସବୁ ଆସନ ଜିଣିବା ନିଶ୍ଚିତ । କିନ୍ତୁ ନବୀନଙ୍କର ଆଉ ରାଜ୍ୟସଭା ସଉକ ନାହିଁ । ଚଳିତ ବର୍ଷ ଉପନିର୍ବାଚନରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବିଜଦ ଗୋଟିଏ ରାଜ୍ୟସଭା ଆସନ ଭାଜପାକୁ ଛାଡି ଦେଇଥିଲା । ଅଶ୍ୱିନୀ ବୈଷ୍ଣବ ଭାଜପା ଟିକଟରେ କିନ୍ତୁ ବିଜଦ ସମର୍ଥନରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ବୈଷ୍ଣବ ହେଉଛନ୍ତି ଖଣି ବେପାରୀ ପ୍ରଭାକରନ୍‌ଙ୍କ ଅତି ଘନିଷ୍ଠ ।
ଆସନ୍ତା ରାଜ୍ୟସଭା ନିର୍ବାଚନରେ ଖାଲି ପଡ଼ୁଥିବା ୪ଟି ଆସନ ଭିତରୁ ୩ଟି ଆସନ ଛାଡ଼ିଦେଲେ ବିଜଦ ପାଇଁ କିଛି ଫରକ ପଡ଼ିବ ନାହିଁ । ଓଲଟି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁଗ୍ରହ ଓ ଅନୁକମ୍ପା ପୂର୍ବବତ୍‌ ନବୀନଙ୍କ ଉପରେ ବଜାୟ ରହିବ । ଆଉ ସିବିଆଇ ସଙ୍କଟର ଆଶଙ୍କା ରହିବ ନାହିଁ । ରାଜ୍ୟରେ ଭାଜପାକୁ କ୍ଳୀବ କରିଦେଇ ଆରାମ୍‌ରେ ରାଜ୍ୟ ଶାସନ କରିହେବ । ଯଦି ୩ଟି ରାଜ୍ୟସଭା ଆସନ ଛାଡ଼ିଦେଇ ବିଧାନ ପରିଷଦ ଗଠନ ମାର୍ଗ ଖୋଲିଯାଏ, ତେବେ ସବୁଠୁ ଲାଭବାନ୍‌ ହେବ ବିଜୁ ଜନତା ଦଳ । ଏହାଦ୍ୱାରା ଅସନ୍ତୁଷ୍ଟଙ୍କୁ ଥଇଥାନ କରି ଦଳ ଏବଂ ସରକାରର ଟ୍ରାନ୍ସଫରମେସନ୍‌ ସମ୍ପୂର୍ଣ୍ଣ କରାଯାଇ ପାରିବ । ଏଥିଲାଗି ୪୫ କୋଟି ଟଙ୍କା ବର୍ଷକୁ ଖର୍ଚ୍ଚ କରିବାକୁ ସରକାର ପ୍ରସ୍ତୁତ ।
୨୦୧୮ ସେପ୍ଟେମ୍ବରରେ ଭାଜପା ଓ କଂଗ୍ରେସର କକ୍ଷତ୍ୟାଗ ଭିତରେ ବିଧାନସଭାରେ ବିଧାନ ପରିଷଦ ଗଠନ ସଂକଳ୍ପ ଗୃହୀତ ହୋଇଥିଲା । ଏହାକୁ ଉପସ୍ଥିତ ଥିବା ୧୦୪ ଜଣ ବିଜଦ ବିଧାୟକ ସମର୍ଥନ କରିଥିଲେ । କିନ୍ତୁ ଏହା କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ପାଇ ନଥିଲା । ବିଧାନ ପରିଷଦ ଗଠନ ହେଙ୍ଗୁ କିନ୍ତୁ ଅନେକ ଅସନ୍ତୁଷ୍ଟଙ୍କୁ ଶୁଙ୍ଘାଇ ଦିଆଯାଇଥିଲା ।
ପ୍ରସ୍ତାବିତ ବିଧାନ ପରିଷଦରେ ୪୯ ସଦସ୍ୟ ରହିବେ । ୧୬ ଜଣ ବିଧାୟକମାନଙ୍କ ଦ୍ୱାରା ଏବଂ ୧୬ ଜଣ ଜିଲା ପରିଷଦ, ପୌର ପରିଷଦ ଏବଂ ପଞ୍ଚାୟତ ସମିତି ଦ୍ୱାରା ନିର୍ବାଚିତ ହେବାର ବ୍ୟବସ୍ଥା ଅଛି । ଶିକ୍ଷକ-ଅଧ୍ୟାପକ ଏବଂ ଗ୍ରାଜୁଏଟ୍‌ ନିର୍ବାଚନମନ୍ଦଳୀରୁ ଚାରି ଚାରି ଜଣ ନିର୍ବାଚିତ ହେବେ ଏବଂ ବାକି ୯ ଜଣଙ୍କୁ ରାଜ୍ୟପାଳ ବାଛିବେ । ଏହି ପ୍ରକି୍ରୟାରେ ବିଜଦର ସଂଖ୍ୟା ଗରିଷ୍ଠତା ଓ ପ୍ରଭାବ ଯାହା, ଅଧିକାଂଶ ବିଧାନ ପରିଷଦ ସଭ୍ୟ ଏହି ଦଳରୁ ହିଁ ନିର୍ବାଚିତ ହେବେ । ତେଣୁ ଗତ ଥର ଟିକଟ ପାଇ ନଥିବା କିମ୍ବା ଅନ୍ୟ କାରଣରୁ ଅସନ୍ତୁଷ୍ଟ ଥିବା ନେତାମାନଙ୍କୁ ଥଇଥାନ କରିବା ଲାଗି ନବୀନଙ୍କ ପାଇଁ ଅତି ସହଜ ହୋଇଯିବ । ଏଥିଲାଗି ୩ଟି ରାଜ୍ୟସଭା ଆସନ ଗଲେ ଯାଉ ।
ଭାଜପା ରାଜ୍ୟ ସଭାପତି ବସନ୍ତ ପନ୍ଦା ବିଜଦର ବିଧାନ ପରିଷଦ ଦାବିକୁ ସମାଲୋଚନା କରିଛନ୍ତି । ଅସନ୍ତୁଷ୍ଟ ଥଇଥାନ କଥା ଉଠାଇଛନ୍ତି । କିନ୍ତୁ ୩ଟି ରାଜ୍ୟସଭା ଆସନ ଦଳକୁ ମିଳିଗଲେ, କଳାହାନ୍ଦିର ଲୋକସଭା ସଦସ୍ୟ ତଥା ରାଜ୍ୟ ସଭାପତି ବିଧାନ ପରିଷଦ ଗଠନ ଡିଲ୍‌କୁ ବିରୋଧ କରିପାରିବେ ତ?ପ୍ରତିବଦଳରେ ବିଧାନ ପରିଷଦ ଗଠନ ପ୍ରସ୍ତାବ ସଂସଦରେ ଭାଜପା ଅନୁମୋଦିତ କରାଇପାରେ ।

ଭାଜପା ରାଜ୍ୟ ସଭାପତି ବସନ୍ତ ପନ୍ଦା ବିଜଦର ବିଧାନ ପରିଷଦ ଦାବିକୁ ସମାଲୋଚନା କରିଛନ୍ତି । ଅସନ୍ତୁଷ୍ଟ ଥଇଥାନ କଥା ଉଠାଇଛନ୍ତି । କିନ୍ତୁ ୩ଟି ରାଜ୍ୟସଭା ଆସନ ଦଳକୁ ମିଳିଗଲେ, କଳାହାନ୍ଦିର ଲୋକସଭା ସଦସ୍ୟ ତଥା ରାଜ୍ୟ ସଭାପତି ବିଧାନ ପରିଷଦ ଗଠନ ଡିଲ୍‌କୁ ବିରୋଧ କରିପାରିବେ ତ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.

*