ବିଧାନସଭା ଘେରିଲେ ଅଣ ଅନୁଦାନପ୍ରାପ୍ତ, ବେସରକାରୀ ଅଧ୍ୟାପକ ଓ କର୍ମଚାରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ସରକାର ସମସ୍ୟା ସମାଧାନ କରିନଥିବାରୁ ବିଧାନସଭା ଆଗରେ ପୁଣିଥରେ ଆନେ୍ଦାଳନ ଆରମ୍ଭ କରିଛନ୍ତି ବେସରକାରୀ ଅନୁଦାନ ଓ ଅଣ ଅନୁଦାନ ଶିକ୍ଷକ ଏବଂ ଅଣ ଶିକ୍ଷକ କର୍ମ·ରୀ ସଂଘ । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆନେ୍ଦାଳନ ·ଲୁ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ମାସକୁ ମାତ୍ର ଦୁଇରୁ ତିନି ହଜାର ଟଙ୍କା ଦରମା ପାଇ କାମ କରୁଛନ୍ତି । ସରକାରଙ୍କ ନିଦେ୍ର୍ଦଶ ଅନୁଯାୟୀ ଆମ୍ଭେ ବିଭିନ୍ନ ମହାବିଦ୍ୟାଳୟ ଦ୍ୱାରା ନିଯୁକ୍ତି ପାଇଛୁ । ଓଡ଼ିଶାର ପ୍ରାୟ ୩ ଶହ ମହାବିଦ୍ୟାଳୟର ୩ହଜାର ଅଧ୍ୟାପକ, ଅଧ୍ୟାପିକା ଓ କର୍ମ·ରୀମାନେ ସ୍ୱଳ୍ପ ବେତନରେ ଦୀର୍ଘ ୧୧ବର୍ଷ ହେଲା କାର୍ଯ୍ୟ କରି ଆସୁଛନ୍ତି । ସରକାରଙ୍କ ନିୟମ ଅନୁଯାୟୀ ୭ଘଣ୍ଟା କାର୍ଯ୍ୟ କରିବା ସହ ବାୟାମେଟ୍ରିକ୍ ଦେଉଅଛୁ । ଏଥି ସହ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମ·ରୀଙ୍କ ସ୍ଥାୟିତ୍ୱ ପାଇଁ ରାଜ୍ୟ ସରକାରଙ୍କୁ ତାଲିକା ପ୍ରଦାନ କରାଯାଇଛି । ଅଥଚ ସରକାର ଏମାନଙ୍କ ସମସ୍ୟା ପ୍ରତି ଅବଗତ ଥିଲେ ମଧ୍ୟ ଉଚ୍ଚ ଶିକ୍ଷା ନିଦେ୍ର୍ଦଶାଳୟ ଏମାନଙ୍କୁ ସରକାର ଅନ୍ତର୍ଭୁକ୍ତ କରିନାହଁନ୍ତି । ୧ ଜୁନ୍ ୨୦୦୮ ମସିହାରୁ ୩୦ନଭେମ୍ବର ୨୦୧୩ ପର୍ଯ୍ୟନ୍ତ ସରକାରୀ ଅନ୍ତର୍ଭୁକ୍ତ ହୋଇନଥିବା ଅଧ୍ୟାପକ, ଅଧ୍ୟାପିକା ଓ କର୍ମ·ରୀମାନଙ୍କୁ ସରକାରୀ ଅନ୍ତର୍ଭୁକ୍ତ କରିବା, ଚାକିରୀ ସର୍ତ୍ତାବଳୀ ସହିତ ପୂର୍ଣ୍ଣ ଅନୁଦାନ ପାଇଁ ଦୀର୍ଘଦିନ ହେଲା ଦାବି ହୋଇ ଆସୁଛି । ସଂଘ ଉଚ୍ଚଶିକ୍ଷା ବିଭାଗକୁ ବାରମ୍ବାର ଜଣାଇବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଅଗଷ୍ଟ ୨୦୧୮ ମସିହାରେ ଏକ ଆଲୋଚନା କରି ରାଜ୍ୟର ବିଭିନ୍ନ ଶିକ୍ଷା ବିଭାଗର ଆଞ୍ଚଳିକ ନିଦେ୍ର୍ଦଶକଙ୍କ ଜରିଆରେ ଅଧ୍ୟାପକ ଓ କର୍ମ·ରୀମାନଙ୍କ ଅବସ୍ଥିତି ମଗାଯାଇଥିଲା ଏବଂ ଅଧ୍ୟାପକ, ଅଧ୍ୟାପକା ଓ କର୍ମ·ରୀଙ୍କ ସଂଖ୍ୟା ୨୭୫୦ଜଣ ବୋଲି ଆକଳନ କରାଯାଇ ୧ କୋଟି ୪୨ ଲକ୍ଷ ୧୬ ହଜାର ଟଙ୍କା ବ୍ୟୟ ଅଟକଳ କରାଯାଇଥିଲେ ମଧ୍ୟ ସରକାର ଦାବି ପ୍ରତି କର୍ଣ୍ଣପାତ କରୁନଥିବାରୁ ସଂଘ ତରଫରୁ ବିଧାନସଭା ଆଗରେ ଆନେ୍ଦାଳନ ଆରମ୍ଭ କରିଛି । ଏଥିରେ ସଂଘର ସଭାପତି ଡ଼ ଦେବ ବିଜୟୀ ମିଶ୍ର, ସାଧାରଣ ସମ୍ପାଦକ ଅଭୟ କୁମାର ପ୍ରଧାନ, ଉପସଭାପତି ରଶ୍ମିତା ମହାପାତ୍ର, କୋଷାଧ୍ୟକ୍ଷ ଦିବ୍ୟକାନ୍ତ ତିପାଠୀ, ଆବାହକ ବିମଳ ଚନ୍ଦ୍ର ନନ୍ଦୀ, ରାଜ୍ୟ ସଂଯୋଜକ ସନ୍ତୋଷ କୁମାର ରାୟ, ରବି ନାରାୟଣ କରଣ, ଧନଞ୍ଜୟ ମିଶ୍ର, ବିଷ୍ଣୁପ୍ରସାଦ ତି୍ରପାଠୀ, ସ୍ମୃତିରଞ୍ଜନ ପରିଡ଼ା, ଦୀପକ ସାହୁ ଓ ସଂଘର ଶତାଧିକ ସଭ୍ୟ ସାମିଲ୍ ହୋଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*