ବିଦ୍ୱେଷ ସୃଷ୍ଟିକାରୀ ଖବର ପ୍ରସାର କରୁଥିବା ଚ୍ୟାନେଲରେ ବିଜ୍ଞାପନ ଦେବନି ପାର୍ଲେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

ଦେଶର ଟିଭି ନୁ୍ୟଜ ଚ୍ୟାନେଲଗୁଡିକ ମଧ୍ୟରୁ ଅନେକଙ୍କୁ ନେଇ ବଡ଼ ବିବାଦ ଏବେ ଦେଖାଦେଇଛି । ଟିଆର୍ପି ହାସଲ ପାଇଁ ଅନୈତିକ କାର୍ଯ୍ୟ୍ୟ କରାଯାଉଥିବାର ଅଭିଯୋଗ ଲାଗି ସାରିଛି । ଏଭଳି ଅବସ୍ଥାରେ ଦେଶରେ ଟିଭି ବିଜ୍ଞାପନରେ ଖୁବ୍ ଟଙ୍କା ଖର୍ଚ୍ଚ କରୁଥିବା ପାର୍ଲେ କମ୍ପାନୀ ନେଇଛି ବଡ଼ ନିଷ୍ପତ୍ତି । ବିଦ୍ୱେଷ ସୃଷ୍ଟିକାରୀ ଖବର ବା ବିଷଭରା ଖବର ପ୍ରସାର କରୁଥିବା ଚ୍ୟାନେଲଗୁଡିକୁ ପାର୍ଲେ ବିଜ୍ଞାପନ ଦେବନାହିଁ ବୋଲି ନିଷ୍ପତ୍ତି ନେଇଛି । ଆମର ଯେଉଁମାନେ ଗ୍ରାହକ ସେମାନେ ଏପରି ଖବର ଦେଖିବାକୁ ପସନ୍ଦ କରନ୍ତି ନାହିଁ ବୋଲି କମ୍ପାନୀ କହିଛି । ଆମେ ଚେଷ୍ଟା କରୁଛୁ ଅନ୍ୟ୍ୟ ବିଜ୍ଞାପନଦାତାଙ୍କୁ ଏକାଠି କରିବାକୁ । ସମସ୍ତେ ଏକାଠି ହୋଇ ନୁ୍ୟଜ ଚ୍ୟାନେଲରେ ବିଜ୍ଞାପନ କମାଇବାକୁ ଏକ ରଣନୀତି ବାହାର କରିବାକୁ ଚାହୁଁଛୁ । ଫଳରେ ନୁ୍ୟଜ ଚ୍ୟାନେଲମାନଙ୍କୁ ସଫା ସଙ୍କେତ ଯିବ ଯେ ସେମାନଙ୍କୁ ନିଜ ଖବର ପ୍ରସାରଣରେ ପରିବର୍ତ୍ତନ କରିବା ଆବଶ୍ୟକ ବୋଲି ମିଡ଼ିଆକୁ କହିଛନ୍ତି ପାର୍ଲେର ଜଣେ ବରିଷ୍ଠ ଅଧିକାରୀ କୃଷ୍ଣରାଓ ବୁଦ୍ଧ ।
ପାର୍ଲେ ପୂର୍ବରୁ ବଜାଜ୍ ଅଟୋ ମଧ୍ୟ ସମାନ ପ୍ରକାର ନିଷ୍ପତ୍ତି ନେଇସାରିଛି । ଏହାର ପରିଚାଳନା ନିଦେ୍ର୍ଦଶକ ରାଜୀବ ବଜାଜ୍ କହିଛନ୍ତି ଆମେ ୩ଟି ଚ୍ୟାନେଲକୁ ବ୍ଲାକଲିଷ୍ଟ କରିଦେଇଛୁ । ଆମ ବ୍ରାନ୍ଦ ସମାଜ ପାଇଁ ବିଷ ହୋଇଥିବା ଖବର ପ୍ରସାରଣ କରୁଥିବା ଚ୍ୟାନେଲ ସହ ଜଡ଼ିତ ହୋଇପାରିବ ନାହିଁ । ଆମ ଟିମ୍ ଏପରି ଖବର ପ୍ରସାର କରୁଥିବା ଚ୍ୟାନେଲ ଖବରକାଗଜକୁ ଚିହ୍ନଟ କରିବ । ଆମ ବ୍ୟବସାୟ ପାଇଁ ଏହାର ଯେତେ ଖରାପ ପ୍ରଭାବ ପଡିଲେ ବି ଆମେ ଏପରି ଖବର ସହ ନିଜକୁ ଯୋଡ଼ି ପାରିବୁ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି ।
ମୁମ୍ବାଇ ପୁଲିସ କମିଶନର ପରମବୀର ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ୩ଟି ଟିଭି ଚ୍ୟାନେଲ ବିଜ୍ଞାପନ ପାଇବା ଲାଳସାରେ ଟିଆରପି ସାମ୍ପଲରେ ହେରଫେର କରିବାର ଅଭିଯୋଗ କରିବା ପରଠାରୁ ଏ ବିଷୟ ବିବାଦୀୟ ହୋଇଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ପାର୍ଲେର ଏହି ବିଜ୍ଞାପନ ବନ୍ଦ ନିଷ୍ପତ୍ତିକୁ ଶହ ଶହ ଲୋକେ ସୋସିଆଲ୍ ମିଡିଆରେ ବ୍ୟାପକ ସମର୍ଥନ ଦେଇଚାଲିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*