ବିଦ୍ୟୁତ୍ ଆଘାତରେ ଚାଲିଗଲା ୩ ଜୀବନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ସାଲେପୁର

ଏମିତି ବି ଆସେ ମୃତୁ୍ୟ । ବିଦୁ୍ୟତ ଆଘାତରେ ପରିବାରର ୩ ଜଣ ସଦସ୍ୟଙ୍କର ମୃତୁ୍ୟ ହେବା ଘଟଣା ସାଲେପୁର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଖବରରୁ ପ୍ରକାଶ ଯେ ସାଲେପୁର ଥାନା ଅନ୍ତର୍ଗତ ବାରିଗୋଳ ପଞ୍ଚାୟତ ଅଧିନ ବେତେଇ ଗ୍ରାମର ପ୍ରଭାତ ମଲ୍ଲିକଙ୍କ ପତ୍ନୀ ନମିତା ମଲ୍ଲିକ (୩୫) ଶୁକ୍ରବାର ସକାଳ ପ୍ରାୟ ୧୦.୩୦ମି. ସମୟରେ ଗାଧୋଇ ସାରି ନିଜ ଓଦା ଲୁଗା ଶୁଖାଇବାକୁ ଯାଇଥିବାବେଳେ ଉକ୍ତ ବାଟ ଦେଇ ଯାଇଥିବା ସର୍ଭିସ୍ ତାରରେ ଓଦା ଲୁଗା ଲାଗିଯିବାରୁ ପ୍ରଥମେ ସେ ବିଦୁ୍ୟତ୍ ଆଘାତର ଶିକାର ହୋଇଥିଲେ । ଫଳରେ ସେ ତଳେ ପଡ଼ି ଚିକ୍ରାର କରିବାରୁ ତାଙ୍କର ଶାଶୁ ତଥା ବିଚିତ୍ରାନନ୍ଦ ମଲ୍ଲିକଙ୍କ ପତ୍ନୀ ସୀତା ମଲ୍ଲିକ(୭୦) ମଝିଆଣୀ ବୋହୂର ଏପରି ଅବସ୍ଥା ଦେଖି ଦୌଡ଼ି ଆସି ତାକୁ ଧରି ପକାଇଥିଲେ । ଫଳରେ ସେ ମଧ୍ୟ ବିଦୁ୍ୟତ୍ ଆଘାତର ଶିକାର ହୋଇଥିଲେ । ଶାଶୁ ଓ ଯା’ଙ୍କର ଏପରି ଅବସ୍ଥା ଦେଖି ଘରେ ଥିବା ସାନ ବୋହୂ ତଥା ଅକ୍ଷୟ ମଲ୍ଲିକଙ୍କ ପତ୍ନୀ ପୁଷ୍ପଲତା ମଲ୍ଲିକ(୨୫) ଘରୁ ଦୌଡ଼ି ଆସି ଏମାନଙ୍କୁ ଧରି ପକାଇବାରୁ ସେ ମଧ୍ୟ ବିଦୁ୍ୟତ୍ ଘାତର ଶିକାର ହୋଇଥିଲେ । ସ୍ଥାନୀୟ ଲୋକେ ଏହା ଦେଖିବା ପରେ ବିଦୁ୍ୟତ୍ ବିଭାଗକୁ ଖବର ଦେଇଥିଲେ । ବିଦୁ୍ୟତ୍ର କରେଣ୍ଟ୍ ବିଚ୍ଛିନ୍ନ କଲା ପରେ ଶାଶୁ ଓ ଦୁଇ ବୋହୂଙ୍କୁ ସେଠାରୁ ଉଦ୍ଧାର କରି ଏକ ଅଟୋ ଯୋଗେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ଉକ୍ତ ୩ଜଣ ମୃତ ବୋଲି ଘୋଷଣା କରିଥିଲେ । ବିଦୁ୍ୟତ୍ ଆଘାତରେ ପରିବାରର ୩ଜଣ ଲୋକଙ୍କର ଅକାଳ ମୃତୁ୍ୟ ହୋଇଥିବା ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଖବର ପାଇ ବାରିଗୋଳ ପଞ୍ଚାୟତ ସରପଞ୍ଚ ସଲିମା ମହାପାତ୍ର ଓ ତାଙ୍କ ପ୍ରତିନିଧି ସୁନିଲ କୁମାର ମହାପାତ୍ର ସାଲେପୁର ମେଡ଼ିକାଲରେ ପହଞ୍ଚô ଶୋକସନ୍ତପ୍ତ ପରିବାରଙ୍କୁ ସାନ୍ତ୍ୱନା ପ୍ରଦାନ କରିବା ସହ ହରିଶ୍ଚନ୍ଦ୍ର ଯୋଜନାରେ ୬ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଓ ଶବଗୁଡ଼ିକ ବ୍ୟବଚ୍ଛେଦ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରିଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ସାନ ବୋହୂ ପୁଷ୍ପଲତା ୪ମାସର ଗର୍ଭବତୀ ଥିବାବେଳେ ମଝିଆଣୀ ବୋହୂ ନମିତାର ୮ ବର୍ଷର ପୁତ୍ର ସନ୍ତାନ ଅଛି । ଏନେଇ ନେଇ ମୃତ ସୀତା ମଲ୍ଲିକଙ୍କ ବଡ଼ ପୁଅ ଫକିର ଚରଣ ମଲ୍ଲିକ ସାଲେପୁର ଥାନାରେ ଲିଖିତ ଅଭିଯୋଗ କଲା ପରେ ସାଲେପୁର ପୁଲିସ ଏହା ନେଇ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ କଟକ ପଠାଇବା ସହ ତଦନ୍ତ ଚାଲୁ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*