ବିଦେଶୀ ଗାଈ ହେଉଛନ୍ତି ‘ଆଣ୍ଟି’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : କୋଲକାତା
ପଶ୍ଚିମବଙ୍ଗ ଭାଜପା ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ଦିଲୀପ ଘୋଷ ଗୋମାତାଙ୍କୁ ନେଇ ଏକ ଅଜବ ବୟାନ ଦେଇଛନ୍ତି । ବର୍ଦ୍ଧମାନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ଆମ ଦେଶର ଗାଈର ଦୁଗ୍ଧରେ ସୁନା ଅଛି । ହେଲେ ବିଦେଶୀ ପ୍ରଜାତିର ଗାଈ ଆମର ଗୋମାତା ନୁହଁନ୍ତି ବରଂ ସେମାନେ ଆମର ଆଣ୍ଟି । ଏହି ଅବସରରେ ଘୋଷ ଗୋମାଂସ ସେବନକୁ ଅପରାଧ ବୋଲି କହିବା ସହ ଧମକଭରା ଆନ୍ଦାଜରେ କହିଛନ୍ତି ଯେ, ଯଦି କେହି ଗୋମାତାଙ୍କୁ ଦୁର୍ବ୍ୟବହାର କରେ ତେବେ ଆମେ ତାଙ୍କୁ ଛାଡିବୁ ନାହିଁ ।
ବର୍ଦ୍ଧମାନରେ ଆୟୋଜିତ ଗୋପାଷ୍ଟମୀ କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, ଭାରତୀୟ ପ୍ରଜାତିର ଗାଈଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ବିଶେଷତ୍ୱ ରହିଛି । ଏହି ଗାଈର ଦୁଗ୍ଧରୁ ସୁନା ମିଳିଥାଏ । ଯେଉଁ କାରଣରୁ ଦେଶୀ ଗାଈ କ୍ଷୀର ସାମାନ୍ୟ ସୁନେଲି । ତେଣୁ ଆମକୁ ଦେଶୀ ଗାଈ ପାଳନ କରିବା ଦରକାର । ଏହି କ୍ଷୀର ପିଇଲେ ଆମେ ନିଜକୁ ରୋଗରୁ ଦୁରେଇ ରଖିପାରିବା ଏବଂ ସୁସ୍ଥ ରହିବା । ତେବେ ଆମ ବିଦେଶୀ ଗାଈ ଉପରେ ଗୁରୁତ୍ୱ ଦେଉଛେ । ତେବେ ଏହି ଗାଈମାନେ ଆମର ଗୋମାତା ନୁହଁନ୍ତି ବରଂ ଆଣ୍ଟି ଅଟନ୍ତି । ଯଦି ଏହି ଆଣ୍ଟିମାନଙ୍କୁ ଆମେ ପୂଜା କରିବା ତା’ହେଲେ ଦେଶ ପାଇଁ ଏହା ଭଲ ହେବ ନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*