ବିଦୁ୍ୟତ୍ ସଂଯୋଗରୁ ବଞ୍ଚିତ ଗ୍ରାମବାସୀଙ୍କ ଅନଶନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ବାସୁଦେବପୁର

ଦୀର୍ଘ ବର୍ଷ ଧରି ବିଦ୍ୟୁତ ସେବାରୁ ବଞ୍ଚିତ ଥିବା ୱାର୍ଡବାସୀ ବାସୁଦେବପୁର ବିଦୁ୍ୟତ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନରେ ବସିଛନ୍ତି । ବାସୁଦେବପୁର ପୈାରପାଳିକାର ୧୬ ନମ୍ବର ୱାର୍ଡର ୧୫ଟି ପରିବାର ଦୀର୍ଘ ବର୍ଷ ଧରି ବିଦୁ୍ୟତ୍ ପାଇବାରୁ ବଞ୍ଚିତ ହେବାକୁ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ଗୁହାରୀ କରିଛନ୍ତି । ହେଲେ ସେମାନଙ୍କ କଥାକୁ କେହି ବି ଆଜି ପର୍ଯ୍ୟନ୍ତ ଶୁଣି ନାହାନ୍ତି । ଯାହା ଫଳରେ ବାଧ୍ୟ ହେଇ ସେମାନେ ଆମରଣ ଅନଶନରେ ବସିଥିବା କହିଛନ୍ତି । ବିଦ୍ୟୁତ ନଥିବାରୁ ଗାଁଲୋକେ ନାନା ଅସୁବିଧାର ସମୁଖୀନ ହେଉଛନ୍ତି । ସଂଧ୍ୟାରେ ପିଲାମାନେ ପାଠ ପଢିପାରୁନଥିବା ବେଳେ ବର୍ଷ ବର୍ଷ ଅନ୍ଧାରରେ ଜୀବନ ବିତାଉଥିବା ଅଭିଯୋଗ କରିଛନ୍ତି । ଦୀର୍ଘ ସମୟ ଧରି ଅନଶନରେ ବସିବା ପରେ ଘଟଣା ସ୍ଥଳକୁ ବିଭାଗୀୟ ଏସଡିଓ ଓ ଜେଇଇ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ ଓ ଆସ୍ତନ୍ତା ଖୁବ୍ କମ୍ ସମୟ ଭିତରେ ସେମାନଙ୍କୁ ବିଦ୍ୟୁତ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଅନଶନରୁ ଓହରିଥିଲେ । ଏହି ଅନଶନକୁ ବାସୁଦେବପୁର ଭାଜପା ପକ୍ଷରୁ ସମର୍ଥନ କରାଯାଇଥିଲା । ଏହି ଅନଶନରେ ମଧ୍ୟ ଭାଜପାର କର୍ମକର୍ତ୍ତା ସାମିଲ ହେଇଥିଲେ । ଯୁବନେତା ତାଜୁ ଖାନ୍ଙ୍କ ସମେତ ଉଦୟ ନାରାୟଣ ମଲ୍ଲିକ, ରାଜେନ୍ଦ୍ର ବାରିକ, ମହେଶ୍ୱର ଧଳଙ୍କ ସମେତ ଶତାଧିକ ଓବ୍ୱାର୍ଡବାସୀମାନେ ଅନଶନରେ ସାମିଲ ହେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*