ବିଦୁସ୍ମିତା ଏବେ ଖଳନାୟିକା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଆଲବମ୍‌ ଦୁନିଁଆରେ ଯେଉଁ ଭଳି ଲୋକପ୍ରିୟତା ହାସଲ କରିଥିଲେ ଓଲିଉଡ୍‌ରେ ସେଭଳି ବିଶେଷ ସଫଳତା ପାଇନାହାନ୍ତି ଏହି ଅଭିନେତ୍ରୀ ଜଣକ । ତଥାପି ଓଡ଼ିଆ ଦର୍ଶକ ମହଲରେ ତାଙ୍କର ରହିଛି ଜବରଦସ୍ତ କ୍ରେଜ୍‌ । ଏଠାରେ ଆମେ ଯେଉଁ ଅଭିନେତ୍ରୀଙ୍କ ବିଷୟରେ ଆପଣଙ୍କୁ ଜଣାଉଅଛୁ ସେ ଆଉ କେହିଁ ନୁହଁନ୍ତି ବରଂ ସେ ହେଉଛନ୍ତି ଓଲିଉଡ୍‌ ଇନ୍ଦଷ୍ଟିରେ ‘ସେକ୍ସି ବିଲ୍ଲି’ ନାମରେ ଜଣାଶୁଣା ହଟ୍‌ ଅଭିନେତ୍ରୀ ବିଦୁସ୍ମିତା । ଆଲବମ୍‌ ଜଗତରେ ସଫଳ ହେବା ପରେ ବିଦୁସ୍ମିତା ପାଦ ଥାପିଥିଲେ ଓଡ଼ିଆ ସିନେମାରେ । ତାଙ୍କୁ ଇତିମଧ୍ୟରେ ବେଶ୍‌ କେତୋଟି ଓଡ଼ିଆ ସିନେମାରେ ଆଇଟମ୍‌ ଗାର୍ଲ ଭାବେ ଦେଖିସାରିଛନ୍ତି ତାଙ୍କର ପ୍ରଶଂସକ । ଏଥିସହିତ ଓଡ଼ିଆ ସିନେମା ‘ବଧୂ ନୁହେଁ ବନ୍ଧୁ’ ରେ ବି ସେ ନାୟିକା ରୂପରେ ଅବତୀର୍ଣ୍ଣ ହୋଇଥିଲେ । ଏହାର ନିଦେ୍ର୍ଦଶନା ଦେଇଥିଲେ ଶୈଳେନ୍ଦ୍ର । ପାରିବାରିକ କାହାଣୀଭିତ୍ତିକ ଏହି ସିନେମାରେ ସୁନ୍ଦରୀ ବିଦୁସ୍ମିତାଙ୍କ ବିପକ୍ଷରେ ନାୟକ ଭୂମିକାରେ ଦର୍ଶକ ଦେଖିବାକୁ ପାଇଥିଲେ ଅଭିନେତା ରାଜାଙ୍କୁ ।
ତେବେ ଏଯାବତ୍‌ ସେ ଯେତେ ସିନେମାରେ ଆଇଟମ୍‌ ନମ୍ବର କରିଛନ୍ତି, ସେଥିମଧ୍ୟରୁ ବେଶି ଚର୍ଚ୍ଚିତ ହୋଇଥିଲା ଆଇଟମ୍‌ ଗୀତ ‘ମୁଁ ସେକ୍ସି ବିଲ୍ଲି.. ମିଆଉଁ ମିଆଉଁ.. ମୋତେ ଜମା ଛୁଅଁନା…’ । ଦର୍ଶକ ତାଙ୍କୁ କେତେବେଳେ ନାୟିକା ତ ପୁଣି ଖଳନାୟିକା ତ ପୁଣି କେତେବେଳେ ଚରିତ୍ର ଅଭିନେତ୍ରୀ ଭୂମିକାରେ ଦେଖିବାକୁ ପାଇଛନ୍ତି । ଆଉ ସବୁପ୍ରକାରର ଭୂମିକାରେ ନିଜର ପ୍ରଭାବ ଛାଡ଼ିଛନ୍ତି ଅଭିନେତ୍ରୀ ବିଦୁସ୍ମିତା । ‘ଜବରଦସ୍ତ ପ୍ରେିମକ’, ‘ଲଭ୍‌ ମାଷ୍ଟର’ ଓ ‘ମିଷ୍ଟର ମଜନୁ’ ଆଦି ଫିଲ୍ମରେ ଜବରଦସ୍ତ ଅଭିନୟ ବି କରିଛନ୍ତି । ସେ ପୁଣି ଅଭିନୟରେ ସକ୍ରିୟ ହେଲେଣି । ଏଥର ତାଙ୍କୁ ଏକ ମନଲାଖି ଚରିତ୍ର ମିଳିଛି ବୋଲି ବିଦୁସ୍ମିତା କହନ୍ତି । ହଁ, ସେ ଏବେ ରବୀନ୍ଦ୍ର ପନ୍ଦାଙ୍କ ପ୍ରଯୋଜିତ ନୂଆ ଓଡ଼ିଆ ସିନେମା ‘କିଏ ହେବ ମୋ’ ହିରୋଇନ୍‌’ରେ ନଜର ଆସିବେ । ଏହି ସିନେମାରେ ତାଙ୍କୁ ଖଳନାୟିକା ଚରିତ୍ରରେ ଦେଖିବାକୁ ପାଇବେ ଦର୍ଶକ । ଏଥିରେ ଅଭିନେତା ପିଣ୍ଟୁ ନନ୍ଦ ବି ଅଛନ୍ତି ନେଗେଟିଭ୍‌ ରୋଲରେ । ବିଦୁସ୍ମିତାଙ୍କ ଭାଇ ବନିଛନ୍ତି ପିଣ୍ଟୁ । ‘କିଏ ହେବ ମୋ’ ହିରୋଇନ୍‌’ରେ ଅସିତ୍‌ ଏବଂ ମହିମା ନାୟକ-ନାୟିକା ସାଜିଛନ୍ତି । ନବାଗତ ପ୍ରଶାନ୍ତ ଏହାର ନିଦେ୍ର୍ଦଶକ ଦେଉ୍‌ଥିବା ବେଳେ ଅଗ୍ନିରାଜ ଏହାର ସଙ୍ଗୀତ ନିଦେ୍ର୍ଦଶକ ସାଜିଛନ୍ତି । ଡଃ ରଜନୀରଞ୍ଜନ ଏହାର ସଂଳାପ ଲେଖିଛନ୍ତି । ତେବେ ଏହି ସିନେମାରେ ବିଦୁସ୍ମିତା କିଭଳି କମାଲ ଦେଖାଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*