ବିଦାୟୀ ମ୍ୟାଚ୍‌ ବାଛିଲେ ହିଁ ଦଳକୁ ଆସିବେ ଧୋନୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ମୁମ୍ବାଇ

ଗୁରୁବାର ଦିନ ବାଂଲାଦେଶ ସିରିଜ୍‌ ସକାଶେ ଦଳ ଘୋଷଣା ହୋଇଥିଲା ବେଳେ ମହେନ୍ଦ୍ର ସିଂ ଧୋନୀଙ୍କୁ ଚୟନ କରାଯାଇ ନାହିଁ । ତେଣୁ ତାଙ୍କ କ୍ରିକେଟ ଭବିଷ୍ୟତକୁ ନେଇ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । ସଦ୍ୟ ସଭାପତି ହୋଇଥିବା ସୌରଭ ଗାଙ୍ଗୁଲୀ ଧୋନୀଙ୍କ ଭବିଷ୍ୟତ ବାବଦରେ ଚୟନକର୍ତ୍ତାମାନଙ୍କ ସହ ଗୁରୁବାର ଆଲୋଚନା କରିଥିବା କୁହାଯାଉଛି । ତେବେ କ’ଣ ଆଲୋଚନା ହୋଇଥିଲା ତାହା ଜଣାପଡ଼ିନାହିଁ । ତେବେ ଇଂରାଜୀ ଖବରକାଗଜରେ ଧୋନୀଙ୍କ ବାବଦରେ ବଡ଼ ରୋଚକ ଖବର ଆସିଛି । ଏହି ରିପୋର୍ଟ ଅନୁସାରେ ଭାରତୀୟ ଦଳରେ ଧୋନୀଙ୍କୁ ଚୟନ କରାଯିବ ଯେତେବେଳେ ସେ ନିଜ ବିଦାୟୀ ମ୍ୟାଚ୍‌ ସ୍ଥିର କରିବେ । ଗତ କ୍ରିକେଟ ବିଶ୍ୱକପ୍‌ ପରଠାରୁ ଧୋନୀ ଆଉ ମ୍ୟାଚ୍‌ ଖେଳି ନାହାନ୍ତି । ଏବେ କୁହାଯାଉଛି ଜାନୁଆରୀ ମାସରେ ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ ବେଳେ ଧୋନୀ ପ୍ରତ୍ୟାବର୍ତ୍ତନ କରିବେ । ଅନ୍ୟ ଏକ ରିପୋର୍ଟ ଅନୁସାରେ ଧୋନୀ ରାଞ୍ଚି କ୍ରିକେଟ ଷ୍ଟାଡ଼ିୟମ ଭିତରେ ଥିବା ଜିମ୍‌ରେ ଫିଜିକାଲ ଫିଟ୍‌ନେସ୍‌ ଆରମ୍ଭ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*