ବିଜୟ ହଜାରେ ଦିଲ୍ଲୀଠୁ ୬୩ରନରେ ହାରିଲା ଓଡ଼ିଶା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ବିଜୟ ହଜାରେ ଟ୍ରଫି ପ୍ରତିଯୋଗିତାରେ ଗୁରୁବାର ଦିନ ବରୋଦାଠାରେ ଦିଲ୍ଲୀଠାରୁ ହାରିଛି ଓଡ଼ିଶା । ୩୦୦ରନ ଓଡ଼ିଶା ଆଗରେ ଟାର୍ଗେଟ ରହିଥିଲାବେଳେ ନିର୍ଦ୍ଧାରିତ ୫୦ ଓଭରରେ ଓଡ଼ିଶା ଦଳ ୮ୱିକେଟ ହରାଇ ୨୩୬ରନ ହିଁ କରିପାରିଥିଲା । ଫଳରେ ୬୩ରନର ମହତ୍ୱପୂର୍ଣ୍ଣ ବିଜୟ ପାଇଛି ଦିଲ୍ଲୀ । ଓଡ଼ିଶା ଇନିଂସରେ ଚତୁର୍ଥ ଓଭରରେ ଓପନର ଶାନ୍ତନୁ ମିଶ୍ର ଖାତା ନଖୋଲି ଆଉଟ୍‌ ହେବା ପରେ ଯେଉଁ ଝଟକା ଓଡ଼ିଶା ପାଇଥିଲା ସେଥିରୁ ବାହାରିବାର ଚେଷ୍ଟା କରିଥିଲେ ମଧ୍ୟ ସକ୍ଷମ ହୋଇପାରିନଥିଲା । ଅଧିନାୟକ ଶୁଭ୍ରାଂଶୁ ସେନାପତି ୨ ଛକା ଓ ୮ଚୌକା ସହ ୭୭ବଲରୁ ୭୭କରିଥିଲେ ମଧ୍ୟ ତାହା ଯଥେଷ୍ଟ ହୋଇନଥିଲା ଦଳ ପାଇଁ । ଅନ୍ୟମାନଙ୍କ ମଧ୍ୟରେ ରାଜେଶ ୩୯ ଓ ଅଭିଷେକ ୩୨ରନ କରିଥିଲେ । ଦିଲ୍ଲୀ ପକ୍ଷରୁ ମନନ ଶର୍ମା ୪୦ରନ ଦେଇ ୩ ଏବଂ ନୀତିଶ୍‌ ରାଣା ୪୩ରନ ଦେଇ ୨ୱିକେଟ ପାଇଥିଲେ । ଟସ ହାରି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ନିଜ ୫୦ ଓଭରରେ ୬ୱିକେଟ ହରାଇ ୨୯୯ରନ କରିଥିଲା । ଅନୁଜ ରାୱତ ୬୯, ଦଲାଲ ୪୫, ଧ୍ରୁବସିରୋଏ ୫୧ ଏବଂ ଲଳିତ ଯାଦବ ୪୬ରନ କରିଥିଲେ । ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ୭୩ରନ ଦେଇ ନେଇଥିଲେ ୩ ୱିକେଟ । ଓଡ଼ିଶା ୪ଟି ମ୍ୟାଚ ଖେଳି ଏବେ ୧୦ପଏଣ୍ଟରେ ଅଛି । ଅନ୍ୟ ଦଳମାନଙ୍କ ମଧ୍ୟରେ ଓଡ଼ିଶା ଅଛି ୯ମ ସ୍ଥାନରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*