ବିଜୟଶ୍ରୀ ଭିଆର୍‌ଏସ୍‌, ଯୁଗଳଙ୍କୁ ସିଆର୍‌ଏସ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଭଦ୍ରକ ଜିଲାରେ ୫ଟି ବିଧାନସଭା ଆସନ । ୫ଟି ଯାକ ଶଙ୍ଖ ଦଳ କବ୍‌ଜାରେ । ସେଥିମଧ୍ୟରୁ ତିନିଜଣ ପୁରୁଣା, ଦି’ଜଣ ନୂଆ । ଏହି ତିନିଜଣ ପୁରୁଖା ହେଲେ ପ୍ରଫୁଲ ସାମଲ (ଭନ୍ଦାରୀପୋଖରୀ), ଯୁଗଳ କିଶୋର ପଟନାୟକ (ଭଦ୍ରକ) ଏବଂ ବିଜୟଶ୍ରୀ ରାଉତରାୟ (ବାସୁଦେବପୁର) । ଟୋକା ବିଧାୟକ ହେଲେ ଚାନ୍ଦବାଲିର ବ୍ୟୋମକେଶ ରାୟ ଏବଂ ଧାମନଗରର ମୁକ୍ତିକାନ୍ତ ମନ୍ଦଳ । ତିନି ପୁରୁଖା ନେତା ଏଥର ଟିକଟ ପାଇବେ ନାହିଁ ବୋଲି ଚର୍ଚ୍ଚା ଖୁବ୍‌ । ତେବେ ପ୍ରଫୁଲ୍ଲ ହୁଏତ ଶେଷ ମୁହୂର୍ତ୍ତରେ ନବୀନ ଦାଢ଼ରୁ ରକ୍ଷା ପାଇଯାଇ ପାରନ୍ତି । କିନ୍ତୁ ପ୍ରଫୁଲ୍ଲ ବାପ-ପୁଅ ଏମିତି ବଦନାମ ହୋଇସାରିଚନ୍ତି ଯେ, ତାଙ୍କୁ ନେଇ ମୁଖିଆ ରିସ୍କ ନେବେ କି ନାହିଁ ଡାଉଟ୍‌ ଅଛି । ତେବେ ସୂଚନା ମିଳିଚି ଯେ, ବିଜୟଶ୍ରୀ ଓରଫ ବାବୁଲି ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିବା ପାଇଁ ନୋଟିସ୍‌ ଦେଇଚନ୍ତି । ମୁଖିଆ ଏହାକୁ ଗ୍ରହଣ କରି ନେଇସାରିଲେଣି । ବାସୁଦେବପୁରରେ ପରିବାରର ତୃତୀୟ ପୀଢ଼ିକୁ ଟିକଟ ମିଳିପାରେ । ଅର୍ଥାତ୍‌ ନୀଳମଣି ପରେ ପୁଅ ବିଜୟଶ୍ରୀ, ତାଙ୍କ ପରେ ନାତି ବ୍ରହ୍ମଦତ୍ତ । କିନ୍ତୁ ଭଦ୍ରକରେ ଯୁଗଳଙ୍କୁ ବାଧ୍ୟତାମୂଳକ ଅବସର ଦେବାକୁ ଯାଉଚନ୍ତି ମୁଖିଆ । ଯୁଗଳଙ୍କ ପରେ ପୁଅ ଅସିତ୍‌ଙ୍କୁ ଟିକଟ ମିଳିବ କି ନାହିଁ, ଏନେଇ ସନେ୍ଦହ ଅଛି । କିନ୍ତୁ ଦଳର ପାୱାର୍‌ଫୁଲ୍‌ ଯୁବଗୋଷ୍ଠୀ ଅସିତ୍‌ଙ୍କୁ ଭରସା ଦେଇସାରିଚନ୍ତି । ଏବେ ଏହି ଗୋଷ୍ଠୀ ତ ଶଙ୍ଖ ଟିକଟ ବାଣ୍ଟୁଚି । ବାକି ରହିଲା ପ୍ରଫୁଲ୍ଲଙ୍କ କଥା । କି ନିଷ୍ପତ୍ତି ନେବେ ତାହା ଖୁବ୍‌ ଶୀଘ୍ର ଜଣାପଡ଼ିବ । ଦି’ଜଣ ଟୋକା ବିଧାୟକଙ୍କ ବିରୋଧରେ ଦଳ ଭିତରୁ ପ୍ରବଳ ବିରୋଧ । ବ୍ୟୋମକେଶଙ୍କ ବିରୋଧରେ ବେଶୀ ଅସନ୍ତୋଷ ଦାନା ବାନ୍ଧୁଚି । ମୁଖିଆ ଯିବା ଆଗରୁ ଯେମିତି ଶଙ୍ଖ ଦଳିଆ ବାଡ଼ିଆପିଟା ହେଲେ, ସେଥିରୁ ଜଣାପଡ଼ୁଚି ଯେ, ଆଗକୁ ଭଲ ଦଶା ନାହିଁ ଶଙ୍ଖ ଦଳର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*