ବିଜ୍ଞାନମେଳାରେ ଛାତ୍ରୀଙ୍କ କୃତୀତ୍ୱ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭଦ୍ରକ

ତିହିଡ଼ି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଚନ୍ଦ୍ରଶେଖର ସହଯୋଗ ଉଚ୍ଚ ବିଦ୍ୟାଳୟରେ ବ୍ଳକ ଶିକ୍ଷା ଅଧିକାରୀ, ଉଦୟ ନାରାୟଣ ଦାସ, ଇଂ.ଅଭୟ କୁମାର ସୁତାର ଓ ଚିନ୍ତାମଣୀ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବ୍ଲକ ସ୍ତରୀୟ ବିଜ୍ଞାନ ମେଳାରେ ବିରଞ୍ଚି ନାରାୟଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ରୀ କଳ୍ପନା ଶତପଥୀଙ୍କ ପ୍ରକଳ୍ପ ‘ସୌର ଶକ୍ତିରୁ କୃଷି କ୍ଷେତ୍ରରେ ଜଳସେଚନ’ ବିଚାରକ ମନ୍ଦଳିଙ୍କ ଦ୍ୱାରା ଆଦୃତ ହୋଇ ବ୍ଲକରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଅଭିଲିପ୍ସା ପାଣିଗ୍ରାହୀ ବିଜ୍ଞାନ ସେମିନାରରେ ବକ୍ତବ୍ୟ ପ୍ରଦାନ କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଓ ଉଭୟ ଜିଲ୍ଲା ସ୍ତରୀୟ ବିଜ୍ଞାନ ମେଳାରେ ଅଂଶ ଗ୍ରହଣ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିବାର ପ୍ରଧାନ ଶିକ୍ଷୟିତ୍ରୀ ଗାଇଡ ଶିକ୍ଷକ ଶତୃଘ୍ନ ଜେନା ଓ ବେବିରାଣୀ ଦାସଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ଓ ବିଦ୍ୟାଳୟର ସମସ୍ତ ସହଯୋଗୀ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କୁ ଧନ୍ୟବାଦ ଜ୍ଞାପନ କରି ଉତ୍ସାହିତ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*