ବିଜେଇଏମ୍‌ ସ୍କୁଲ-୨ ରେ ଶିଶୁ ଦିବସ ପାଳିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଭୁବନେଶ୍ୱର ଉପକଣ୍ଠସ୍ଥ ସତ୍ୟଭାମାପୁରସ୍ଥିତ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ-୨ରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ସଭାପତି ରଘୁନାଥ ମିଶ୍ର ଯୋଗ ଦେଇ ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ ହେବା ପାଇଁ ଏବଂ ଦେଶରେ ସୁନାଗରିକ ହେବା ପାଇଁ ପ୍ରବର୍ତ୍ତାଇଥିଲେ । ଉପସଭାପତି ଅଶ୍ୱିନୀ କୁମାର ତିୱାରୀ, ପରିଚାଳକ ପ୍ରତାପ କୁମାର ଜେନା, ସହପରିଚାଳକ ଚିତ୍ତରଞ୍ଜନ ବରିସଲ, ଅଧ୍ୟକ୍ଷା କ୍ଷଣିକା ଦାସ, ଉପାଧ୍ୟକ୍ଷ ସର୍ବେଶ୍ୱର ସାମଲ ଓ ବିଜେ ଶିକ୍ଷା ପରିଷଦର ସଦସ୍ୟଗଣ, ଭାରତ ପ୍ରଥମ ପ୍ରଧାନମନ୍ତ୍ରୀ ପନ୍ଦିତ ଜବାହାରଲାଲ ନେହେରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦୀପ ପ୍ରଜ୍ୱୋଳନ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଅଧ୍ୟକ୍ଷା କ୍ଷଣିକା ଦାସ ସ୍ୱାଗତ ଭାଷଣରେ ପିଲାମାନଙ୍କ ଭିତରେ ନୈତିକ ମୂଲ୍ୟବୋଧ, ପରିବେଶ ସଚେତନ ଓ ପ୍ରାକୃତିକ ସମ୍ପଦର ସୁରକ୍ଷା କରିବା ପାଇଁ ଉଦ୍‌ବୋଧନ ଦେଇଥିଲେ ।
ଏହି ଅବସରରେ ବିଦ୍ୟାଳୟରେ ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ ‘ଭିଜନାନା’, ଜାତୀୟ ପୁସ୍ତକ ସପ୍ତାହ ଏବଂ ପୁସ୍ତକ ମେଳାର ଆୟୋଜନ କରାଯାଇଥିଲା । ପରିଶେଷରେ ବିଭିନ୍ନ ପ୍ରତିଯୋଗିତାରେ ଭାଗନେଇଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ ଏବଂ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅଭିଭାବକଗଣ ଯୋଗଦେଇ ପିଲାମାନଙ୍କୁ ଉତ୍ସାହିତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*