‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ମିଥ୍ୟା ଯୋଜନା’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ
ଭୁବନେଶ୍ୱର

ରାଜ୍ୟରେ ଗତବର୍ଷ ଅଗଷ୍ଟ ୧୫ରୁ କାର୍ଯ୍ୟକାରୀ ହେଉଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏକ ମିଥ୍ୟା ଭ୍ରମାତ୍ମକ ଏବଂ ଠକାମୀପୂର୍ଣ୍ଣ ଯୋଜନା । ବୁଧବାର ଓଡ଼ିଶା ସୂଚନା ଅଧିକାର ଅଭିଯାନ ଏକ ସାମ୍ବାଦିକ ସମ୍ମିଳନୀ କରି ଏହାର ଖୁଲାସା କରିଛି । ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ଶୁଭାରମ୍ଭ କରି ଏହି ଯୋଜନରେ ସରକାରୀ ଡ଼ାକ୍ତରଖାନାରେ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ସହ ଏହାଦ୍ୱାରା ୭୦ ଲକ୍ଷ ପରିାବର ଅର୍ଥାତ୍ ହାରାହାରି ୩.୫୦ କୋଟି ଲୋକ ଉପକୃତ ହେବେ ବୋଲି କହିଥିଲେ । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟକୁ ଦେଖିଲେ ଜଣାପଡ଼ୁଛି ଯେ, ରାଜ୍ୟ ସରକାରଙ୍କର ସେମିତି କିଛି ଯୋଜନା ନାହିଁ । ବିଭିନ୍ନ ଜିଲ୍ଲାର ମୁଖ୍ୟ ଚିକିତ୍ସାଧିକାରୀ ବି ମାନିଛନ୍ତି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବୋଲି କିଛି ନାହିଁ । ଏହି ଯୋଜନାରେ କେତେଜଣ ଉପକୃତ ହୋଇଛନ୍ତି ବୋଲି ସୂଚନା ଅଧିକାର ଆଇନରେ ଓସା ତଥ୍ୟ ମାଗିଥିଲା । ଉକ୍ତ ଯୋଜନାର କାର୍ଯ୍ୟକାରିତା ସମ୍ପର୍କରେ ସବିଶେଷ ତଥ୍ୟ ହାସଲ ପାଇଁ ୪୦ଟି ଦରଖାସ୍ତ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଯଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ନିଦେ୍ର୍ଦଶାଳୟ, ୩୦ଟି ଜିଲ୍ଲାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ୱାସ୍ଥ୍ୟ ନିଦେ୍ର୍ଦଶାଳୟକୁ ଆବେଦନ କରିଥିଲା ଓସା । ବିଭିନ୍ନ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରୁ ମିଳିଥିବା ତଥ୍ୟ ଅନୁଯୟୀ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କୌଣସି ରୋଗୀ ସେବା ପାଇନାହାଁନ୍ତି ବୋଲି ଦର୍ଶାଇଛନ୍ତିି ।
ସୂଚନା ଅଧିକାର ଆଇନ ବଳରେ ମିଳିଥିବା ସୂଚନାରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଡାକ୍ତରଖାନାକୁ ଟଙ୍କାଟିଏ ବି ମିଳିନି । ରାଜଧାନୀ ମୁଖ୍ୟ ଚିକିତ୍ସାଳୟର ଅଧିକାରୀ ଉଲ୍ଲେଖ କରିଛନ୍ତି ଯେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଡାକ୍ତରଖାନାକୁ ଟଙ୍କାଟିଏ ବି ମିଳିନି । କିନ୍ତୁ ଡାକ୍ତରଖାନାକୁ ଆସୁଥିବା ସମସ୍ତ ରୋଗୀ ଏହି ଯୋଜନାରେ ଉପକୃତ ହେଉଛନ୍ତି । ସରକାର ଏହି ଯୋଜନାରେ ଦେଖାଉଥିବା ୭୦ଲକ୍ଷ ହିତାଧିକାରୀଙ୍କ ହିସାବ ପୂରା ନିଆରା । ଆଗରୁ ବିଜୁ କୃଷକ କଲ୍ୟାଣ ଯୋଜନାରେ ୨୫,୬୧,୬୦୨ ହିତାଧିକାରୀ ଓ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନାରେ ୪୦.୦୮,୦୭୦ ଲୋକ ସ୍ୱାସ୍ଥ୍ୟ ସେବା ପାଉଥିଲେ । ଏହି ଦୁଇ ଯୋଜନାର ହିତାଧିକାରୀଙ୍କ ସଂଖ୍ୟା ମିଶାଇ ରାଜ୍ୟ ସରକାର ୭୦ ଲକ୍ଷ ହିତାଧିକାରୀ ପରିବାର କଥା କହୁଛନ୍ତି । ତେବେ ରାଜ୍ୟ ସରକାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ବଜେଟ୍‌ ସ୍ଥିର କରିନାହାନ୍ତି, କିନ୍ତୁ ଏହାର ପ୍ରଚାର ପ୍ରସାର ଲାଗି କୋଟି କୋଟି ଟଙ୍କା ଉଡେଇ ଦେଉଛନ୍ତି । ମୁଖ୍ୟମନ୍ତ୍ରୀଙ୍କର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବିଷୟରେ ଏକ ବାର୍ତ୍ତା ରାଜ୍ୟର ସମସ୍ତ ବ୍ଲକ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚେଇବା ଲାଗି ୧.୧୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଏ ବ୍ୟତୀତ ଏହି ଯୋଜନାର ବିଜ୍ଞାପନ ପାଇଁ ୩.୧୭ କୋଟି ଟଙ୍କା ଖର୍ଚ୍ଚ ରାଜକୋଷରୁ ଖର୍ଚ୍ଚ କରିଛନ୍ତି । ଖାଲି ଏତିକି ନୁହେଁ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହୋଇଥିବା ୨୦୮ ଏମପ୍ଳାନେଡ ଡାକ୍ତରଖାନା ବି ଜଣକୁ କାହାକୁ ସେବା ଯୋଗାଇନାହାନ୍ତି । ଜଗତସିଂହପୁରର ସନ୍‌ ହସ୍ପିଟାଲ କହିଛି ଯେ, ଯୋଜନାର କୌଣସି ସ୍ପଷ୍ଟ ନୀତି ନଥିବାରୁ ଏହି ଯୋଜନାକୁ ଆମେ କାର୍ଯ୍ୟକାରୀ କରିନାହୁଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*