ବିଜୁ ଯୁବ ବାହିନୀଙ୍କୁ ମୋବାଇଲ ପ୍ରସଙ୍ଗ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଆୟକର କମିଶନଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କଲା ଭାଜପା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଦୁର୍ନୀତିର ସବୁ ସୀମା ଲଙ୍ଗିଛି ଶାସକ ବିଜୁ ଜନତା ଦଳ । ରାଜ୍ୟ ସରକାରଙ୍କର ବାହୁଛାୟା ତଳେ ଯେଉଁ ଦୁର୍ନୀତିଗ୍ରସ୍ତ ଖଣି କମ୍ପାନୀ ଓ ଚିଠଫନ୍ଦ କମ୍ପାନି ଏବଂ ଧାନ କିଣାରେ ଚାଷୀମାନଙ୍କୁ କଳାକନା ବୁଲାଇଥିବା ମିଲର ଗୁଡିକ ସଂପୃକ୍ତି ଅଛି ସେହି ବ୍ୟବସାୟୀମାନେ ଏବେ ନିର୍ବାଚନର ଠିକ ପୂର୍ବରୁ ବିଜୁ ଯୁବ ବାହିନୀ ମାଧ୍ୟମରେ ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ପ୍ରତି ବ୍ଲକରେ ୫ ହଜାର ଲେଖାଏଁ ମୋବାଇଲ୍ ବାଣ୍ଟିବା ପାଇଁ ଯାଉଛନ୍ତି । ଜିଲ୍ଲା ଏବଂ ବ୍ଲକର ପ୍ରଶାସନିକ ଅଧିକାରୀମାନେ ଏହି ମୋବାଇଲ ବଂଟାକୁ ଏକ ସରକାରୀ ଯୋଜନା ଭଳି ମନିଟର କରୁଛନ୍ତି । ହେଲେ ଆଶ୍ଚର୍ଯ୍ୟର କଥା ସେହି ମୋବାଇଲ ବଂଟା ନେଇ କୌଣସି ଟେନ୍ଦର ହୋଇନାହିଁକି ସରକାରୀ ସ୍ତରରେ କୌଣସି ବଜେଟ ବ୍ୟବସ୍ଥା ନାହିଁ । ପ୍ରାୟ ୭୫୦ କୋଟି ଟଙ୍କା ବ୍ୟୟରେ ପ୍ରାୟ ୨୦ ଲକ୍ଷ ମୋବାଇଲ୍ ହ୍ୟାନ୍ଦସେଟ ବାଂଟିବା ପାଇଁ ମସୁଧା ଚାଲିଛି । ବିନା ସରକାର ନିଷ୍ପତ୍ତିରେ କାହିଁକି ଏତେ ମୋବାଇଲ ବଂଟାଯାଉଛି ଓ ସମ୍ପୃକ୍ତ ଘରୋଇ କମ୍ପାନୀମାନେ କାହିଁକି ମୋବାଇଲ ବାଣ୍ଟିବା ପାଇଁ ଅର୍ଥ ଖର୍ଚ୍ଚ କରୁଛନ୍ତି ତାହା ତଦନ୍ତ ସାପେକ୍ଷ । ଏ ପ୍ରସଙ୍ଗରେ ମଙ୍ଗଳବାର ଭାରତୀୟ ଜନତା ପାର୍ଟି ରାଜ୍ୟ ଉପସଭାପତି ସମିର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଭୁବନେଶ୍ୱରସ୍ଥିତ ପ୍ରବର୍ତ୍ତନ ନିଦେ୍ର୍ଦଶାଳୟର ନିଦେ୍ର୍ଦଶକ ଓ ରାଜ୍ୟ ଆୟକର କମିଶନରଙ୍କୁ ଭେଟି ରାଜ୍ୟ ସରକାର, ବିଜୁ ଯୁବ ବାହିନୀ ଓ ସମ୍ପୃକ୍ତ ଦୁର୍ନୀତି ଗ୍ରସ୍ତ କମ୍ପାନୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।
ତାମିଲ ଖଣି ବେପାରୀ ତ୍ରିବେଣୀ ଆର୍ଥମୁଭରସ, ବ୍ୟାପକ ଖଣି ଦୁର୍ନୀତିରେ ସମ୍ପୃକ୍ତ ଥିବା ସିରାଜ୍ଉଦ୍ଧିନ୍ ଆନ୍ଦ କୋ, ଧାନ କିଣା ଘୋଟାଲାରେ ସମ୍ପୃକ୍ତ ଥିବା ମା’ ଉତ୍ତରାଣୀ ରୋଲର ଆନ୍ଦ ଫ୍ଲୋର ମିଲ୍, ଆରିୟା ମାଇନିଂ ଆନ୍ଦ ଟ୍ରେଡିଙ୍ଗ କର୍ପୋରେଶନ, କଲ୍ୟାଣି ଏଂଟରପ୍ରାଇଜେସ୍ ସହ ଅନେକ କମ୍ପାନୀ ଏହି ମୋବାଇଲ୍ ଯୋଗାଣରେ ସଂପୃକ୍ତ ଅଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ତ୍ରିବେଣୀ ଆର୍ଥମୁଭର୍ସ ସହ ଅନ୍ୟ କମ୍ପାନୀମାନେ ତୃତୀୟ ମହଲାର ପ୍ରୋତ୍ସାହନରେ ନିଜର ସାମ୍ରାଜ୍ୟ ବିସ୍ତାର କରି ଚାଲିଛି । ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ବିଜୁ ଯୁବ ବାହିନୀକୁ ମୋବାଇଲ୍ର ଲାଞ୍ଚ ଦେଖାଇ ଯୁବକ ଯବତୀ ମାନଙ୍କଠୁ ଭୋଟ୍ ହାତେଇବା ପାଇଁ ଶାସକ ବିଜଦ ପ୍ରୟାସ କରୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଣଜିତ୍ ଦାଶ, ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟ ପ୍ରତାପ ମିଶ୍ର, ଜିଲ୍ଲା ସଭାପତି ହରେକୃଷ୍ନ ଖୁଂଟିଆ, ରାଜେଶ ପଟ୍ଟନାୟକ, ଅରବିନ୍ଦ ଦାଶ, ହିତେଶ ମହାପାତ୍ର ପ୍ରମୁଖ ସାମିଲ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*