ବିଜୁ ଯୁବବାହିନୀକୁ ଅର୍ଥ ଯୋଗାଣ ବନ୍ଦ ଓ ବେକାରୀ ଭତ୍ତା ଦେବାକୁ ଦାବି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ

ରାଜ୍ୟ ସରକାର ବିଜୁ ଯୁବ ବାହିନୀ ଭଳି ଏକ ଅଣ ପଞ୍ଜୀକୃତ ସଂସ୍ଥା ଗଠନ କରି ଓଡିଶା ରାଜକୋଷରୁ ୫୫୫ କୋଟି ଟଙ୍କା ଲୁଟିବାକୁ ଯୋଜନା କରିଥିବା ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ସରକାର ବିଜୁ ଯୁବ ବାହିନୀକୁ ଅନୁଦାନ ଦେବା ବନ୍ଦ କରି ବେକାର ଯୁବକ ଯୁବତୀଙ୍କୁ ଶିକ୍ଷାଗତ ଯୋଗ୍ୟତା ଓ ବୟସକୁ ବିଚାରକୁ ନେଇ ବିହାର, ଉତ୍ତରାଖନ୍ଦ, ଆନ୍ଧ୍ରପ୍ରଦେଶ, ହରିୟାନା ଭଳି ରାଜ୍ୟରେ ଦିଆଯାଉଥିବା ବେକାରୀ ଭତ୍ତା ପ୍ରଦାନ ପାଇଁ ଦାବି କରାଯାଇଛି ।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଚଳିତ ନିୟମାବଳୀ ଅନୁଯାୟୀ ଯେକୈାଣସି ଯୁବସଂଗଠନ, ଏନଜିଓ, ସାମାଜିକ ଅନୁଷ୍ଠାନ ଆଦି ଅନୁଦାନ ବା ପାଣ୍ଠି ପାଇବା ପାଇଁ ଭାରତ ।ସରକାରଙ୍କ ସୋସାଇଟି ରେଜିଷ୍ଟ୍ରେସନ ଆକ୍ଟ ୧୮୬୦ ବା ଟ୍ରଷ୍ଟ ଆକ୍ଟ ୧୮୮୨ ବା କମ୍ପାନୀ ଆକ୍ଟ ୧୯୧୩ ଧାରା ୮ ବା ଚାରିଟେବଲ ଆନ୍ଦ ଧାର୍ମିକ ଏନ୍ଦାମେଣ୍ଟ ଆକ୍ଟ ୧୯୨୦ରେ ପଞ୍ଜୀକୃତ ହେବା ଏବଂ ଅନୁଷ୍ଠାନର ବିଗତ ୩ ବର୍ଷର ବାର୍ଷିକ ଆୟ ବ୍ୟୟର ହିସାବର ଅଡିଟ ରିପୋର୍ଟ ଓ ସଂସ୍ଥାର ବାଇ-ଲ ରହିବା ନିତାନ୍ତ ଆବଶ୍ୟକ । ମାତ୍ର ବିଜୁ ଯୁବ ବାହିନୀ କ୍ଷେତ୍ରରେ ଏସବୁ ଆଇନକୁ ଉଲ୍ଲଙ୍ଘନ କରାଯାଇଛି । ଓଡିଶାର ୬ ହଜାର ୮୦୦ ଗ୍ରାମ ପଞ୍ଚାୟତ ଓ ୧୧୩ ସହରାଞ୍ଚଳରେ ମୋଟ ୭ ହଜାର ୫୦୮ଟି ବିଜୁ ଯୁବ ବାହିନୀ ଗଠନ କରି ଗତ ଜାନୁଆରୀ ୧୭ ସୁଦ୍ଧା ୨୧୬ କୋଟି ୨୪ ଲକ୍ଷ ୮୩ ହଜାର ଟଙ୍କା ବେଆଇନ ଭାବେ ଖର୍ଚ୍ଚ କରିଥିବା ଅଭିଯୋଗ କରାଯାଇଛି । ସୂଚନା ଅଧିକାର ଆଇନରେ ମିଳିଥିବା ତଥ୍ୟ ଅନୁଯାୟୀ ପ୍ରତ୍ୟେକ ଯୁବ ବାହିନୀକୁ ମୁଁ ହିରୋ କାର୍ଯ୍ୟକ୍ରମ ପାଇଁ ୨୦ ହଜାର, ସାମାଜିକ କାର୍ଯ୍ୟ୍ୟ ପାଇଁ ୧୫ ହଜାର, କ୍ରୀଡା ପାଇଁ ୩୨ ହଜାର, ସଂସ୍କୃତିର ପ୍ରୋତ୍ସାହନ ପାଇଁ ୧୦ ହଜାର, କ୍ରୀଡା ସାମଗ୍ରୀ କିଣିବା ପାଇଁ ୫୦ ହଜାର କରି ଯୋଗାଇ ଦିଆଯାଇଛି । ୩୦ଟି ଜିଲ୍ଲାରେ ମୁଁ ହିରୋ କ୍ୟାମ୍ପେନ ପାଇଁ ୧୪ କୋଟି ୯୧ ଲକ୍ଷ ୨୦ ହଜାର, ପଞ୍ଚାୟତଗୁଡିକରେ ସାମାଜିକ କାର୍ଯ୍ୟ ପାଇଁ ୧୧ କୋଟି ୧୮ ଲକ୍ଷ ୪୦ ହଜାର, ପଞ୍ଚାୟତସ୍ତରରେ କ୍ରୀଡା ଆୟୋଜନ ପାଇଁ ୨୩ କୋଟି ୮୫ ଲକ୍ଷ ୯୨ ହଜାର, ସଂସ୍କୃତିର ପ୍ରୋତ୍ସାହନ ପାଇଁ ୭ କୋଟି ୫୦ ଲକ୍ଷ ୮୦ ହଜାର ହିସାବରେ ମୋଟ ୫୭ କୋଟି ୪୬ ଲକ୍ଷ ୩୨ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି । ସେହିପରି କ୍ରୀଡା ସାମଗ୍ରୀ କିଣିବାରେ ୩୦ ଜିଲ୍ଲାରେ ୩୭ କୋଟି ୨୮ ଲକ୍ଷ, ବ୍ଲକସ୍ତରୀୟ କ୍ରୀଡା ପାଇଁ ୨ କୋଟି ୫୫ ଲକ୍ଷ ୨୦ ହଜାର, ଜିଲ୍ଲାସ୍ତରୀୟ କ୍ରୀଡା ପାଇଁ ୮୩ ଲକ୍ଷ, ମିନି ମାରାଥନ ପାଇଁ ୧୭ ଲକ୍ଷ ୫୦ ହଜାର, ଜିଲ୍ଲାସ୍ତରୀୟ ଯୁବ ମେଳା ପାଇଁ ୨ କୋଟି ୪୩ ଲକ୍ଷ, ଜିଲ୍ଲାସ୍ତରୀୟ ମୁଁ ହିରୋ କାର୍ଯ୍ୟକ୍ରମ ଶୁଭାରମ୍ଭ ପାଇଁ ୧ ଲକ୍ଷ ୫୦ ହଜାର, ପ୍ରଶାସନିକ ଖର୍ଚ୍ଚ ବାବଦରେ ୩୩ ଲକ୍ଷ ୭୩ ହଜାର, ରଥଯାତ୍ରା ପାଇଁ ୧୯ ଲକ୍ଷ ୬୯ ହଜାର, ଓରିଏଣ୍ଟେସନ ପ୍ରୋଗ୍ରାମ ବାବଦରେ ୪ ଲକ୍ଷ ୨୪ ହଜାର ୯୦୦ ଟଙ୍କା, ବିଜୁ ଯୁବ ବାହିନୀର ବିଭିନ୍ନ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ପାଇଁ ୫୭ କୋଟି ୪୬ ଲକ୍ଷ ୩୨ ହଜାର କରି ମୋଟ ୧୦୧ କୋଟି ୩୨ ଲକ୍ଷ ୧୯ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି । ଅଣପଞ୍ଜୀକୃତ ବିଜୁ ଯୁବବାହିନୀରେ ବିଜୁ ଜନତା ଦଳର ଯୁବ କର୍ମୀଙ୍କୁ ନିଜ ରାଜନୈତିକ ଉଦେ୍ଦଶ୍ୟ ଚରିତାର୍ଥ ପାଇଁ ଶହ ଶହ କୋଟି ଟଙ୍କା ବେଆଇନ ଭାବେ ଖର୍ଚ୍ଚ କରାଯାଉଛି । ବିଜୁ ଯୁବବାହିନୀର ୮୮ ଜଣ ଯୁବକଙ୍କୁ ୫୦ ଲକ୍ଷ ଟଙ୍କା ବ୍ୟୟରେ ଭ୍ରମଣ ପାଇଁ ସିଙ୍ଗାପୁର ଓ ମାଲେସିଆ ପଠାଯାଇଛି । ବିଜୁ ଯୁବବାହିନୀକୁ ପାଣ୍ଠି ଯୋଗାଣ ବନ୍ଦ ପାଇଁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀ, ମୁଖ୍ୟଶାସନ ସଚିବ, ଅର୍ଥ ସଚିବ, କ୍ରୀଡା ଓ ଯୁବ ବ୍ୟାପାର ସଚିବଙ୍କୁ ଏକାଧିକବାର ଅନୁରୋଧ କରାଯାଇଥିଲେ ମଧ୍ୟ ସେଥିପ୍ରତି ଦୃଷ୍ଟି ଦିଆଯାଉନଥିବାରୁ ପରିଷଦ ଆସନ୍ତା ସପ୍ତାହରେ ନ୍ୟାୟାଳୟର ଦ୍ୱାରସ୍ଥ ହେବ ବୋଲି ରାଜ୍ୟ ସଭାପତି ସୁରେନ୍ଦ୍ର ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*