ବିଜିବି ଫାୟାରିଂରେ ବିଏସ୍‌ଏଫ୍‌ ଯବାନ ସହିଦ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ମୁର୍ଶିଦାବାଦ

ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ବାଂଲାଦେଶୀ ସୀମା ସୁରକ୍ଷା ବଳ(ବିଜିବି) ପକ୍ଷରୁ କରାଯାଇଥିବା ଫାୟାରିଂରେ ଜଣେ ବିଏସଏଫ୍‌ ଯବାନ ସହିଦ୍‌ ହୋଇଯାଇଛନ୍ତି । ଏହି ଫାୟାରିଂ ଘଟଣାରେ ଅନ୍ୟ ଜଣେ ବିଏସଏଫ୍‌ ଯବାନ ଗୁରୁତର ଆହତ ହୋଇ ମୁର୍ଶିଦାବାଦ ମେଡିକାଲ କଲେଜ ଓ ହସପିଟାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସହିଦ୍‌ ଯବାନଙ୍କୁ ହେଡ୍‌ କନେଷ୍ଟବଳ ବିଜୟ ଭାନ ସିଂହ ଏବଂ ଆହତ ଯବାନଙ୍କୁ କନେଷ୍ଟବଳ ରାଜବୀର ସିଂହ ବୋଲି ଚିହ୍ନଟ କରାଯାଇଛି ।
ସୂଚନା ଅନୁଯାୟୀ, ଗୁରୁବାର ସକାଲେ ୩ ଭାରତୀୟ ଧୀବର ମାଛ ମାରିବା ପାଇଁ ପଦ୍ମା ନଦୀକୁ ଯାଇଥିଲେ । ହେଲେ ୨ ଜଣ ଧୀବର ଫେରି ଆସି କାକମରିଚାରସ୍ଥିତ ବିଏସଏଫ୍‌ ପୋଷ୍ଟରେ ପହଞ୍ଚôଥିଲେ । ସେମାନେ ସୂଚନା ଦେଇଥିଲେ ଯେ, ବିଜିବି ସୈନ୍ୟ ୩ଜଣଙ୍କୁ ଗିରଫ କରିଥିଲେ । ପରେ ଆମ ୨ ଜଣଙ୍କୁ ମୁକ୍ତ କରି ବିଏସଏଫ ପୋଷ୍ଟ କମାନ୍ଦରଙ୍କୁ ଫ୍ଲାଗ୍‌ ମିଟିଂ ପାଇଁ ଡାକିବାକୁ କହିଥିଲେ । ସକାଳ ୧୦.୩୦ ସମୟରେ ପୋଷ୍ଟ କମାନ୍ଦର, ୫ ଜଣ ଯବାନଙ୍କ ସହ ବିଏସଏଫ୍‌ ଡଙ୍ଗାରେ ପଦ୍ମା ନଦୀସ୍ଥିତ ବିଜିବି ପାଟ୍ରୋଲ ନିକଟକୁ ଯାଇଥିଲେ । ହେଲେ ଫ୍ଲାଗ୍‌ ମିଟିଂବେଳେ ବିଜିବି ପାଟ୍ରୋଲ ତୃତୀୟ ଭାରତୀୟ ଧୀବରଙ୍କୁ ମୁକ୍ତ କରିନଥିଲେ । ଓଲଟି ସେମାନେ ବିଏସଏଫ ଯବାନଙ୍କୁ ବନ୍ଦୀ କରିବାକୁ ଚେଷ୍ଟା କରିଥିଲେ । ପରିସ୍ଥିତି ଗମ୍ଭୀର ହେବା ଆଶଙ୍କା କରି ବିଏସଏଫ ଯବାନ ତୁରନ୍ତ ସେଠାରୁ ପଳାଇଆସିଥିଲେ । ହେଲେ ଏହି ସମୟରେ ବିଜିବି ପାଟ୍ରୋଲରେ ମୁତୟନ ବାଂଲାଦେଶୀ ସୈନ୍ୟମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହି ଗୁଳିଚାଳନାବେଳେ ବିଜୟ ଭାନ ସିଂହଙ୍କ ମୁନ୍ଦରେ ଗୁଳି ବାଜିଥିବାବେଳେ ଅନ୍ୟ କନେଷ୍ଟବଳଙ୍କ ଡାହାଣ ହାତରେ ଗୁଳି ବାଜିଥିଲା । ଉଭୟଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ବିଜୟ ଭାନଙ୍କୁ ମୃତ ଘୋଷଣା କରାଯାଇଥିଲା । ସହିଦ୍‌ ବିଜୟ ଭାନଙ୍କ ଘର ଉତ୍ତରପ୍ରଦେଶର ଫିରୋଜବାଦ ଜିଲ୍ଲାର ଚାମାରୋଲି ଗ୍ରାମରେ ବୋଲି ଜଣାପଡିଥିବାବେଳେ ସେ ୧୯୯୦ ମସିହାରେ ବିଏସଏଫରେ ଯୋଗ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*