ବିଜଦ ବିକାଶ ନାମରେ ବିନାଶ ଚଳାଇଛି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କେନ୍ଦ୍ରାପଡା

ବିଜୁ ଜନତାଦଳ କେନ୍ଦ୍ରାପଡାରେ ବିକାଶ ନାମରେ ବିନାଶ ଚଳାଇଛି । ରବିବାର ପୂର୍ବାହ୍ନରେ ଗୋପସ୍ଥିତ ଜିଲ୍ଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଭାଜପା ନେତୃବୃନ୍ଦ ପ୍ରକାଶ କରିଛନ୍ତି । ଜିଲ୍ଲା ଭାଜପା ସଭାପତି ଦୁର୍ଯେ୍ୟାଧନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ତଥା ଅଧ୍ୟାପକ ଭୂବନମୋହନ ଜେନା, ସୁନାକର ବେହେରା, ଉପିନ କୁମାର ରାଉତ, କରୁଣାକର ସାହୁ, ହେମନ୍ତ ପରିଡା, ମନୋଜ କୁମାର ଦାଶ ପ୍ରମୁଖ ଯୋଗଦେଇ କହିଥିଲେ ଯେ ଏହି ଜିଲ୍ଲାର ଚାଷୀମାନେ ଧାନମନ୍ଦିରେ ହଜାର ହଜାର କୁଇଣ୍ଟାଲ ଧାନ ଗଦାକରି ବିକ୍ରି ପାଇଁ ଅପେକ୍ଷା କରିଥିବା ବେଳେ ସେମାନଙ୍କ ଧାନ କିଣାଯାଉନଥିବାରୁ ବର୍ଷାରେ ଭିଜି ଯାଇଥିବାର ଦେଖାଯାଇଛି । ଶ୍ୟାମଗୁଡିଆ ଠାରେ ନିର୍ମାଣାଧିନ ମାତୃ ଓ ଶିଶୁ ଡାକ୍ତରଖାନାର ନିର୍ମାଣ କାର୍ଯ୍ୟ ଶେଷ ହେଉନଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ପୋଲ ଓ ରାସ୍ତା ଉଦଘାଟନ ପାଇଁ କେନ୍ଦ୍ରାପଡା ଗସ୍ତରେ ଆସୁଛନ୍ତି । ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ଭୁଷୁଡି ପଡିଥିବା ବେଳେ ଜିଲ୍ଲାର ପୁଲିସ ଚୋର ଡକାୟତଙ୍କୁ ଧରିବା ବଦଳରେ ଛୁଟିରେ ଥିବା ବାୟୁସେନାର ସୈନିକ ଯିଏକି ଡାକରାପାଇ ଯୁଦ୍ଧକୁ ବାହାରିଥିବା ବେଳେ ମିଥ୍ୟା ମାମଲାରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି । ଏଠାରେ ଚାଷୀଙ୍କୁ ସୁରକ୍ଷା ବଦଳରେ ଅପରାଧୀଙ୍କୁ ସୁରକ୍ଷା ପ୍ରଦାନ ସହିତ ସରକାରୀ ଅର୍ଥ ହରିଲୁଟ କରୁଛି ବିଜଦ । ରାଜ୍ୟର ବିଜଦ ସରକାର କେବଳ ସେଟିଂ ଓ ଗେଟିଂରେ ବ୍ୟସ୍ତ ରହିଥିବାର ଦେଖାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଆସିଥିବା ବେଳେ କେନ୍ଦ୍ରାପଡାରେ ସୁପର ସ୍ପେସିଆଲିଷ୍ଟ ହସପିଟାଲ ପ୍ରତିଷ୍ଠା, କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ପରିଣତ କରିବା କିମ୍ବା କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା ସମ୍ପର୍କରେ କୌଣସି ଘୋଷଣା କରିନାହାନ୍ତି । ସାନଜରିଆ ମନ୍ଦିରେ ୫ହଜାର କୁଇଣ୍ଟାଲ ଧାନ ଚାଷୀଙ୍କର ବିକ୍ରି ପାଇଁ ପଡିରହିଥିବା ବେଳେ ତାହା କିଣାଯାଉନାହିଁ । ଜିଲ୍ଲାର ବିଭିନ୍ନ ଲାଇନ ଡିପାର୍ଟମେଂଟରେ ବିଜଦର କର୍ମୀଙ୍କୁ ୫ଲକ୍ଷ ଟଙ୍କା ଲେଖାଁଏ ଠିକାକାମ ବିନା ଟେନ୍ଦରରେ ବଣ୍ଟାଯାଇ ମିଥ୍ୟାବିଲ କରାଯାଉଛି । ଏଠାରେ ବିକାଶ ନାମରେ ବିନାଶ କରୁଛି ନବୀନ ସରକାର ବୋଲି ସେମାନେ ଅଭିଯୋଗ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*