ବିଜଦ ଛତ୍ରଛାୟାରେ ଓଡ଼ିଶା ଗେଜେଟ୍‌ ? ରାମଚନ୍ଦ୍ର ଓ ବଜରଙ୍ଗବାଲିଙ୍କୁ ଅଶ୍ଳୀଳ ଆକ୍ଷେପ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଓଡ଼ିଶା ଗେଜେଟ୍‌ ନାମରେ ଟୁଇଟର୍‌ ଆକାଉଣ୍ଟ ଖୋଲି କେହି ଜଣେ ବ୍ୟକ୍ତି ଲଗାତାର ଭାବେ ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରିଚାଲିଛି । କିନ୍ତୁ ଏହି ଛଦ୍ମବେଶୀ ବ୍ୟକ୍ତି ଜଣକ ଶାସକ ବିଜୁ ଜନତା ଦଳର ଛତ୍ରଛାୟାରେ ଥିବାରୁ ନିଜକୁ ଅତି ବଳବାନ୍‌ ମନେ କରିବା ସହ ସୋସିଆଲ୍‌ ମିଡିଆର ଦୁର୍ବ୍ୟବହାର କରୁଛନ୍ତି । ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇବା ପାଇଁ ଚେଷ୍ଟା କରିଆସୁଛନ୍ତି । ବିଜୁ ଜନତା ଦଳ ସହ ଏହି ବ୍ୟକ୍ତି ଘନିଷ୍ଠ ଭାବେ ଜଡ଼ିତ । ନବୀନ ସରକାରଙ୍କୁ ସୋସିଆଲ୍‌ ମିଡିଆରେ କେହି ସମାଲୋଚନା କରିବା ମାତ୍ରେ ଏହି ନକଲି ଆଇଡିଧାରୀ ତୁରନ୍ତ ସୁରକ୍ଷା ଦେବାକୁ ବାହାରିପଡ଼ିଥାନ୍ତି । ଏହି ଓଡ଼ିଶା ଗେଜେଟ୍‌ ଟୁଇଟର ହାନେ୍ଦଲ୍‌ଧାରୀ ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଓଡ଼ିଶା ପୁଲିସକୁ ଅନୁରୋଧ କରିଛନ୍ତି ବମ୍ବେ ହାଇକୋର୍ଟର ଆଡ୍‌ଭୋକେଟ୍‌ ଆଶୁତୋଷ ଜେ.ଦୁବେ ।
ଓଡ଼ିଶା ଗେଜେଟ୍‌ ଆକାଉଣ୍ଟଧାରୀ ଏକ ମନ୍ଦ ଉଦେ୍ଦଶ୍ୟ ନେଇ ଦୁର୍ଭାବନାପୂର୍ଣ୍ଣ ଟୁଇଟ୍‌ କରୁଥିବା ଉଲ୍ଲେଖ କରିଛନ୍ତି ଆଡ୍‌ଭୋକେଟ୍‌ ଦୁବେ । ସେ ଲେଖିଛନ୍ତି, ବେଶ୍‌ କିଛିଦିନ ହେଲା ଏହି ଆକାଉଣ୍ଟଧାରୀ ଜାଣିଶୁଣି ନିଜ ବ୍ୟକ୍ତିଗତ ଏଜେନ୍ଦାକୁ ପ୍ରସାରିତ କରିବାରେ ଲାଗିଛନ୍ତି । ଜାଣିଶୁଣି ସଂହତି ନଷ୍ଟ କରିବାକୁ ଚେଷ୍ଟା ଚଳାଇଛନ୍ତି । ହିଂସାକାନ୍ଦକୁ ପ୍ରୋତ୍ସାହିତ କରୁଛନ୍ତି । ତା’ଛଡ଼ା ଧାର୍ମିକ ଭାବନାକୁ ଆଘାତ କରିବା ଲାଗି ଅତ୍ୟନ୍ତ ମନ୍ଦ ଉଦେ୍ଦଶ୍ୟପୂର୍ଣ୍ଣ ଯୋଜନାରେ ଲାଗିପଡ଼ିଛନ୍ତି । ଏହାଦ୍ୱାରା ଭାରତର ଧର୍ମ ନିରପେକ୍ଷ ଓ ଗଣତାନ୍ତ୍ରିକ ଢାଞ୍ଚା ପ୍ରତି ବିପଦ ସୃଷ୍ଟି ହୋଇଛି । ଏଭଳି ଟୁଇଟ୍‌ କରିବା ଅର୍ଥ ଆଇଟି ଆକ୍ଟ ଏବଂ ଭାରତୀୟ ପିନାଲ୍‌ କୋର୍ଡର ଧାରା ୧୫୩ ଏ’ ଓ ୨୯୫ର ଖୋଲା ଉଲ୍ଲଂଘନ କରିଛନ୍ତି ବୋଲି ଆଡ୍‌ଭୋକେଟ୍‌ ଦୁବେ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ।
ମତ ପ୍ରକାଶ କରିବାର ଅଧିକାରର ଅନେକ ସମୟରେ ଦୁରୂପୋଯୋଗ କରାଯାଉଛି । ଏହି ଓଡ଼ିଶା ଗେଜେଟ୍‌ ଏହି ଧାରାର ଜଣେ ବଡ଼ ପ୍ରବକ୍ତା । ଅନେକ ସମୟରେ ଅତ୍ୟନ୍ତ ଅଶ୍ଳୀଳ, କଦର୍ଯ୍ୟ ଏବଂ ଅତି ଆପତ୍ତିଜନକ ପୋଷ୍ଟିଂ କରିଛନ୍ତି ଏହି ଆକାଉଣ୍ଟଧାରୀ ।

ବିଶେଷକରି ହିନ୍ଦୁ ଭାବନାକୁ ଅପମାନିତ ଓ ଆଘାତ କରିବା ପାଇଁ ଏହି ବ୍ୟକ୍ତିଜଣଙ୍କ ଲାଗିପଡ଼ିଛନ୍ତି । ଏପରିକି ସେ ଛତ୍ରପତି ଶିବାଜୀଙ୍କୁ ମଧ୍ୟ ଅପମାନିତ କରିବାକୁ ଭୁଲି ନାହାନ୍ତି ।
ଭଗବାନ ରାମଙ୍କୁ ସେ ସବୁଠାରୁ ଖରାପ ସ୍ୱାମୀ ଓ ଖରାପ ପିତା ବୋଲି ଉଲ୍ଲେଖ କରି ଟୁଇଟ୍‌ କରିଛନ୍ତି ଯେ, ମୁଁ ଯଦି ସୀତା ହୋଇଥାନ୍ତି, ବହୁ ଆଗରୁ ତାଙ୍କୁ ଛାଡ଼ପତ୍ର ଦେଇଥାନ୍ତି । ବଜରଙ୍ଗବାଲି ହନୁମାନଙ୍କ ସମ୍ପର୍କରେ ଅତ୍ୟନ୍ତ ଅଶ୍ଳୀଳ ଓ ଅରୁଚିକର ଟିପ୍ପଣୀ ଦେଇଛନ୍ତି ଏହି ଅଭଦ୍ର ବ୍ୟକ୍ତିଜଣକ ।
ଏବେ ବାକ୍‌ ସ୍ୱାଧୀନତା ଦ୍ୱାହି ଦେଇ କିଛି ଗୋଷ୍ଠୀ ଓ ବ୍ୟକ୍ତି ବାରମ୍ବାର ହିନ୍ଦୁ ଦେବାଦେବୀଙ୍କୁ ଅପମାନିତ କରିବା ପାଇଁ ଯୋଜନାବଦ୍ଧ ଭାବେ ଉଦ୍ୟମ କରିଆସୁଛନ୍ତି । ଏମାବେ କେବେବି ଅନ୍ୟ କୌଣସି ଧର୍ମକୁ ଆକ୍ଷେପ କରିବାକୁ ସାହସ କରନ୍ତି ନାହିଁ । ମନେହୁଏ, ମିଶିନାରୀ ଅର୍ଥରେ ଏଭଳି ହିନ୍ଦୁ ସମାଜକୁ ଅପମାନିତ କରିବା ପାଇଁ ଚେଷ୍ଟା ହେଉଛି । ସବୁଠୁ ଦୁର୍ଭାଗ୍ୟଜନକ ଯେ, ଶାସକ ଦଳର ସମର୍ଥନ ଏମାନଙ୍କ ପଛରେ ଅଛି । ଏମାନେ ଶାସକ ଦଳକୁ ସମର୍ଥନ କରୁଛନ୍ତି । ପ୍ରତିବଦଳରେ ହିନ୍ଦୁ ଧର୍ମ ଓ ଦେବାଦେବୀଙ୍କୁ ଅପମାନିତ କରି ପ୍ରଶାସନର ଛତ୍ରଛାୟାରେ ରହିପାରୁଛନ୍ତି । ତେବେ ଦେଖାଯାଉ, ଆଡ୍‌ଭୋକେଟ୍‌ ଦୁବେଙ୍କ ପ୍ରତିକି୍ରୟା ପରେ ଓଡ଼ିଶା ପୁଲିସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*